/odisha-reporter/media/post_attachments/uploadimage/library/16_9/16_9_0/IMAGE_1708090795.jpg)
Anshuman Mohanty
ବିଜେଡିରେ ମିଶିଲେ ରାଜନଗରର ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଥିବା ଅଂଶୁମାନ ଦୁଇ ଦିନ ତଳେ ଦଳରୁ ଇସ୍ତଫା ଦେଇଥିଲେ।
Advertisment
ଆଜି ଶଙ୍ଖ ଭବନରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଜେଡି ବିଧାୟକ ଓ ନିଜ ସମର୍ଥକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଓ ନିର୍ମଳ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ଏବଂ ଏହି ବିକାଶ ଧାରାକୁ ଦ୍ୱିଗୁଣିତ କରିବା ପାଇଁ ସେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ଅଂଶୁମାନ।
ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ କେନ୍ଦ୍ରାପଡ଼ା କଂଗ୍ରେସକୁ ଝଟକା ଦେଇ ଦୁଇ ଦିନ ତଳେ ଦଳର ପ୍ରାଥମିକ ସଦସ୍ୟ ଓ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିଲେ ଅଂଶୁମାନ।
Advertisment
୨୦୧୪ରେ ସେ ରାଜନଗରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଅଂଶୁମାନ ମହାନ୍ତି ହେଉଛନ୍ତି ରାଜନଗରର ୭ ଥରର ବିଧାୟକ ତଥା ଦୁଇ ଥର ମନ୍ତ୍ରୀ ହୋଇଥିବା ସ୍ୱର୍ଗତଃ ନଳିନୀ ମହାନ୍ତିଙ୍କ ପୁଅ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
