Advertisment

ବିଜେପିରେ ଯୋଗଦେଲେ ଅଭିନେତା ଶେଖର ସୁମନ ଓ ପୂର୍ବତନ କଂଗ୍ରେସ ନେତ୍ରୀ ରାଧିକା ଖେଡ଼ା

ଲୋକପ୍ରିୟ ଅଭିନେତା ଶେଖର ସୁମନ ଆଜି ବିଜେପିରେ ସାମିଲ ହୋଇଛନ୍ତି।

ଅଦ୍ୟତନ ହୋଇଛି
Shekhar Suman, Radhika Khera

Shekhar Suman, Radhika Khera

Advertisment

ବିଜେପିରେ ଯୋଗଦେଲେ ଲୋକପ୍ରିୟ ଅଭିନେତା ଶେଖର ସୁମନ। ବିଜେପିରେ ଯୋଗ ଦେବା ପରେ ଶେଖର ସୁମନ କହିଛନ୍ତି, "ମୁଁ ଏହି ପଦକ୍ଷେପ ନେବି ବୋଲି ଗତକାଲି ପର୍ଯ୍ୟନ୍ତ ଜାଣିନଥିଲି। ଭଗବାନଙ୍କୁ ଧନ୍ୟବାଦ ସେ ମୋତେ ଏପରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।"

Advertisment

ସେପଟେ, କଂଗ୍ରେସରେ ଅସମ୍ମାନିତ ହୋଇଥିବା ଅଭିଯୋଗ କରି ଇସ୍ତଫା ଦେଇଥିବା ରାଧିକା ଖେଡ଼ା ମଧ୍ୟ ଆଜି ବିଜେପିରେ ସାମିଲ ହୋଇଇଛନ୍ତି। ଯୋଗ ଦେବା ପରେ ସେ ପାର୍ଟିକୁ ଧନ୍ୟବାଦ ଜଣାଇଛନ୍ତି। 

ପ୍ରକାଶ ଥାଉକି, ରାଜସ୍ଥାନର ପୂର୍ବତନ କଂଗ୍ରେସ ନେତ୍ରୀ ରାଧିକା ବାରମ୍ବାର କଂଗ୍ରେସ ବିରୁଦ୍ଧରେ ଅଭିଯୋଗ କରିଆସୁଥିଲେ। ତାଙ୍କୁ ଦଳରେ ଅସମ୍ମାନିତ କରାଯାଇଥିଲା, ଏନେଇ ସେ ବରିଷ୍ଠ କର୍ମୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ଅଭିଯୋଗ କରିଥିଲେ। 

Advertisment

ରାଧିକା ଆହୁରି କହିଥିଲେ, ୨୨ ବର୍ଷ ଧରି ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବା ପରେ ବି ମୋତେ ବିରୋଧର ସାମ୍ନା କରିବାକୁ ପଡିଛି। ଏହାର ମୁଖ୍ୟ କାରଣ ହେଉଛି, ମୁଁ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣକୁ ସମର୍ଥନ କରିଥିଲି ଏବଂ ରାମ ମନ୍ଦିର ଯାଇଥିଲି। ଏହି କାରଣରୁ ମୋତେ ଦଳର ଠିକ୍ ଭାବେ ବ୍ୟବହାର କରାଯାଉନଥିଲା। 

Shekhar Suman Join BJP Radhika Khera Shekhar Suman
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe