ପୂର୍ବତନ ବିଧାୟକ ତଥା କଟକର ପ୍ରଥମ ମେୟର ନିବେଦିତା ପ୍ରଧାନଙ୍କ ପରଲୋକ ହୋଇଯାଇଛି। କଟକର ମଙ୍ଗଳବାଗ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ନ ୫ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା।
ସ୍ୱାସ୍ଥ୍ୟ ଖରାପ ହେବାରୁ ୪ ଦିନ ତଳେ ନିବେଦିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ଅବସ୍ଥା ଗୁରୁତର ହୋଇଥିଲା। ସେ ମଧୁମେହ ସହିତ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ତାଙ୍କର କିଡ୍ନୀ ମଧ୍ୟ ଖରାପ ହୋଇଯାଇଥିଲା।
Also Read
୨୦୦୦ ମସିହାରେ କଟକ ସଦର ଆସନରୁ ବିଜେପି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ନିବେଦିତା। ଏହା ପରେ ୨୦୦୪ରେ ସେ କଟକ ମହାନଗର ନିଗମର ପ୍ରଥମ ମେୟର ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଅନାସ୍ଥା ପ୍ରସ୍ତାବ: ମୋଦିଙ୍କ ଭାଷଣକୁ ବିରୋଧ, କକ୍ଷତ୍ୟାଗ କଲେ ‘ଇଣ୍ଡିଆ’ ସାଂସଦ
ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦି ଅପରାହ୍ନ ପ୍ରାୟ ୫.୦୮ରୁ ଅନାସ୍ଥା ପ୍ରସ୍ତାବ ଉପରେ ଭାଷଣ ଆରମ୍ଭ କରିଥିଲେ। ସେ ପ୍ରଥମରୁ ବିରୋଧୀଙ୍କ ଉପରେ ବର୍ଷିଥିଲେ।
Politics
ୟୁପିଏର ଅନ୍ତିମ ସଂସ୍କାର ବେଙ୍ଗାଲୁରୁରେ ହୋଇଛି: ମୋଦି
ଅନ୍ତିମ ସଂସ୍କାର ବେଳେ ସେମାନେ ବେଶ ଖୁସିଥିଲେ। ସେମାନେ ୟୁପିଏର ନାଁ ବଦଳାଇ କ୍ଷମତାକୁ ଆସିବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ପୁରୁଣା ମେଣ୍ଟ ଉପରେ ରଙ୍ଗ ମାରିଲେ କିଛି ଲାଭ ନାହିଁ ବୋଲି ମୋଦି କହିଛନ୍ତି।
Politics
ମୋଦିଙ୍କ ଆକଳନ: ୨୦୨୮ରେ ପୁଣି ଅନାସ୍ଥା ପ୍ରସ୍ତାବ ଆଣିବେ ବିରୋଧୀ
୨୦୧୮ରେ ପ୍ରଥମଥର ପାଇଁ ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା। ଏହାପରେ ୨୦୨୩ରେ ଦ୍ୱିତୀୟ ଥର ପାଇଁ ମୋଦି ସରକାର ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେଉଛନ୍ତି।
Politics
ଅନାସ୍ଥା ପ୍ରସ୍ତାବ: କଂଗ୍ରେସର ଅଧୀର ରଞ୍ଜନ ଚୌଧୁରୀଙ୍କୁ କଟାକ୍ଷ କଲେ ମୋଦି
ଏଥର କାହିଁକି ଅଧୀର ଭାଇ ଚୁପ୍ ବସିଛନ୍ତି? କାହିଁକି କଂଗ୍ରେସ ତାଙ୍କୁ ସୁଯୋଗ ଦେଲାନି ବୋଲି ମୋଦି କହିଛନ୍ତି।