Advertisment

BJD ଛାଡିଲେ ପୂର୍ବତନ ଜିଲ୍ଲା ସଭାପତି

ପ୍ରହଲ୍ଲାଦ ତ୍ରିପାଠୀ ଦୁଇଥର ବିଜେଡି ଜିଲ୍ଲା ସଭାପତି ରହିଥିଲେ। ଏହାସହ ନବରଙ୍ଗପୁର ପୌରପାଳିକାର ନଗରପାଳ ମଧ୍ୟ ରହିଥିଲେ। ନବରଙ୍ଗପୁର ଜିଲ୍ଲାରେ ସେ ଜଣେ ଟାଣୁଆ ନେତା ଭାବେ ପରିଚିତ ଥିଲେ।

BJD

BJD

Advertisment

ପୂର୍ବତନ ନବରଙ୍ଗପୁର ଜିଲ୍ଲା ବିଜେଡି ସଭାପତି ପ୍ରହଲ୍ଲାଦ ତ୍ରିପାଠୀ ଆଜି ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ଦଳ ଭିତରେ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି।  

Advertisment

ପ୍ରହଲ୍ଲାଦ ତ୍ରିପାଠୀ ଦୁଇଥର ବିଜେଡି ଜିଲ୍ଲା ସଭାପତି ରହିଥିଲେ। ଏହାସହ ନବରଙ୍ଗପୁର ପୌରପାଳିକାର ନଗରପାଳ ମଧ୍ୟ ରହିଥିଲେ। ନବରଙ୍ଗପୁର ଜିଲ୍ଲାରେ ସେ ଜଣେ ଟାଣୁଆ ନେତା ଭାବେ ପରିଚିତ ଥିଲେ। ତାଙ୍କ ସମୟରେ ଅର୍ଥାତ ୨୦୧୯ ସାଧାରଣ ନିର୍ବାଚନରେ ଜିଲ୍ଲାର ୪ଟି ବିଧାନସଭା ଆସନରୁ ୩ଟିକୁ ବିଜେଡି ଅକ୍ତିଆର କରିଥିଲା। ଏହାଛଡ଼ା ସାଂସଦ ମଧ୍ୟ ବିଜେଡି ଜିତିଥିଲା। ଏହି ବିଜୟରେ ପ୍ରହଲ୍ଲାଦ ତ୍ରିପାଠୀଙ୍କର ପ୍ରମୁଖ ଭୂମିକା ରହିଥିଲା।

ହେଲେ ଶ୍ରୀ ତ୍ରିପାଠୀ ଆଜି ବିଜେଡି ଉପରେ ଅସନ୍ତୋଷ ଝାଡ଼ି ଇସ୍ତଫା ଦେଇଛନ୍ତି। ବିଜେଡିରେ ତାଙ୍କୁ ବହୁଦିନ ଧରି ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ସେ ଇସ୍ତଫା ଦେଇଛନ୍ତି। ତେବେ ସେ ବିଜେପିରେ ମିଶିବେ ବୋଲି ଜଣାପଡ଼ିଛି।

Advertisment

ରିପୋର୍ଟ- ନବରଙ୍ଗପୁରରୁ ନବଘନ ବିଷୋୟୀ

Bjp Loksabha Election BjD Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe