Advertisment

ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂହ ଭୋଇ

ସୁରେନ୍ଦ୍ର ସିଂହ ଭୋଇ କଂଗ୍ରେସ ଟିକେଟରେ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

author-image
Jitendra Garnayak
BJD Leaders

BJD Leaders

ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂହ ଭୋଇ ଆଜି ବିଜେଡିରେ ମିଶିଛନ୍ତି। ଶଙ୍ଖ ଭବନରେ ହୋଇଥିବା ମିଶ୍ରଣ ପର୍ବରେ ତାଙ୍କ ସହିତ ୧୨ ଜଣ ସରପଞ୍ଚ, ୧୩ ଜଣ ସମିତି ସଭ୍ୟ ଓ ବହୁ କର୍ମୀ ବିଜେଡିରେ ଯୋଗ ଦେଇଥିଲେ।

Advertisment

ସୁରେନ୍ଦ୍ର ସିଂହ ଭୋଇ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ କଂଗ୍ରେସ ଟିକେଟରେ ଦୁଇ ଥର ସଇଁତଳା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ଥରେ ଟିଟିଲାଗଡ଼ରୁ ନିର୍ବାଚିତ ହୋଇଥିଲେ।

ଶ୍ରୀ ଭୋଇ ୧୯୯୫ ଓ ୨୦୦୪ରେ ସଇଁତଳାରୁ ଏବଂ ୨୦୦୯ରେ ଟିଟିଲାଗଡ଼ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ ଓ ୨୦୧୯ରେ ସେ ବିଜେଡିର ଟୁକୁନି ସାହୁଙ୍କଠାରୁ ପରାସ୍ତ ହୋଇଥିଲେ।

Advertisment

ବିଜେଡିରେ ଯୋଗ ଦେଇଥିବା ସୁରେନ୍ଦ୍ର ସିଂହ ଭୋଇଙ୍କୁ ବଲାଙ୍ଗୀର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି।

ମନ୍ତ୍ରୀ ଟୁକୁନି ସାହୁ, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ଉପସ୍ଥିତିରେ ବିଜେଡିରେ ମିଶିଥିଲେ ସୁରେନ୍ଦ୍ର ସିଂହ ଭୋଇ। ନିକଟରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ। 

2024 General Election BjD Congress Odisha Assembly Election 2024