Advertisment

ଦିଲ୍ଲୀ ରାଜନୀତି; କୈଳାଶ ଗଲେ ଅନିଲ ଆସିଲେ

ଅଶୋକ ଗେହଲଟ ଆପ୍ ଛାଡ଼ୁ ଛାଡ଼ୁ ଦଳରେ ଯୋଗ ଦେଇଛନ୍ତି ପୂର୍ବତନ ବିଜେପି ବିଧାୟକ ଅନିଲ ଝା।

Arvind Kejriwal, Anil Jha & Kailash Gahlot

Arvind Kejriwal, Anil Jha & Kailash Gahlot

Advertisment

ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ସରଗରମ ରାଜନୀତି। ଅଶୋକ ଗେହଲଟ ଆପ୍ ଛାଡ଼ୁ ଛାଡ଼ୁ ଦଳରେ ଯୋଗ ଦେଇଛନ୍ତି ପୂର୍ବତନ ବିଜେପି ବିଧାୟକ ଅନିଲ ଝା। ଦିଲ୍ଲୀର ପୂର୍ବତନ ବିଧାୟକ ତଥା ଆପର ଆବାହକ ଅରବିନ୍ଦ କେଜ୍ରିୱାଲଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି।

Advertisment

ଅନିଲ ଝା ବିଜେପିରେ ଥିବାବେଳେ ଦୁଇ ଥର ବିଧାୟକ ହୋଇଥିଲେ। କିରାରି ଏବଂ ଉତ୍ତର-ପଶ୍ଚିମ ଦିଲ୍ଲୀ ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ ଅନିଲ। ଆପରେ ଯୋଗଦେବା ପରେ ସେ ବିଜେପିର ନେତୃତ୍ୱ ତଥା ନୀତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି କାରଣରୁ ସେ ବିଜେପି ଛାଡ଼ିଥିବା କହିଛନ୍ତି। ଏଥିସହ ଆପରେ ଯୋଗ ଦେବା ପରେ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଶଂସା କରିଛନ୍ତି ଅନିଲ ଝା।

ସେ କହିଛନ୍ତି, "ଯଦି ଦିଲ୍ଲୀରେ କେହି ପୂର୍ବାଞ୍ଚଳି ସମ୍ପ୍ରଦାୟଙ୍କ ପାଇଁ କାମ କରିଛନ୍ତି, ତେବେ ସେ ହେଉଛନ୍ତି ଅରବିନ୍ଦ କେଜ୍ରିୱାଲ। ଏହି ଅଞ୍ଚଳର ବାସିନ୍ଦାମାନେ ମୌଳିକ ସୁବିଧା ପାଇ ପାରୁନଥିଲେ। ଭିତ୍ତିଭୂମି ଠିକ୍ ନଥିଲା, ସେମାନଙ୍କୁ ପାଇପ୍ ପାଣି ବି ମିଳିପାରୁ ନ ଥିଲା। ଅରବିନ୍ଦ କେଜ୍ରିୱାଲଙ୍କ ଶାସନର 10 ବର୍ଷ ମଧ୍ୟରେ ପ୍ରତ୍ୟେକ ଘରେ ପାନୀୟ ଜଳ ପହଞ୍ଚି ପାରିଛି।"

Advertisment

ସେପଟେ, ଝାଙ୍କୁ ଦଳରେ ସ୍ୱାଗତ କରି ଅରବିନ୍ଦ କେଜ୍ରିୱାଲ କହିଛନ୍ତି, "ଅନିଲ ଝା ଦିଲ୍ଲୀର ପୂର୍ବାଞ୍ଚଳି ସମ୍ପ୍ରଦାୟ ଲୋକମାନଙ୍କର ଏକ ବଡ଼ ନେତା ଭାବେ ବିବେଚିତ ହୁଅନ୍ତି। ଉତ୍ତରପ୍ରଦେଶ ଏବଂ ବିହାରରୁ ଶିକ୍ଷା ଏବଂ ନିଯୁକ୍ତି ପାଇଁ ଅନେକ ଲୋକ ଦିଲ୍ଲୀ ଆସୁଛନ୍ତି। ଦୀର୍ଘ ବର୍ଷ ଧରି ଉଭୟ ବିଜେପି ଏବଂ କଂଗ୍ରେସ ସେମାନଙ୍କୁ ଅଣଦେଖା କରିଥିଲେ। ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ହୋଇଥିଲି, ସେତେବେଳେ ଆମେ ସେମାନଙ୍କ ଉନ୍ନତି ଆଣିବା ପାଇଁ ବିକାଶମୂଳକ କାର୍ଯ୍ୟ ଆରମ୍ଭ କରିଥିଲୁ।"

ପ୍ରକାଶ ଥାଉକି, ଆଜି ଆପର ବରିଷ୍ଠ ନେତା ତଥା ଦିଲ୍ଲୀ ସରକାରର ପରିବହନ ମନ୍ତ୍ରୀ ଥିବା କୈଳାଶ ଗେହଲଟ ମନ୍ତ୍ରୀ ପଦ ସହ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ। ଏହାର କିଛି ସମୟ ୁପରେ ବିଜେପିର ପୂର୍ବତନ ବିଧାୟକ ଅନିଲ ଝା ଆପରେ ସାମିଲ ହୋଇଛନ୍ତି। 

Kailash Gahlot Delhi Politics Assembly Election 2025 Anil Jha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe