Advertisment

ବିଭିନ୍ନ ସ୍ଥାନରେ ଇଭିଏମ୍‌ ଅଚଳ, ଭୋଟର ନିରାଶ

ଅସହ୍ୟ ଗରମ ଓ ଗୁଳୁଗୁଳି ସତ୍ତ୍ୱେ ବିଭିନ୍ନ ବୁଥ୍‌ରେ ସକାଳୁ ଭୋଟରଙ୍କ ପ୍ରବଳ ଭିଡ଼ ଲାଗି ରହିଛି।ଏହାସତ୍ତ୍ୱେ ବିଭିନ୍ନ ବୁଥ୍‌ରେ ଇଭିଏମ୍‌ ଅଚଳ ହୋଇପଡ଼ିବାରୁ ଭୋଟରଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Vote

Vote

ସକାଳ ୭ଟାରୁ ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ଆଜି ୬ ଲୋକସଭା ଆସନ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ୱର ଏବଂ ମୟୂରଭଞ୍ଜ ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି। ଅସହ୍ୟ ଗରମ ଓ ଗୁଳୁଗୁଳି ସତ୍ତ୍ୱେ ବିଭିନ୍ନ ବୁଥ୍‌ରେ ସକାଳୁ ଭୋଟରଙ୍କ ପ୍ରବଳ ଭିଡ଼ ଲାଗି ରହିଛି।

Advertisment

ଏହାସତ୍ତ୍ୱେ ବିଭିନ୍ନ ବୁଥ୍‌ରେ ଇଭିଏମ୍‌ ଅଚଳ ହୋଇପଡ଼ିବାରୁ ଭୋଟରଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। କେନ୍ଦ୍ରାପଡ଼ା, ଭଦ୍ରକ,ଜଳେଶ୍ୱର ଓ ବାଲେଶ୍ୱର ବିଭିନ୍ନ ସ୍ଥାନରେ ଇଭିଏମ୍‌ ଅଚଳ ହୋଇଥିବା ସୂଚନା ମିଳିଛି। ଏଥିଯୋଗୁ ମତଦାନ ବିଳମ୍ବ ହୋଇଛି। ଏହାସହ ବହୁ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରି ନ ପାରି ନିରାଶ ଭୋଟ ନଦେଇ ଫେରି ଯାଇଥିବା ଜଣାଯାଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ବୁଥ୍‌ ନଂ ୧୯୬ ଓ ବେଲପାଳର ୧୦୬ ନଂ ବୁଥ୍, ଗରଦପୁର ବ୍ଲକର ବସନ୍ତପୁରର ୨୫୪ନଂ ବୁଥ୍ ଓ ନିଆଳିର ୨୩୮ନଂ ବୁଥରେ ଇଭିଏମରେ ତ୍ରୁଟି ଦେଖାଯାଇଛି। ଏଥିସହ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ୧୭୮, ୧୮୯, ୧୯୦, ୧୯୧ ଓ ୧୯୩ ନଂ ବୁଥ ସମେତ ୩୦ଟି ବୁଥରେ ଇଭିଏମ୍ ଅଚଳ ଯୋଗୁ  ମତଦାନ ବାଧା ପ୍ରାପ୍ତ ହୋଇଛି। ଇଭିଏମ୍‌ ଖରାପ ହୋଇ ଯାଇଥିବାରୁ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଧରି ଭୋଟର ଲାଇନ୍‌ରେ ଛିଡ଼ା ହୋଇଥିଲେ। ଏହାପରେ ବହୁ ଭୋଟର ଅସନ୍ତୁଷ୍ଟ ହୋଇ ଫେରି ଯାଇଥିବା ଜଣାଯାଇଛି।

Advertisment

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାର ୨୮୬ନଂ ବୁଥ, ଡେରାବିଶର ୧୪ନଂ ଓ ୧ନଂ ବୁଥ୍‌, ବାଲିପଡ଼ାର ୧୨୧, ୧୨୨ନଂ ବୁଥ୍‌, କେନ୍ଦ୍ରାପଡ଼ାର ୧୩୪ନଂ ବୁଥ ଓ ବେଲପାଳର ୧୦୬ନଂ ବୁଥରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଛି।

ଏଥିସହ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ୧୪୨ ନଂ ବୁଥ, ଭଦ୍ରକ ବଳଭଦ୍ର ୟୁପି ସ୍କୁଲର ୨୧୩ ନଂ ବୁଥ, ଭଦ୍ରକ ୨୧୩ ନଂ ବୁଥ ଓ ବାସୁଦେବପୁର ୫୭ନଂ ବୁଥ୍‌ରେ ଇଭିଏମରେ ତ୍ରୁଟି ପରିଲିକ୍ଷିତ ହୋଇଛି।

ସେହିପରି ବାଲେଶ୍ୱର ସଦରର ବୁଥ ନଂ ୧୫୩, ବସ୍ତାର ବୁଥ ନଂ ୨୬, ବାଲେଶ୍ୱରର ବୁଥ ନଂ ୧୩୬, ୧୬୯ନଂ ଓ ୧୧୧ନଂ ବୁଥରେ ଇଭିଏମ୍ ଅଚଳ ହୋଇଛି। ଜଳେଶ୍ୱରର ୨୫ ନଂ ଓ ୯୮ନଂ ବୁଥ୍‌ରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଛି। ଫଳରେ ମତଦାନ ବିଳମ୍ବ ହୋଇଛି।

2024 General Election Loksabha Election 2024 Odisha Assembly Election 2024