Advertisment

ଗଣେଶ୍ୱରଙ୍କ ଏଣ୍ଟ୍ରି ପୂର୍ବରୁ କେନ୍ଦ୍ରାପଡ଼ା ବିଜେଡିରେ ବିଦ୍ରୋହ

ଆଜି ପର୍ଯ୍ୟନ୍ତ ବିଜେଡି ୧୦୮ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ହେଲେ କେନ୍ଦ୍ରାପଡ଼ା ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। ଯାହାକୁ ନେଇ କର୍ମୀ ଓ କର୍ମକର୍ତ୍ତାଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା ଇସ୍ତଫା ଦେଇଥିଲେ।

author-image
Manoranjan Sial
BJD

BJD

କଂଗ୍ରେସ ନେତା ଗଣେଶ୍ୱର ବେହେରା ଆସନ୍ତାକାଲି ବିଜେଡିରେ ଯୋଗଦେଇପାରନ୍ତି। ବିଜେଡିରେ ମିଶିବା ପରେ ତାଙ୍କୁ କେନ୍ଦ୍ରାପଡ଼ା ବିଧାୟକ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହେଉଛି। ହେଲେ ତା’ପୂର୍ବରୁ ଆଜି ବିଜେଡିର ଗୋଟିଏ ଗୋଷ୍ଠୀ ମେଳି କରିଛନ୍ତି। ଗଣେଶ୍ୱରଙ୍କୁ ବିରୋଧ କରିବା ପାଇଁ ଦୁଇ ପୂର୍ବତନ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସମେତ ଶତାଧିକ ବିଜେଡି କର୍ମୀ ଓ କର୍ମକର୍ତ୍ତା ବିଦ୍ରୋହ କରିଛନ୍ତି। ଆଉ ଶୁଣାଇ ଦେଇଛନ୍ତି ଗଣେଶ୍ୱର ବିଜେଡି ପ୍ରାର୍ଥୀ ହେଲେ ଜୋରଦାର ବିରୋଧ କରାଯିବ। ଯାହାକୁ ନେଇ ଚିନ୍ତାରେ ବିଜେଡି ମୁଖିଆ ଓ ଭୁବନେଶ୍ୱର ନେତା।

Advertisment

ଆଜି ପର୍ଯ୍ୟନ୍ତ ବିଜେଡି ୧୦୮ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ହେଲେ କେନ୍ଦ୍ରାପଡ଼ା ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। ଯାହାକୁ ନେଇ କର୍ମୀ ଓ କର୍ମକର୍ତ୍ତାଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା ଇସ୍ତଫା ଦେଇଥିଲେ। ପରେ ପରେ ଶୁଣିବାକୁ ମିଳିଲା ସେ କୁଆଡ଼େ ବିଜେଡିରେ ମିଶିଲେ। ସେ ବିଜେଡିରେ ମିଶିଲେ, ତାଙ୍କୁ କୁଆଡ଼େ କେନ୍ଦ୍ରାପଡ଼ା ବିଧାୟକ ପ୍ରାର୍ଥୀ କରାଯିବ।

ଗଣେଶ୍ୱରଙ୍କ ପ୍ରାର୍ଥୀତ୍ୱ ଚର୍ଚ୍ଚାକୁ ଜିଲ୍ଲାର ବରିଷ୍ଠ ବିଜେଡି କର୍ମକର୍ତ୍ତା ସହଜରେ ଗ୍ରହଣ କରିପାରୁନାହାନ୍ତି। ଆଜି କେନ୍ଦ୍ରାପଡ଼ା ଟାଉନ୍‌ରେ ଥିବା ଏକ ହୋଟେଲ୍‌ରେ ବସିଥିଲା ଗୁପ୍ତ ବୈଠକ। ପୂର୍ବତନ ବିଧାୟକ କିଶୋର ତରାଇଙ୍କ ନେତୃତ୍ଵରେ ବସିଥିବା ବୈଠକରେ ପୂର୍ବତନ ବିଧାୟୀକା ସିପ୍ରା ମଲ୍ଲିକ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଗିତାଞ୍ଜଳୀ ସେଠୀ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ବିଜେଡି ମୂରଲୀଧର ସେଠୀ, ଦୁଷ୍ମନ୍ତ ମଲ୍ଲିକ, କେନ୍ଦ୍ରାପଡା ବ୍ଲକ୍‌ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହପାତ୍ରଙ୍କ ସମେତ ଶତାଧିକ କର୍ମକର୍ତ୍ତା ଯୋଗଦେଇଥିଲେ।

Advertisment

ଅନ୍ୟ ଦଳରୁ ନେତାଙ୍କ ଆଣି ଟିକେଟ ଦେବାକୁ ଜୋରଦାର ବିରୋଧ କରିଥିଲେ ବିଜେଡି ନେତା ଓ କର୍ମୀ। ନାରାବାଜି ଦେବା ସହ ସ୍ଥାନୀୟ ବିଜେଡି ନେତାଙ୍କୁ ଟିକେଟ ଦେବାକୁ ଦାବି କରିଥିଲେ। ଏହି ଘଟଣାରେ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଥିବା ଅସନ୍ତୋଷ ଆଜି ଫୁଟି ବାହାରିଥିଲା।

ସିପ୍ରା ମଲ୍ଲିକ କହିଥିଲେ, ଆଜିର ବୈଠକରେ ଯୋଗଦେଇଥିବା କର୍ମୀମାନେ ନିଜ ମନରେ ଥିବା କ୍ଷୋଭ ଓ ଅସନ୍ତୋଷକୁ ପ୍ରକାଶ କରିଥିଲେ। ଆମ ଦଳରେ ଯୋଗ୍ୟ ପ୍ରାର୍ଥୀ ଥାଉଁଥାଉଁ ଅନ୍ୟ ଦଳକୁ ନେତାଙ୍କୁ ଆଣି କାହିଁକି ପ୍ରାର୍ଥୀ କରାଯାଉଛି କର୍ମୀମାନେ ପ୍ରଶ୍ନ କରିଥିଲେ। ଆମର ଆଶା ହଜାର ହଜାର ସଂଖ୍ୟାର କର୍ମୀଙ୍କ ମନୋଭାବକୁ ସୁପ୍ରିମୋ ଉପେକ୍ଷା କରିବେ ନାହିଁ ବୋଲି ସିପ୍ରା ମଲ୍ଲିକ କହିଛନ୍ତି।

ସେହିପରି ପୂର୍ବତନ ବିଧାୟକ କିଶୋର ତରାଇ କହିଛନ୍ତି, ଆମେ ଯେଉଁମାନେ ଆଶାୟୀ ଅଛୁ, ଆମ ଭିତରୁ ଯାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବେ, ତାଙ୍କୁ ସମର୍ଥନ କରିବୁ। ଏ ସମ୍ପର୍କରେ ଲିଖିତ ଭାବେ ଜଣାଇଦେବୁ ବୋଲି ଶ୍ରୀ ତରାଇ କହିଛନ୍ତି।

ରିପୋର୍ଟ- କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ

BjD Kendrapara Loksabha Election