Advertisment

'ଓଡ଼ିଶାରେ ଆଉଟସୋର୍ସିଂ ସରକାର ଚାଲିଛି'

ଓଡ଼ିଶାରେ ପହଞ୍ଚିବା ପରେ ବିଜେଡି ସରକାରକୁ ତୀବ୍ର ସମାଲୋଚନା କଲେ ଶିବରାଜ ସିଂ ଚୌହ୍ବାନ। କହିଲେ, ଓଡ଼ିଶାରେ ଆଉଟସୋର୍ସିଂ ସରକାର ଚାଲିଛି।

author-image
Manoj Swain

ଓଡ଼ିଶାରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ। ଓଡ଼ିଶାରେ ପହଞ୍ଚିବା ପରେ ବିଜେଡି ସରକାରକୁ ତୀବ୍ର ସମାଲୋଚନା କଲେ ଶିବରାଜ ସିଂ ଚୌହ୍ବାନ। କହିଲେ, ଲୋକସଭାରେ ବିଜେପି ବିପୁଳ ଭୋଟ ପାଇବ। ବିଧାନସଭାରେ ବି ବହୁମତ ସହ ରାଜ୍ୟରେ ସରକାର କରିବ ବିଜେପି। ଓଡ଼ିଶାରେ ବିଜେପି ପୂରା ତାକତ୍‌ରେ ଲଢ଼ିବ, ସରକାର ଗଢ଼ିବ। ଓଡ଼ିଶାର ବିକାଶ ପାଇଁ ମୋଦି ଦେଉଥିବା ଅର୍ଥ ସଠିକ ବିନିଯୋଗ ହେଉନି।  ମୋଦି ଟଙ୍କା ଦେଉଛନ୍ତି, ନବୀନ ତା ଉପରେ ଠପ୍ପା ଲଗାଉଛନ୍ତି। ଓଡ଼ିଶାରେ ଆଉଟସୋର୍ସିଂ ସରକାର ଚାଲିଛି। 

Advertisment
Odisha Bjp Shivraj Singh Chouhan