ବିଜେଡି ଛାଡ଼ିଲେ ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା

୨୦୧୯ ନିର୍ବାଚନର ଏକ ସପ୍ତାହ ପୂର୍ବରୁ ମୋତେ ବାଦ୍ ଦେଇ ଅନ୍ୟଜଣେ ନବାଗତକଙ୍କୁ ପ୍ରାର୍ଥୀ କରିବା ପାଇଁ ଘୋଷଣା କରାଗଲା। ତଥାପି ମୁଁ ଶୃଙ୍ଖଳାର ସହିତ ଦଳ ପାଇଁ କାମ କରିଥିଲି। 

Manoj Swain
  • Published: Thursday, 04 April 2024
  • Updated: 04 April 2024, 03:39 PM IST

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ତଥା ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବିଜେଡିରୁ ଇସ୍ତଫା ଦେବା ପରେ ଦଳରେ ଗଣତନ୍ତ୍ର ନଥିବା କହି ରାମଚନ୍ଦ୍ର ଦଳ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଦଳ ନୀତି ଆଦର୍ଶ ଭୁଲି ଯାଇଛି। ଦୀର୍ଘ ଦିନ ଧରି ଦଳରେ ଥିଲେ ବି ଦୁଇ ଘଣ୍ଟା ପୂର୍ବରୁ ଦଳରେ ଯୋଗ ଦେବା ବ୍ୟକ୍ତିଙ୍କୁ ଟିକେଟ ଦିଆଯାଉଛି। ୨୦୧୯ ନିର୍ବାଚନର ଏକ ସପ୍ତାହ ପୂର୍ବରୁ ମୋତେ ବାଦ୍ ଦେଇ ଅନ୍ୟଜଣେ ନବାଗତକଙ୍କୁ ପ୍ରାର୍ଥୀ କରିବା ପାଇଁ ଘୋଷଣା କରାଗଲା। ତଥାପି ମୁଁ ଶୃଙ୍ଖଳାର ସହିତ ଦଳ ପାଇଁ କାମ କରିଥିଲି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos