Advertisment

ଛାଡୁନି ମୋହ; କ୍ୱାର୍ଟର୍ସ ମାଡ଼ି ବସିଛନ୍ତି ପୂର୍ବତନ ବିଧାୟକ ଓ ମନ୍ତ୍ରୀ

ପୁରୁଣା ଛାଡୁନଥିବାରୁ ନୂଆ ମନ୍ତ୍ରୀ ଓ ବିଧାୟକଙ୍କୁ ମିଳିପାରୁନି କ୍ୱାର୍ଟର୍ସ। ଆଲଟ୍‌ ସତ୍ତ୍ୱେ ସରକାରୀ କ୍ୱାର୍ଟର୍ସର ଅପେକ୍ଷାରେ ଅଛନ୍ତି ପ୍ରାୟ ୬୦ ଜଣ ବିଧାୟକ ଓ ମନ୍ତ୍ରୀ। ସେମାନଙ୍କୁ ଷ୍ଟେଟ୍‌ ଗେଷ୍ଟ ହାଉସରେ ରଖାଯାଇଛି।

BJD

BJD

Advertisment

ଛାଡୁନି କ୍ୱାର୍ଟର୍ସ ମୋହ। ପଦ ଯିବା ପରେ ମଧ୍ୟ ସରକାରୀ କ୍ୱାର୍ଟର୍ସ ମାଡି ବସିଛନ୍ତି ପୂର୍ବତନ ମନ୍ତ୍ରୀ ଓ ବିଧାୟକ। ଷୋଡ଼ଶ ବିଧାନସଭା ଭାଙ୍ଗିବାର ଶହେ ଦିନ ହେଲାଣି। ତଥାପି କ୍ୱାର୍ଟର୍ସ ଖାଲି କରିବାକୁ ଆଗ-ପଛ ହେଉଛନ୍ତି ବିଭିନ୍ନ ଦଳର ୨୭ ଜଣ ବିଧାୟକ। ତା’ଭିତରେ ଅଛନ୍ତି ଦି’ ଡଜନେ ବିଜେଡି ବିଧାୟକ। ସେପଟେ କ୍ୱାର୍ଟର୍ସ ଖାଲି ହେଉନଥିବାରୁ ପାଖାପାଖି ୬୦ ଜଣ ବିଧାୟକ ଓ ମନ୍ତ୍ରୀଙ୍କୁ ଷ୍ଟେଟ୍ ଗେଷ୍ଟ ହାଉସରେ ରଖାଯାଇଛି।

Advertisment

ଷୋଡ଼ଶ ବିଧାନସଭା ଭଙ୍ଗ ହେବାର ଶହେ ଦିନ ପୂରିଲାଣି। ବିଧାୟକ ପଦ ନାହିଁ। ତଥାପି କ୍ୱାର୍ଟର୍ସ ଖାଲି କରୁନାହାନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ବିକ୍ରମ ଆରୁଖ, ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଅମର ପ୍ରସାଦ ଶତପଥୀ, ଦେବୀ ପ୍ରସାଦ ମିଶ୍ର, ରଜନୀକାନ୍ତ ସିଂ, ପ୍ରେମାନନ୍ଦ ନାୟକ, ପ୍ରୀତିରଞ୍ଜନ ଘଡାଇ, ରିତା ସାହୁ ଓ ସୁରେଶ ରାଉତରାୟଙ୍କ ଭଳି ନେତା। ନିୟମ ଅନୁସାରେ, ବିଧାନସଭା ଭଙ୍ଗ ହେବାର ୧୫ ଦିନରୁ ମାସେ ଭିତରେ ପୂର୍ବତନ ବିଧାୟକମାନେ ସରକାରୀ କ୍ୱାର୍ଟର୍ସ ଫେରସ୍ତ କରିବା କଥା। ହେଲେ ଏଯାଏଁ କ୍ୱାର୍ଟର୍ସ ଖାଲି କରିନଥିବାରୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସେମାନଙ୍କୁ ଜାରି ହୋଇଛି ନୋଟିସ। ଏପରିକି କ୍ୱାର୍ଟର୍ସକୁ ଯାଇ ତୁରନ୍ତ ଖାଲି କରିବାକୁ କହିଛନ୍ତି ରେଣ୍ଟ ଅଫିସର ଓ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ।

ପୁରୁଣା ଛାଡୁନଥିବାରୁ ନୂଆ ମନ୍ତ୍ରୀ ଓ ବିଧାୟକଙ୍କୁ ମିଳିପାରୁନି କ୍ୱାର୍ଟର୍ସ। ଆଲଟ୍‌ ସତ୍ତ୍ୱେ ସରକାରୀ କ୍ୱାର୍ଟର୍ସର ଅପେକ୍ଷାରେ ଅଛନ୍ତି ପ୍ରାୟ ୬୦ ଜଣ ବିଧାୟକ ଓ ମନ୍ତ୍ରୀ। ସେମାନଙ୍କୁ ଷ୍ଟେଟ୍‌ ଗେଷ୍ଟ ହାଉସରେ ରଖାଯାଇଛି। ହେଲେ ତାହା ପର୍ଯ୍ୟାପ୍ତ ହୋଇପାରୁନି। ଏଇ ଯେମିତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ତାଙ୍କୁ ଗେଷ୍ଟ ହାଉସର ୫୦୫ ନମ୍ବର ରୁମ୍‌ ମିଳିଛି। ଏଠି ମନ୍ତ୍ରୀଙ୍କ ସହ ପୂରା ପରିବାର ରହୁଛନ୍ତି। ଭଡା ବାବଦକୁ ଦିନକୁ ୬୦୦ ଟଙ୍କା, ଖାଇବା ବିଲ୍‌ ଅଲଗା। ତା’ଭିତରେ କେତେବେଳେ କର୍ମୀ ଆସି ଭେଟୁଛନ୍ତି ତ କେତେବେଳେ କାମ ପାଇଁ ସରକାରୀ କର୍ମଚାରୀ ଆସୁଛନ୍ତି। ତେଣୁ ଗେଷ୍ଟ ହାଉସରେ ଏସବୁ ଆଡଜଷ୍ଟ କରିବା ମୁସ୍କିଲ ହେଉଛି ବୋଲି କୃଷ୍ଣ ମହାପାତ୍ର କହିଛନ୍ତି।

Advertisment

ସାଧାରଣ ପ୍ରଶାସନ ବିଭାଗ ସହ ଓଡ଼ିଶା ବିଧାନସଭା ପକ୍ଷରୁ ମଧ୍ୟ କିଛି କ୍ୱାର୍ଟର୍ସ ପୂର୍ବତନ ମନ୍ତ୍ରୀ ଓ ବିଧାୟକଙ୍କୁ ମିଳିଛି। ତାକୁ ମଧ୍ୟ କିଛି ପୂର୍ବତନ ବିଧାୟକ ଏଯାଏଁ ଛାଡୁ ନଥିବା ଅଭିଯୋଗ ହୋଇଛି।

BjD Bjp Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe