Advertisment

ବିଜେଡି ଛାଡ଼ି କଂଗ୍ରେସକୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Sunita Biswal

Sunita Biswal

କଂଗ୍ରେସକୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ। ଗତକାଲି ସେ ବିଜେଡିରୁ ଇସ୍ତଫା ଦେବା ପରେ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି।

Advertisment

ପିସିସି ସଭାପତି ଭକ୍ତ ଦାସ, ଜୟଦେବ ଜେନା ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି ସୁନୀତା।

କଂଗ୍ରେସକୁ ଫେରିବା ପରେ ସୁନୀତା କହିଛନ୍ତି, ନବୀନ ବାବୁ ମୋତେ ଡାକିକି ବିଜେଡିରେ ମିଶାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଦଳ ମୋତେ ସାବତ ଝିଅ ପରି ବ୍ୟବହାର କଲା। କେବଳ ଲୋକ ଯୋଗାଡ଼ କରିବାକୁ ମୋତେ ବ୍ୟବହାର କରାଗଲା। କାମ କରିବାକୁ ସୁଯୋଗ ମିଳିଲାନି। ପୋଷ୍ଟର ମାରିଲେ ବି ମୋତେ ଅନୁମତି ନେବାକୁ କୁହାଗଲା।

Advertisment

ଅନ୍ୟପକ୍ଷରେ ସୁନୀତାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ତାଙ୍କ (ସୁନୀତାଙ୍କ) ଆତ୍ମା ହେଉଛି କଂଗ୍ରେସ। ସାଂସଦ ହୋଇଥିଲେ ବି ପଳାଇଥା’ନ୍ତେ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସୁନୀତା କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ। ବିଜେଡି ତାଙ୍କୁ ସୁନ୍ଦରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା। ତେବେ ବିଜେପି ନେତା ଜୁଏଲ ଓରାମଙ୍କଠାରୁ ପରାସ୍ତ ହୋଇଥିଲେ ସୁନୀତା। ଜୁଏଲଙ୍କୁ ୫ ଲକ୍ଷରୁ ଅଧିକ ଭୋଟ୍ ମିଳିଥିବା ବେଳେ ସୁନୀତାଙ୍କୁ ୨ ଲକ୍ଷ ୭୬ ହଜାର ୯୯୧ ଖଣ୍ଡ ଭୋଟ୍ ମିଳିଥିଲା। ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କୁ ଆଉ ଟିକେଟ ଦେଇ ନଥିଲା।

Congress sunita-biswal