Advertisment

ପୂର୍ବତନ ବିଧାୟକ ତଥା କଟକର ପ୍ରଥମ ମେୟରଙ୍କ ପରଲୋକ

ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା।

ଅଦ୍ୟତନ ହୋଇଛି
Nibedita Pradhan

Nibedita Pradhan

Advertisment

ପୂର୍ବତନ ବିଧାୟକ ତଥା କଟକର ପ୍ରଥମ ମେୟର ନିବେଦିତା ପ୍ରଧାନଙ୍କ ପରଲୋକ ହୋଇଯାଇଛି। କଟକର ମଙ୍ଗଳବାଗ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ନ ୫ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା।

Advertisment

ସ୍ୱାସ୍ଥ୍ୟ ଖରାପ ହେବାରୁ ୪ ଦିନ ତଳେ ନିବେଦିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ଅବସ୍ଥା ଗୁରୁତର ହୋଇଥିଲା। ସେ ମଧୁମେହ ସହିତ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ତାଙ୍କର କିଡ୍‌ନୀ ମଧ୍ୟ ଖରାପ ହୋଇଯାଇଥିଲା। 

୨୦୦୦ ମସିହାରେ କଟକ ସଦର ଆସନରୁ ବିଜେପି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ନିବେଦିତା। ଏହା ପରେ ୨୦୦୪ରେ ସେ କଟକ ମହାନଗର ନିଗମର ପ୍ରଥମ ମେୟର ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି।

Advertisment
Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe