Advertisment

‘ଖେଲା ହୋବେ’ର ଜନକ ବନାମ ଜଷ୍ଟିସ ଗଙ୍ଗୋପାଧ୍ୟାୟ

୬୧ ବର୍ଷୀୟ ଗଙ୍ଗୋପାଧ୍ୟାୟ ବିଜେପିରେ ମିଶିବା ପରେ ଟିଏମସି ମୁଖ୍ୟ ମମତା ବାନାର୍ଜୀ ତାଙ୍କୁ ବିଜେପି ବାବୁ କହିଥିଲେ।

ଅଦ୍ୟତନ ହୋଇଛି
Abhijit Gangopadhyay

Abhijit Gangopadhyay

Advertisment

ବେଙ୍ଗଲ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସିର ଖେଲା ହୋବେ ନାରା ଓ ଗୀତ ପୂରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏହି ଗୀତ ଲେଖିଥିବା ଯୁବକଙ୍କୁ ଟିଏମସି ଏବେ ଲୋକସଭା ଟିକେଟ ଦେଇଛି। ସେ ହେଉଛନ୍ତି ଟିଏମସି ସୋଶାଲ ମିଡିଆ ସେଲର ମୁଖ୍ୟ ଦେବାଙ୍ଗଶୁ ଭଟ୍ଟାଚାର୍ଯ୍ୟ।

Advertisment

ତାଙ୍କୁ ଦଳ ତାମଲୁକ ଆସନରୁ ପ୍ରାର୍ଥୀ କରିଛି। ତାଙ୍କ ବିରୋଧରେ ବିଜେପି ନିର୍ବାଚନ ଲଢ଼ିବାକୁ କଲିକତା ହାଇକୋର୍ଟର ବିଚାରପତି ପଦରୁ ଇସ୍ତଫା ଦେଇଥିବା ଜଷ୍ଟିସ ଗଙ୍ଗୋପାଧ୍ୟାୟଙ୍କୁ ଟିକେଟ ଦେଇଛି। ଏହାର ଅର୍ଥ ତାମଲୁକ ଲଢ଼େଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

୨୦୨୧ରେ ପଶ୍ଚିମବଙ୍ଗ ସ୍କୁଲ ସେବା କମିଶନ ଦ୍ୱାରା ପରିଚାଳିତ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗର ତଦନ୍ତ ସିବିଆଇ କରିବା ଦରକାର ବୋଲି ହଠାତ କହି ଜଷ୍ଟିସ ଗଙ୍ଗୋପାଧ୍ୟାୟ ଚର୍ଚ୍ଚାକୁ ଆସିଥିଲେ। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଚଳିତ ମାସରେ ହିଁ ଜଷ୍ଟିସ ଗଙ୍ଗୋପାଧ୍ୟାୟ ବିଚାରପତି ପଦରୁ ସ୍ୱେଚ୍ଛାକୃତ ଅବସର ନେଇ ବିଜେପିରେ ମିଶିଥିଲେ।

Advertisment

ଏହାକୁ ନେଇ ତାଙ୍କୁ ତୀବ୍ର ସମାଲୋଚନା ହେବାକୁ ପଡ଼ିଥିଲା। ପ୍ରଥମଥର ପାଇଁ ଜଣେ ପୂର୍ବତନ ବିଚାରପତି ନିର୍ବାଚନ ମୈଦାନକୁ ଓହ୍ଲାଇଥିବାରୁ ଅନେକ ଏହାକୁ ତାଙ୍କ ରାୟ ସହ ଯୋଡ଼ି ସମାଲୋଚନା କରିଥିଲେ।

୬୧ ବର୍ଷୀୟ ଗଙ୍ଗୋପାଧ୍ୟାୟ ବିଜେପିରେ ମିଶିବା ପରେ ଟିଏମସି ମୁଖ୍ୟ ମମତା ବାନାର୍ଜୀ ତାଙ୍କୁ ବିଜେପି ବାବୁ କହିଥିଲେ। ସେ କହିଥିଲେ, ବେଞ୍ଚରେ ଥିବା ବିଜେପି ବାବୁ ଏବେ ରାଜନୀତିକୁ ଆସିଛନ୍ତି। ଯଦି ସେ ନିର୍ବାଚନ ଲଢ଼ନ୍ତି, ତାଙ୍କୁ ହରାଇବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିବୁ ବୋଲି ମମତା କହିଥିଲେ।

ବିଜେପି ୫ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଜଷ୍ଟିସ ଗଙ୍ଗୋପାଧ୍ୟାୟଙ୍କ ନାଁ ରହିଥିବା ଜଣାପଡ଼ିବା ପରେ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଜଷ୍ଟିସ ଗଙ୍ଗୋପାଧ୍ୟାୟଙ୍କ ପ୍ରାର୍ଥୀ ହେବା ପୂର୍ବରୁ ହିଁ ଟିଏମସି ୨୭ ବର୍ଷୀୟ ଭଟ୍ଟାଚାର୍ଯ୍ୟଙ୍କୁ ତାମଲୁକ ଆସନରୁ ପ୍ରାର୍ଥୀ କରି ସାରିଥିଲା।

ତୃଣମୂଳ ଛାତ୍ର ପରିଷଦର ସକ୍ରିୟ ସଦସ୍ୟ ଭାବେ ଭଟ୍ଟାଚାର୍ଯ୍ୟ ବେଶ ପରିଚିତ। ସେ ୨୦୨୨ରୁ ଦଳର ସୋଶାଲ ମିଡିଆ ମୁଖ୍ୟ ଭାବେ କାମ କରୁଛନ୍ତି। ୨୦୨୧ ବେଙ୍ଗଲ ବିଧାନସଭା ନିର୍ବାଚନ ବେଳେ ସେ ଟିଏମସି ପାଇଁ ଖେଲା ହୋବେ ଗୀତ ଲେଖିଥିଲେ।

ସେ ସ୍ଥାନୀୟ ରାଜନୀତିକ ଛୁଙ୍କ ସହ ବେଙ୍ଗଲ ସରକାରଙ୍କ ଜନକଲ୍ୟାଣ ଯୋଜନାଗୁଡ଼ିକର ନାଁକୁ ଗୀତିରେ ଉଲ୍ଲେଖ କରିଥିଲେ। କ୍ୟାଚି ମ୍ୟୁଜିକ ସହ ପ୍ରସ୍ତୁତ ହୋଇଥିବା ଖେଲା ହୋବେ ଗୀତ ବେଶ ହିଟ ହୋଇଥିଲା।

ଏକଦା ବାମପନ୍ଥୀଙ୍କ ଗଡ଼ ଭାବେ ପରିଚିତ ଥିବା ତାମଲୁକ ୨୦୦୯ରୁ ଟିଏମସି ପାଖରେ ରହିଛି। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୨୦୦୯ ଓ ୨୦୧୪ରୁ ଏଠାରେ ଜିତିଥିବା ନେତା ଜଣଙ୍କ ଥିଲେ ଶୁଭେନ୍ଦୁ ଅଧିକାରୀ। ଏବେ ସେ ବିଜେପିରେ ମିଶି ବେଙ୍ଗଲ ବିଧାନସଭାର ବିରୋଧୀ ଦଳ ନେତା ଭାବେ କାମ କରୁଛନ୍ତି।

୨୧୦୧୪ରେ ଅଧିକାରୀ ଏଠାରୁ ଜିତିଥିଲେ ମଧ୍ୟ ୨୦୧୬ରେ ବିଧାନସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଏଥପାଇଁ ତାଙ୍କୁ ତାମଲୁକ ଲୋକସଭା ଆସନ ଛାଡ଼ିବାକୁ ପଡ଼ିଥିଲା। ଏହାପରେ ହୋଇଥିବା ଉପ ନିର୍ବାଚନରେ ଟିଏମସିର ଦିବୟେନ୍ଦୁ ଅଧିକାରୀ ଜିତିଥିଲେ।

୨୦୧୯ରେ ମଧ୍ୟ ଦିବୟେନ୍ଦୁ ଅଧିକାରୀ ପୁଣି ଟିଏମସିରୁ ଲଢ଼ି ଜିତିଥିଲେ। ୨୦୨୦ରେ ଶୁଭେନ୍ଦୁ ଅଧିକାରୀ ପ୍ରଥମେ ବିଜେପିରେ ମିଶିଥିଲେ। ଆଉ ଏବେ ଅର୍ଥାତ ସପ୍ତାହକ ତଳେ ତାଙ୍କ ଭାଇ ଦିବୟେନ୍ଦୁ ମଧ୍ୟ ବିଜେପିକୁ ଯାଇଛନ୍ତି।

ଟିଏମସି ୧୫ ବର୍ଷ ହେଲା ତାମଲୁକକୁ ନିଜ ପାଖରେ ରଖିଥିଲେ ହେଁ ଅଧିକାରୀ ପରିବାରର ଦବଦବା ଏଠାରେ ରହିଛି। ତେଣୁ ଟିଏମସିକୁ ଏଠାରେ ଜିତିବା ସେତେଟା ସହଜ ହେବନି।

Bjp TMC Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe