Advertisment

ଝାଡ଼ଖଣ୍ଡରେ ରାଜନୈତିକ ହଟଚମଟ; ବିଜେପିରେ ମିଶିପାରନ୍ତି ଚମ୍ପାଇ ସୋରେନ

ହେମନ୍ତ ସୋରେନ ଜେଲରୁ ବାହାରିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କୁହାଯାଇଥିଲା। ଏପରି ଇସ୍ତଫା କଥା ତାଙ୍କ ଆତ୍ମ ସମ୍ମାନକୁ ବେଶ କଷ୍ଟ ଦେଇଥିଲା ବୋଲି ଚମ୍ପାଇ ସୋରେନ କହିଛନ୍ତି।

author-image
Manoj Swain

ଝାଡ଼ଖଣ୍ଡ ରାଜନୀତିରେ ବଡ଼ ହଲଚଲ । ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ ଜେଏମଏମ ସହ ବିଦ୍ରୋହ ଘୋଷଣା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ। ବିଜେପିରେ ମିଶିବା ଚର୍ଚ୍ଚା ମଧ୍ୟରେ ରବିବାର ସେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହାପରେ ସେ ନିଜ ଦଳ ଜେଏମଏମ ଉପରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ହେମନ୍ତ ସୋରେନ ଜେଲରୁ ବାହାରିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କୁହାଯାଇଥିଲା। ଏପରି ଇସ୍ତଫା କଥା ତାଙ୍କ ଆତ୍ମ ସମ୍ମାନକୁ ବେଶ କଷ୍ଟ ଦେଇଥିଲା ବୋଲି ଚମ୍ପାଇ ସୋରେନ କହିଛନ୍ତି। 

Advertisment
Jharkhand Champai Soren