Advertisment

ମହାରାଷ୍ଟ୍ର କଂଗ୍ରେସକୁ ଝଟ୍‌କା, ହାତ ଛାଡ଼ିଲେ ବାବା ସିଦ୍ଦିକି

ତିନି ଥର ବିଧାୟକ ଥିବା ବାବା ସିଦ୍ଦିକି ୪୮ ବର୍ଷ ଧରି କଂଗ୍ରେସ ସହ ଜଡିତ ଥିଲେ।

Baba Siddique

Baba Siddique

Advertisment

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ତେବେ ଏହା ପୂର୍ବରୁ ମହାରାଷ୍ଟ୍ର କଂଗ୍ରେସକୁ ପୁଣି ଲାଗିଛି ବଡ଼ ଝଟ୍‌କା। ବରିଷ୍ଠ ନେତା ତଥା ମହାରାଷ୍ଟ୍ର ସରକାରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ତିନି ଥର ବିଧାୟକ ଥିବା ବାବା ସିଦ୍ଦିକି ୪୮ ବର୍ଷ ଧରି କଂଗ୍ରେସ ସହ ଜଡିତ ହେବା ପରେ ଦଳ ଛାଡିଛନ୍ତି। ସେ ତାଙ୍କର ରାଜନୈତିକ ଯାତ୍ରାକୁ ଚମତ୍କାର ବୋଲି ବର୍ଣ୍ଣନା କରିଛନ୍ତି। ଏହାପୂର୍ବରୁ ନିକଟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମିଲିନ୍ଦ ଦେଓରା ଦଳର ସଦସ୍ୟତାରୁ ଇସ୍ତଫା ଦେଇଥିଲେ।

Advertisment

ସୋଶାଲ ମିଡିଆରେ ଏକ ପୋଷ୍ଟ ସେୟାର କରି ବାବା ସିଦ୍ଦିକି କଂଗ୍ରେସ ହାତ ଛାଡ଼ି ଥିବା ନେଇ ଘୋଷଣା କରିଛନ୍ତି। ସେ ପୋଷ୍ଟରେ ଲେଖିଛନ୍ତି, 'ମୁଁ ଯୁବାବସ୍ଥାରେ କଂଗ୍ରେସରେ ଯୋଗ ଦେଇଥିଲି। ଏହି ଯାତ୍ରା ମୋ ପାଇଁ ବେଶ୍ ଚମତ୍କାର ଥିଲା। ଏହି ଯାତ୍ରା ୪୮ ବର୍ଷ ଧରି ଏକ ମହତ୍ୱୂପର୍ଣ୍ଣ ଯାତ୍ରା ଅଟେ। ହେଲେ ଆଜି ମୁଁ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛି। ବହୁତ କିଛି କହିବାକୁ ଚାହେଁ, କିନ୍ତୁ କିଛି ଜିନିଷ ଅଛି ଯାହା ବିଷୟରେ ନ କହିଲେ ଭଲ।'

ଏହାପୂର୍ବରୁ ଜାନୁଆରୀ ୧୪ ତାରିଖରେ ମିଲିନ୍ଦ ଦେବରା କଂଗ୍ରେସ ଛାଡି ଶିବସେନାରେ ସାମିଲ ହୋଇଥିଲେ। ଏହାପରଠାରୁ ବାବା ସିଦ୍ଦିକି ମଧ୍ୟ ଖୁବଶୀଘୟ ଦଳ ଛାଡିପାରନ୍ତି ବୋଲି ଚର୍ଚ୍ଚା ଚାଲିଥିଲା। କିନ୍ତୁ ସେତେବେଳେ ସେ ଏହାକୁ କେବଳ ଏକ ଗୁଜବ ବୋଲି କହିଥିଲେ। ହେଲେ ଆଜି କିନ୍ତୁ ସେ ଦଳ ଛାଡିଥିବା ନେଇ ଘୋଷଣା କରିଛନ୍ତି।

Advertisment

ବାବା ସିଦ୍ଦିକି କଂଗ୍ରେସ ଛାଡିବା ପରେ ଅଜିତ ପାଓ୍ୱାରଙ୍କ ଏନ୍‌ସିପିରେ ସାମିଲ ହେବେ ବୋଲି କୁହାଯାଉଛି। କାରଣ କିଛି ଦିନ ପୂର୍ବରୁ ବାବା ସିଦ୍ଦିକି ଏବଂ ତାଙ୍କ ପୁଅ ଜିଶାନ ଫେବ୍ରୁଆରୀ ୧ ରେ ଏନସିପି ନେତା ଅଜିତ ପାୱାରଙ୍କୁ ଭେଟିବାକୁ ଯାଇଥିଲେ।

ଉଲ୍ଲେଖଯୋଗ୍ୟ ବାବା ସିଦ୍ଦିକି ତିନିଥର ବାନ୍ଦ୍ରା ପଶ୍ଚିମରୁ ବିଧାୟକ ହୋଇଛନ୍ତି। ଏହା ବ୍ୟତୀତ ସେ ମହାରାଷ୍ଟ୍ରର ଖାଦ୍ୟ ଏବଂ ନାଗରିକ ବିଭାଗ ମନ୍ତ୍ରୀ ମଧ୍ୟ ରହିଛନ୍ତି। ବାବା ସିଦ୍ଦିକି ଛାତ୍ର ନେତା ଭାବରେ ତାଙ୍କର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ସେ ବ୍ରିହାନ ମୁମ୍ବାଇ ନିଗମ (ବିଏମସି) ର କର୍ପୋରେଟର ଭାବରେ ନିର୍ବାଚିତ ହୋଇଥିଲେ। ସିଦ୍ଦିକି ୧୯୯୯ ରେ ପ୍ରଥମ ଥର ପାଇଁ ବାନ୍ଦ୍ରା ୱେଷ୍ଟରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

Maharashtra Baba Siddique Quits Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe