ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ

ବଳଭଦ୍ର ମାଝୀ ଇସ୍ତଫା ପତ୍ରରେ ତାଙ୍କର ଏହି ପଦକ୍ଷେପର କାରଣ ସଂପର୍କରେ କିଛି ଉଲ୍ଲେଖ କରି ନାହାନ୍ତି। ତେବେ ଦଳରେ ଅବହେଳିତ ହୋଇ ରହିଯାଇଥିବା ଅଭିଯୋଗ କରି ସେ ଇସ୍ତଫା ଦେଇଛନ୍ତି। 

Balabhadra Majhi PhotoOR

ପୂର୍ବତନ ବିଧାୟକ ବଳଭଦ୍ର ମାଝୀ

Jitendra Garnayak
  • Published: Monday, 08 January 2024
  • Updated: 08 January 2024, 07:40 PM IST

Sports

Latest News

ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ବଳଭଦ୍ର ମାଝୀ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି।

ବିଜେଡି ସଭାପତିଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ବଳଭଦ୍ର ମାଝୀ ଲେଖିଛନ୍ତି, ୧୯୯୭ରେ ଦଳ ଗଠନ ହେବା ପରଠାରୁ ଆପଣଙ୍କ ସହିତ କାମ କରିବାର ସୁଯୋଗ ଦେଇଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ।

ବଳଭଦ୍ର ମାଝୀ ଇସ୍ତଫା ପତ୍ରରେ ତାଙ୍କର ଏହି ପଦକ୍ଷେପର କାରଣ ସଂପର୍କରେ କିଛି ଉଲ୍ଲେଖ କରି ନଥିଲେ। ତେବେ ଇସ୍ତଫା ଦେବା ପରେ ସେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଇଚ୍ଛା କରିଥିଲି। କିନ୍ତୁ ଭେଟିବାକୁ ଦିଆଗଲାନି। ଜଣେ କର୍ମଚାରୀଙ୍କ ମାଧ୍ୟମରେ ଭେଟିବାକୁ କୁହାଗଲା। ଉଦ୍ୟମ କରି ବି ଭେଟିପାରିଲି ନାହିଁ। ତେଣୁ ଇସ୍ତଫା ଦେଲି।

Also Read

ବଳଭଦ୍ର କହିଥିଲେ, ବିଜୁ ଜନତା ଦଳରେ କୋଟେରୀ ଗ୍ରୁପ୍‌ ସକ୍ରିୟ ଅଛନ୍ତି। ପ୍ୟାରୀଙ୍କ ପାଖରେ ଯେଉଁ କୋଟେରୀ ଥିଲେ, ଏବେ ପାଣ୍ଡିଆନଙ୍କ ପାଖରେ ଅଛି। ସେହି କୋଟେରୀ ଥିବା ପର୍ଯ୍ୟନ୍ତ ମୋତେ କେବେ ବି ସୁଯୋଗ ମିଳିବନି।

ବଳଭଦ୍ର ମାଝୀ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଦୁଇ ଥର ମନ୍ତ୍ରୀ (ନବୀନ ପଟ୍ଟନାୟକଙ୍କ ପ୍ରଥମ ଓ ଦ୍ୱିତୀୟ ପାଳିରେ) ମଧ୍ୟ ହୋଇଥିଲେ। ସେ କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ଆସନରୁ ୪ ଥର ନିର୍ବାଚିତ ହୋଇଥିବା ବେଳେ ଲାଞ୍ଜିଗଡ଼ ଆସନରୁ ଥରେ ବିଜୟୀ ହୋଇଥିଲେ।

୧୯୯୦ ଓ ୧୯୯୫ରେ ବଳଭଦ୍ର ମାଝୀ ଜନତା ଦଳ ଟିକେଟରେ ନର୍ଲାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଜେଡି ଗଠନ ହେବା ପରେ ସେ ସେଥିରେ ମିଶିଥିଲେ। ୨୦୦୦ ଓ ୨୦୦୪ରେ ସେ ବିଜେଡି ଟିକେଟରେ ନର୍ଲା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। 

୨୦୦୯ରେ ସେ ବିଜେଡି ଟିକେଟରେ ଲାଞ୍ଜିଗଡ଼ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ତେବେ ୨୦୧୪ ବିଜେଡି ପୁଣି ତାଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଥିଲା ଓ ସେ ବିଜୟୀ ହୋଇଥିଲେ। ତେବେ ୨୦୧୯ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେଇ ନଥିଲା। ତାଙ୍କ ବଦଳରେ ଦଳ ଲାଞ୍ଜିଗଡ଼ରେ ପ୍ରଦୀପ କୁମାର ଦିଶାରୀଙ୍କୁ ପ୍ରାର୍ଥୀ କରିଥିଲେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story