Advertisment

ସକାଳୁ ସକାଳୁ ଇଭିଏମ୍‌ ଅଚଳ, ଭୋଟର ନିରାଶ

ଅସହ୍ୟ ଗରମ ଓ ଗୁଳୁଗୁଳି ସତ୍ତ୍ୱେ ବିଭିନ୍ନ ବୁଥ୍‌ରେ ସକାଳୁ ଭୋଟରଙ୍କ ପ୍ରବଳ ଭିଡ଼ ଲାଗି ରହିଛି।ଏହାସତ୍ତ୍ୱେ ବିଭିନ୍ନ ବୁଥ୍‌ରେ ଇଭିଏମ୍‌ ଅଚଳ ହୋଇପଡ଼ିବାରୁ ଭୋଟରଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି।

Voters

Voters

Advertisment

ରାଜ୍ୟରେ ଆଜି ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ମତଦାନ । ଆଜି ୬ ଲୋକସଭା ଆସନ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି। ଅସହ୍ୟ ଗରମ ଓ ଗୁଳୁଗୁଳି ସତ୍ତ୍ୱେ ବିଭିନ୍ନ ବୁଥ୍‌ରେ ସକାଳୁ ଭୋଟରଙ୍କ ପ୍ରବଳ ଭିଡ଼ ଲାଗି ରହିଛି।

Advertisment

ଏହାସତ୍ତ୍ୱେ ବିଭିନ୍ନ ବୁଥ୍‌ରେ ଇଭିଏମ୍‌ ଅଚଳ ହୋଇପଡ଼ିବାରୁ ଭୋଟରଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। କଟକ, ଭୁବନେଶ୍ୱର, ଦେବଗଡ଼, କେନ୍ଦୁଝର, ଅନୁଗୁଳ ଓ ପୁରୀ ବିଭିନ୍ନ ସ୍ଥାନରେ ଇଭିଏମ୍‌ ଅଚଳ ହୋଇଥିବା ସୂଚନା ମିଳିଛି। ଏଥିଯୋଗୁ ବହୁ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରି ନ ପାରି ନିରାଶ ହୋଇ ଫେରି ଯାଇଥିବା ଜଣାଯାଇଛି। 

କଟକର ବାରବାଟୀର ବୁଥ୍ ନଂ ୨୪, ବିଡ଼ାନସୀ ବୁଥ୍‌ ନଂ ୬, ବାଙ୍କୀ ହରିରାଜପୁର ବୁଥ୍ ନଂ ୧୪୮ ଓ ବାଙ୍କୀର ୯୬ନଂ ବୁଥରେରେ ଇଭିଏମ୍ କାମ କରୁନି

Advertisment

ଭୁବନେଶ୍ୱର ନୟାପଲ୍ଲୀର ୧୨୨ ନଂ ବୁଥ୍‌, ନୀଳାଦ୍ରି ବିହାର ବୁଥ୍ ନଂ ୭୩, ଖୋର୍ଦ୍ଧା ପୌରପାଳିକା ୪ନଂ ବୁଥ୍‌ ଇଭିଏମ୍‌ , ପାତ୍ରପଡ଼ାର ବୁଥ୍ ନଂ ୧୫୯ରେ ଇଭିଏମ୍‌ ଅଚଳ ହୋଇ ଯାଇଥିବା ସୂଚନା ମିଳିଛି।

ପୁରୀ ଜିଲ୍ଲାର କୃଷ୍ଣପ୍ରସାଦର ୧୩, ୪୯ ଓ ୫୦ନଂ ବୁଥ୍‌ରେ ଇଭିଏମ୍‌ କାମ କରୁନି, ସେହିପରି ପୁରୀ ସତ୍ୟବାଦୀ ୧୯୧ ନଂ ବୁଥରେ ଇଭିଏମ୍ ବି ଅଚଳ ହୋଇ ଯାଇଛି।

ଦେବଗଡ଼ ଜିଲ୍ଲା ପୌରାଞ୍ଚଳର ୮୨ ଓ ୮୩ ନଂ ବୁଥ୍‌ରେ EVM ଅଚଳ ହୋଇ ଯାଇଥିବା ବେଳେ କେନ୍ଦୁଝର ସଦର ୧୩୧ ଓ ୨୨୫ ନଂ ବୁଥ୍‌ ଓ ଚମ୍ପୁଆର ୨୦୬ ଓ ୨୦୭ ନଂ ବୁଥ୍‌ରେ ଥିବା EVM ଅଚଳ ହୋଇ ଯାଇଛି।

ଅନୁଗୁଳ ଜିଲ୍ଲା ବୁଥ୍ ନଂ ୩୭ରେ , ଆଠମଲ୍ଲିକ ୫୭, ୫୮ନଂ ବୁଥରେ EVM ଅଚଳ ହୋଇ ଯାଇଛି।

ସକାଳ ୭ଟାରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। ମାତ୍ର ପୁରୀ ଜିଲ୍ଲାର ବିଭିନ୍ନ ବୁଥ୍‌ରେ ଥିବା ଇଭିଏମ୍‌ ଖରାପ ହୋଇ ଯାଇଥିବାରୁ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଧରି ଭୋଟର ଲାଇନ୍‌ରେ ଛିଡ଼ା ହୋଇଥିଲେ। ଏହାପରେ ବହୁ ଭୋଟର ଅସନ୍ତୁଷ୍ଟ ହୋଇ ଫେରି ଯାଇଥିବା ଜଣାଯାଇଛି।

ବହୁ ବୃଦ୍ଧବୃଦ୍ଧା ଭୋଟ ଦେବାକୁ ସକାଳୁ ଆସିଥିବା ବେଳେ ଇଭିଏମ୍‌ ଅଚଳ ହେବାରୁ ନିରାଶ ହୋଇ ପଡ଼ିଥିଲେ। ପ୍ରାୟ ଘଣ୍ଟାଏରୁ ଊର୍ଦ୍ଧ୍ୱ କାଳ ଅପେକ୍ଷା ପରେ ବି ଇଭିଏମ୍‌ କାର୍ଯ୍ୟକ୍ଷମ ହୋଇ ନ ପାରିବାରୁ ବହୁ ବୟସ୍କ ଭୋଟର ଘରମୁହାଁ ହୋଇଥିବା ଦେଖିବାକୁ ମିଳିଛି।

2024 General Election Loksabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe