Advertisment

BJD ପ୍ରାର୍ଥୀଙ୍କ ପୋଷ୍ଟରରେ ନିଆଁ ଲଗାଇଲେ BJD କର୍ମୀ

ଦେବେନ୍ଦ୍ରଙ୍କ ସମର୍ଥକମାନେ ଆଜି ବିଜେଡି ପ୍ରାର୍ଥୀ ଜୟଶ୍ରୀଙ୍କର ପ୍ରାର୍ଥୀତ୍ୱକୁ ଜୋରଦାର ବିରୋଧ କରିଛନ୍ତି। ସେମାନେ ଖଜୁରୀପଡା ବଜାରରେ ବିଜେଡି ବିଧାୟକ ପ୍ରାର୍ଥୀ ଜୟଶ୍ରୀ କହଁରଙ୍କ ଫୋଟ ଚିରିବା ସହିତ ନିଆଁ ଲଗାଇଛନ୍ତି।

BJD

BJD

Advertisment

BJD ପ୍ରାର୍ଥୀଙ୍କୁ ଜୋରଦାର ବିରୋଧ କରିଛନ୍ତି। ଖାଲି ବିରୋଧ ନୁହେଁ, BJD ପ୍ରାର୍ଥୀଙ୍କ ପୋଷ୍ଟର ପୋଡ଼ିଛନ୍ତି ବିଜେଡି କର୍ମୀ। ଆଗକୁ ଏହି ଆନ୍ଦୋଳନ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି ପୂର୍ବତନ ବିଧାୟକ ଓ ତାଙ୍କ ସମର୍ଥକ। ଯାହାକୁ ନେଇ ବିଜେଡି ମୁଖୀଆ ଟେନ୍‌ସନରେ। ଏପରି ଖବର ଆସିଛି କନ୍ଧମାଳ ଜିଲ୍ଲାରୁ।

Advertisment

ଫୁଲବାଣୀ ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହେବା ପାଇଁ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଆଶାୟୀ ଥିଲେ। ହେଲେ ଦଳ ତାଙ୍କୁ ଅଣଦେଖା କରି ଜୟଶ୍ରୀ କହଁରଙ୍କୁ ପ୍ରାର୍ଥୀ କରିଛି। ଯାହାକୁ ନେଇ ଦେବେନ୍ଦ୍ର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଦେବେନ୍ଦ୍ର ମଧ୍ୟ ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ଭାବିଥିଲା ଦେବେନ୍ଦ୍ରଙ୍କ ଇସ୍ତଫା ପରେ ସବୁକିଛି ସମାଧାନ ହୋଇଗଲା। ହେଲେ ତାଙ୍କ ସମର୍ଥକ ନଛୋଡ ବନ୍ଧା।

ଦେବେନ୍ଦ୍ରଙ୍କ ସମର୍ଥକମାନେ ଆଜି ବିଜେଡି ପ୍ରାର୍ଥୀ ଜୟଶ୍ରୀଙ୍କର ପ୍ରାର୍ଥୀତ୍ୱକୁ ଜୋରଦାର ବିରୋଧ କରିଛନ୍ତି। ସେମାନେ ଖଜୁରୀପଡା ବଜାରରେ ବିଜେଡି ବିଧାୟକ ପ୍ରାର୍ଥୀ ଜୟଶ୍ରୀ କହଁରଙ୍କ ଫୋଟ ଚିରିବା ସହିତ ନିଆଁ ଲଗାଇଛନ୍ତି। ସେହିପରି ବୀରମହାରାଜପୁର ବିଜେଡି ବିଧାୟକ ପଦ୍ମନାଭ ବେହେରା, କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା କୃଷି ନିଗମ ଅଧ୍ୟକ୍ଷ ବିଜୟ ନାୟକଙ୍କ ଫୋଟ ଚିତ୍ରରେ ମଧ୍ୟ ନିଆଁ ଲଗାଇଛନ୍ତି। ଯେଉଁ ପର୍ଯ୍ୟନ୍ତ ଫୁଲବାଣୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରାଯାଇନି ସେ ପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି ଦେବେନ୍ଦ୍ର କହଁର କହିଛନ୍ତି।

Advertisment

ତେବେ ଏ ନେଇ ବିଜେଡି ପ୍ରାର୍ଥୀ ଜୟଶ୍ରୀ କହଁର, ବିଧାୟକ ପଦ୍ମନାଭ ବେହେରା ଓ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ- ଫୁଲବାଣୀରୁ ତ୍ରିନାଥ ସାହୁ

Kandhamal Loksabha Election BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe