ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂହ ଭୋଇ ଆଜି ବିଜେଡିରେ ମିଶିଛନ୍ତି। ଶଙ୍ଖ ଭବନରେ ହୋଇଥିବା ମିଶ୍ରଣ ପର୍ବରେ ତାଙ୍କ ସହିତ ୧୨ ଜଣ ସରପଞ୍ଚ, ୧୩ ଜଣ ସମିତି ସଭ୍ୟ ଓ ବହୁ କର୍ମୀ ବିଜେଡିରେ ଯୋଗ ଦେଇଥିଲେ।
ସୁରେନ୍ଦ୍ର ସିଂହ ଭୋଇ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ କଂଗ୍ରେସ ଟିକେଟରେ ଦୁଇ ଥର ସଇଁତଳା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ଥରେ ଟିଟିଲାଗଡ଼ରୁ ନିର୍ବାଚିତ ହୋଇଥିଲେ।
Also Read
ଶ୍ରୀ ଭୋଇ ୧୯୯୫ ଓ ୨୦୦୪ରେ ସଇଁତଳାରୁ ଏବଂ ୨୦୦୯ରେ ଟିଟିଲାଗଡ଼ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ ଓ ୨୦୧୯ରେ ସେ ବିଜେଡିର ଟୁକୁନି ସାହୁଙ୍କଠାରୁ ପରାସ୍ତ ହୋଇଥିଲେ।
ବିଜେଡିରେ ଯୋଗ ଦେଇଥିବା ସୁରେନ୍ଦ୍ର ସିଂହ ଭୋଇଙ୍କୁ ବଲାଙ୍ଗୀର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି।
ମନ୍ତ୍ରୀ ଟୁକୁନି ସାହୁ, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ଉପସ୍ଥିତିରେ ବିଜେଡିରେ ମିଶିଥିଲେ ସୁରେନ୍ଦ୍ର ସିଂହ ଭୋଇ। ନିକଟରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ଭାରତ ଗୋଟିଏ ଧର୍ମଶାଳା ନୁହେଁ: କାହିଁକି ଏମିତି କହିଲେ ଅମିତ ଶାହ?
ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ କହିବା କଥା ଯେ ଇମିଗ୍ରେସନ ଓ ଫରେନର୍ସ ବିଧେୟକ ଦେଶର ସୁରକ୍ଷାକୁ ସଶକ୍ତ କରିବ, ଅର୍ଥନୀତିକୁ ସୁଦୃଢ଼ କରିବ ଓ ବ୍ୟବସାୟକୁ ମଜବୁତ କରିବା ସହ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ନୂଆ ଉତ୍ସାହ ଆଣିଦେବ।

Politics
ମୁହଁ ଖୋଲୁନାହାନ୍ତି ନବୀନ: ୩ ଦିନ ଡ୍ରାମା ପରେ ବିଜେଡିର ୟୁ-ଟର୍ଣ୍ଣ, ଦମ୍ ଦେଖାଉଛି କଂଗ୍ରେସ
କଂଗ୍ରେସ ଗୁରୁବାର ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବା ସହ ସରକାରଙ୍କ ବିରୁଦ୍ଧରେ ଅସନ୍ତୁଷ୍ଟ ଥିବା ଲୋକଙ୍କୁ ନିଜ ଆଡ଼କୁ ନେବାକୁ ପ୍ରସ୍ତୁତ ରଣନୀତିକୁ ସଫଳ ରୂପ ଦେଇଛି । ମାତ୍ର ବିଜେଡି ଗୁରୁବାର ଅଚାନକ ୟୁ-ଟର୍ଣ୍ଣ ନେଇ ଗୃହ କାର୍ଯ୍ୟରେ ସାମିଲ ହୋଇଛି । ଯଦିଓ ଗୃହ କାର୍ଯ୍ୟ ଆରମ୍ଭ ପୂର୍ବରୁ ବିଧାନସଭା ପରିସରରେ ପୁଲିସର ପ୍ରବେଶକୁ ଆଳ କରି ଗଙ୍ଗା ପାଣି ଛିଞ୍ଚିଥିଲା ।

Politics
ଏସଏଚଜିଙ୍କୁ ସୁରକ୍ଷା ଦେଇ ଅଡ଼ୁଆରେ ୨୪ ସିଡିପିଓ: ସପ୍ତାହସୁଦ୍ଧା ସ୍ପଷ୍ଟୀକରଣ ଦିଅ,ନଚେତ୍ କାର୍ଯ୍ୟାନୁଷ୍ଠାନ
ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ୨୪ଜଣ ସିଡିପିଓଙ୍କୁ ଗତ ଦୁଇ ଦିନ ତଳେ କାରଣ ଦର୍ଶାଅ ନୋଟିସ୍ ଜାରି କରି କାହିଁକି ସ୍ପଷ୍ଟୀକରଣ ରଖିନାହିଁ ବୋଲି ପ୍ରଶ୍ନ କରିଛି ।

National
ସାଂସଦଙ୍କ ବେତନ ବୃଦ୍ଧିର ଆଧାର କ’ଣ?
୨୦୧୬ରେ ସାଂସଦମାନଙ୍କ ବେତନ ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଦୃଢ଼ ମତ ରଖିଥିଲେ। ସାଂସଦମାନେ ନିଜର ଦରମା ସମ୍ପର୍କରେ ନିଜେ ନିଷ୍ପତ୍ତି ନେବା ଉଚିତ୍ ନୁହେଁ ଏବଂ ବେତନ ଆୟୋଗ ଭଳି ଏକ ସଂସ୍ଥା ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଥିଲେ। ଅଥବା ବିଭିନ୍ନ ସମୟରେ ନିର୍ଦ୍ଦିଷ୍ଟ ପଦବୀ ଏବଂ ପାହ୍ୟାରେ ହେଉଥିବା ବେତନ ବୃଦ୍ଧି ସହ ଏହାକୁ ଯୋଡ଼ିବା ଆବଶ୍ୟକ ବୋଲି ସେ କହିଥିଲେ।

Politics
ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ: କଂଗ୍ରେସର ୧୨ ବିଧାୟକ ଏକକାଳୀନ ନିଲମ୍ବିତ, ମୁହାଁମୁହିଁ ସ୍ଥିତି
ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ଦିନଠୁ କଂଗ୍ରେସ ରାଜ୍ୟରେ ମହିଳା ନିର୍ଯାତନା ମାମଲା ବୃଦ୍ଧି ପାଉଥିବା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଥିଲା । ବିଜେଡି ବିଧାୟକମାନେ ମଧ୍ୟ ପୋଷ୍ଟର ଧରି ପ୍ରତିବାଦ କରୁଛନ୍ତି । ମାତ୍ର କଂଗ୍ରେସ ବିଧାୟକମାନେ ଘଣ୍ଟ, ତୁରୀ ଓ ହୁଇସିଲ୍ ବଜାଇ ପ୍ରତିବାଦ କରି ଗୃହ କାର୍ଯ୍ୟରେ କ୍ରମାଗତ ବାଧା ସୃଷ୍ଟି କରୁଥିଲେ ।