Advertisment

ଯେଉଁମାନେ ଭାଇବ୍ରେଟ୍ ଓଡ଼ିଶା ଚାହୁଛନ୍ତି ସେମାନେ ବିଜୟଙ୍କ ନିଷ୍ପତ୍ତିକୁ ଅନୁସରଣ କରିବେ: ଚେଲ୍ଲା କୁମାର

ଏ ସରକାରରେ ଲୋକେ ମନ୍ତ୍ରୀଙ୍କ ପାଖକୁ ଗଲେ ସେମାନେ କହୁଛନ୍ତି ଅମା ହାତରେ କିଛି ନାହିଁ : ବିଜୟ

ଅଦ୍ୟତନ ହୋଇଛି
Odisha ex-chief secretary Bijay Patnaik joins Congress

Odisha ex-chief secretary Bijay Patnaik joins Congress

Advertisment

ଆଜି କଂଗ୍ରସରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଯୋଗଦେବା ପରେ କଂଗ୍ରସ ଭିତରେ ଖୁବ୍ ଉତ୍ସାହ ପ୍ରକାଶ ପାଇଛି। ନୂଆଦିଲ୍ଲି ଏଆଇସିସି କାର୍ଯ୍ୟଳୟ ଠାରେ ସେ ବିଧିବଦ୍ଧ ଭାବେ କଂଗ୍ରସରେ ଯୋଗ ଦେଇଥିଲେ। ଏହି ଅବସରରେ ଉପସ୍ଥିତ ଥିବା ପ୍ରଭାରି ଚେଲ୍ଲା କୁମାର କହିଛନ୍ତି, କଂଗ୍ରେସରେ ବିଜୟଙ୍କ ଯୋଗଦାନ ଖୁବ୍ ଗୁରୁତ୍ୱବହନ କରିବ। ଓଡ଼ିଶାର ଲୋକେ ତାଙ୍କ ସାଧୁତାକୁ ଭଲଭାବେ ଜାଣିଛନ୍ତି। ସେ ଜିଲ୍ଲାପାଳ ଭାବେ କାମ କରିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି କାମ କରିଛନ୍ତି। ସେ ସବୁଠି ରେକର୍ଡ କରିଛନ୍ତି। ଏହା କଂଗ୍ରସ ପାଇଁ ଖୁବ୍ ଭଲ ହେବ। ସେ କଂଗ୍ରସ ନେତା ଓ କର୍ମୀଙ୍କ ନିମନ୍ତେ ଜଣେ ଉତ୍ତମ ପରାମର୍ଶଦାତା ଓ ନେତୃତ୍ୱ ହେବେ। ଯେଉଁମାନେ ଏକ ଭାଇବ୍ରେଟ୍ ଓଡ଼ିଶା ଚାହୁଛନ୍ତି ସେମାନେ ବିଜୟଙ୍କ ନିଷ୍ପତ୍ତିକୁ ଅନୁସରଣ କରି କଂଗ୍ରସରେ ଯୋଗଦେବେ।

Advertisment

ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଏହା ସମସ୍ତ କଂଗ୍ରେସ କର୍ମୀ ଓ ସମସ୍ତ ଲୋକଙ୍କ ପାଇଁ ଖୁସି ଖବର। ବିଜୟଙ୍କ ୪୦ ବର୍ଷ କାର୍ଯ୍ୟ କରିବାର ଅନୁଭୂତି କଂଗ୍ରସ ଓ ରାଜ୍ୟବାସୀଙ୍କ ନିମନ୍ତେ କାମରେ ଆସିବ। ଓଡ଼ିଶା ଇତିହାସରେ ଏହା ଟର୍ଣ୍ଣିପଏଣ୍ଟ ଭାବେ କାମ କରିବ। ନବୀନ ପଟ୍ଟନାୟକ ସରକାର ଚଳାଇଥିବା ମନଇଚ୍ଛା ଶାସନ ଆଜି ଠାରୁ ବନ୍ଦ ହେବା ଆରମ୍ଭ ହେବ। ଗଣତନ୍ତ୍ରଣରେ ଯାହା ହେବା କଥା ନୁହେଁ, ତାହା ଏ ସରକାରରେ ଚାଲିଛି। ଏହାକୁ ବନ୍ଦ କରି କିଭଳି ସମଗ୍ର ଦେଶରେ ଓଡ଼ିଶାକୁ ଏକ ସମୃଦ୍ଧଶାଳୀ ରାଜ୍ୟରେ ପରିଣତ କରାଯାଇପାରିବ ସେଥିନିମନ୍ତେ କାର୍ଯ୍ୟ ହେବ।

ସେହିପରି ଖୁଲଖୁମ ଖୁଲା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଶାସନ ସଚିବ ଭିକେ ପାଣ୍ଡିଆନ୍‌ଙ୍କ ଜୟଜୟ କରୁଥିବା କଂଗ୍ରସ ବିଧାୟକଙ୍କ ବିଷୟରେ କ’ଣ କହିବେ ବୋଲି ପଚାରିବାରୁ ପିସିସି ସଭାପତି କହିଛନ୍ତି, ଏ ବାବଦରେ ଦଳ ପକ୍ଷରୁ ପଦକ୍ଷେପ ନିଆଯାଇଛି। ପାର୍ଟି ମ୍ୟାଟର ଆଲୋଚନା କରିବା ଠିକ୍ ହେବନି। ଏମିତି ସବୁ ଯାଗାରେ ହୁଏ,  କେଉଁ ପରିବାରରେ କ’ଣ ଟିକିଏ ଘଟୁନି ? ଯେତେବେଳେ ଲଢ଼େଇ ହେବ ସମସ୍ତେ ଏକ ହୋଇଯିବେ, ଏବେବି ଏକ ଅଛନ୍ତି ବୋଲି ସେ କହିଛନ୍ତି।

Advertisment

ଏହି ଅବସରରେ ବିଜୟ ପଟ୍ଟନାୟକ କହିଛନ୍ତି, ଜୀବନର ୪୦ ବର୍ଷ ଧରି ଯେଉଁ ନୀତି ଓ ଆଦର୍ଶକୁ ଧରି କାର୍ଯ୍ୟ କରିଛନ୍ତି, ତାକୁ ଆଗକୁ ନେଇ ରାଜନୀତିରେ କାର୍ଯ୍ୟ କରିବେ। ଓଡ଼ିଶା ପାଇଁ କିଛି କରିବେ। ଏହା ହିଁ ଲକ୍ଷ୍ୟ ରହିଛି। ବର୍ତ୍ତମାନ ଯେଉଁ ଅବସ୍ଥାରେ ଓଡ଼ିଶା ପହଞ୍ଚିଛି ଓ ଯେଉଁଭଳି କୁଶାସନ, ଦୁର୍ନୀତି ଓଡ଼ିଶାରେ ଚାଲିଛି, ଯେଉଁ ପ୍ରକାରର ହିଂସାର ବାତାବରଣ ରହିଛି, ଯେଉଁପରି ଭାବରେ ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚି ପାରୁନି, ଅସୁବିଧା ବେଳେ ଲୋକେ କାହା ପାଖକୁ ଯିବେ ଜାଣିପାରୁନାହାନ୍ତି, ବିଧାୟକଙ୍କ ପାଖକୁ ଗଲେ ସେମାନେ କହୁଛନ୍ତି ଆମ ହାତରେ କିଛି ନାହିଁ, ମନ୍ତ୍ରୀଙ୍କ ପାଖକୁ ଗଲେ ସେମାନେ କହୁଛନ୍ତି ଆମ ହାତରେ କିଛି ନାହିଁ, ତାହାଲେ ଏ ଗଣତନ୍ତ୍ର ଚାଲିବ କେମିତି ? ସୁଶାସନ ହେବ କେମିତି ? ତେଣୁ ଏ ବ୍ୟବସ୍ଥାରେ ପରିବର୍ତ୍ତନ ହେବା ଦରକାର। ତେଣୁ ମୁଁ ମୋ ଆଦର୍ଶକୁ ନେଇ ଯାହା କିଛି କରିପାରିବି, ମୋର ପାରୁପର୍ଯ୍ୟନ୍ତ ଚେଷ୍ଟା କରିବି ବୋଲି ବିଜୟ କହିଛନ୍ତି।

ସେ ଆହୁରି କହିଛନ୍ତି, ମୁଁ ଯେତେଦିନ ପର୍ଯ୍ୟନ୍ତ ସରକାରରେ ଥିଲି ନୀତିଗତ ଭାବେ କାମ କରୁଥିଲି। ହେଲେ କଂଗ୍ରସର ଉଦାରବାଦ ଓ ଲୋକଙ୍କ ଉନ୍ନତି ପାଇଁ କାମ କରିବା ନେଇ ଯେଉଁ ଆଦର୍ଶ ଥିଲା ତାହାକୁ ଦେଖି କଂଗ୍ରେସ ପ୍ରତି ଆଗ୍ରହ ଥିଲା। କାରଣ ଚାକିରି ଆରମ୍ଭ କରିବା ବେଳେ କଂଗ୍ରସ ଶାସନ କରୁଥିଲା। ତାହା ପରେ ବିଭିନ୍ନ ଦଳ ଶାସନକୁ ଆସିଛନ୍ତି ଓ ଯାଇଛନ୍ତି। ରାହୁଲ ଗାନ୍ଧୀ ଏବେ କରୁଥିବା ପଦଯାତ୍ରାରେ ପ୍ରେମ ଓ ଶାନ୍ତି ବାର୍ତ୍ତା ଚାରିଆଡ଼େ ପ୍ରଚାର କରୁଛନ୍ତି। ଏହା ଖୁବ୍ ଉତ୍ସାହପ୍ରଦ। ମୋ ପାଇଁ ଓ ସମସ୍ତଙ୍କ ପାଇଁ।

ସେହିପରି କେଉଁ ବିଧାୟକ ନା ଏମ୍‌ପି ଆସନ ପାଇଁ ନିର୍ବାଚନ ଲଢ଼ିବେ ପଚାରିବାରୁ ସେ ଉତ୍ତରରେ ଏଆଇସିସି ଉପରେ ନିଷ୍ପତ୍ତି ଛାଡ଼ିଥିବା କହିଛନ୍ତି। ତେବେ ନିର୍ବାଚନ ମଇଦାନକୁ ନିଶ୍ଚୟ ଓହ୍ଲାଇବେ ବୋଲି ମତ ରଖିଛନ୍ତି। କଂଗ୍ରସରେ ଯୋଗଦେବା ନିମନ୍ତେ ଆମନ୍ତ୍ରଣ କରିଥିବାରୁ ରାହୁଲ ଗାନ୍ଧି ଓ ଅନ୍ୟମାନଙ୍କୁ ସେ ଧନ୍ୟବାଦ ଦେଇଥିଲେ।

Odisha Politics Odisha Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe