Advertisment

‘ମୋତେ ଯାଚିଥିଲେ କୋଟିଏ ଟଙ୍କା’

ବିଜେଡି ବିରୋଧରେ ସାଂଘାତିକ ବୟାନ ଦେଲେ କୈଳାସ କୁଲେସିକା।

author-image
Manoj Swain

ବିସ୍ଫୋରକ ବୟାନ ଦେଲେ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ କୁଲେସିକା। ବିଜେପିରେ ସାମିଲ ହେବା ପରେ ବିଜେଡି ଉପରେ ବର୍ଷିଛନ୍ତି ପୂର୍ବତନ ବିଧାୟକ କୈଳାସ କୁଲେସିକା। କହିଲେ, ଟିକେଟ ନଦେଇ କୋଟିଏ ଟଙ୍କା, SDC ଉପଦେଷ୍ଟା ପଦ ଯାଚୁଛନ୍ତି। ବବି ଦାସ ମୋତେ ଟିକେଟ ପ୍ରତିଶ୍ରୁତି ଦେଇ ବିଜେଡିକୁ ଆଣିଥିଲେ। ସୂଚନା ଅନୁସାରେ ଲକ୍ଷ୍ମୀପୁର ବିଧାନସଭା ଆସନ ପାଇଁ  କୈଳାସ କୁଲେସିକା ବିଜେଡି ଟିକେଟ୍‌ ଆଶୟୀ ଥିଲେ। କିନ୍ତୁ ଗତକାଲି ବିଜେଡି ତାଙ୍କୁ ଟିକେଟ୍‌ ଦେଇନଥିଲା। ତାଙ୍କ ବଦଳରେ ପ୍ରଭୁ ଜାନିଙ୍କୁ ଭରସା କରିଥିଲା ବିଜେଡି। ଟିକେଟ୍‌ ନ ମିଳିବାରୁ ସେ ଗତକାଲି ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି ।

Advertisment
BjD Odisha Koraput