Advertisment

ଶତାଧିକ ସମର୍ଥକଙ୍କ ସହ ବିଜେପିରେ ମିଶିଲେ ଦୁଇ ପୂର୍ବତନ ବିଧାୟକ ନବୀନ ନନ୍ଦ ଓ ଭାଦୋବ ହାଁସଦା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ନେତାମାନେ ବିଜେପିରେ ସାମିଲ ହୋଇଥିବା କହିଛନ୍ତି ।

BJP

BJP

Advertisment

ବିଜେଡିରୁ ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦେବ ଆଜି ନିଜର ସମର୍ଥକଙ୍କ ସହ ବିଜେପିରେ ମିଶିବା ପରେ ବିଜେଡି ସହ ଜଡ଼ିତ ଦୁଇ ପୂର୍ବତନ ବିଧାୟକ ନବୀନ ନନ୍ଦ ଓ ଭାଦୋବ ହାଁସଦା ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ମିଶିଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ଏହି ନେତାମାନଙ୍କ ସାମିଲ ହେବା ଦ୍ୱାରା ଦଳର ସଂଗଠନ ସେସବୁ ଅଂଚଳରେ ଅଧିକ ସୁଦୃଢ଼ ହେବାରେ ଲାଗିଛି ।

Advertisment

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଢେଙ୍କାନାଳ ଜିଲ୍ଲାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ନବୀନ ନନ୍ଦ, ପୂର୍ବତନ ଗଁଦିଆ ବ୍ଲକ ଅଧ୍ୟକ୍ଷ ସନାତନ ସାହୁ, ନାରାୟଣ ସାହୁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଆର୍ତ୍ତବନ୍ଧୁ ସାହୁ, ଢେଙ୍କାନାଳ ମ୍ୟୁନିସିପାଲିଟିର ପୂର୍ବତନ ଉପାଧ୍ୟକ୍ଷା ସୁମିତ୍ରା ଭୋଇ, ସଦର ବ୍ଲକ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଅନ୍ନପୂର୍ଣ୍ଣା ନନ୍ଦଙ୍କ ସମେତ ଗଁଦିଆ ବ୍ଲକର ଅନେକ ବିଜେଡି ନେତା ଓ କର୍ମୀ ନିଜ ସମର୍ଥକମାନଙ୍କ ସହ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ସେହିପରି ମୟୂରଭଞ୍ଜ ଜିଲ୍ଲାର ସାରସକଣାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଭାଦୋବ ହାଁସଦା, ବିଜେଡିର ପୂର୍ବତନ ରାଜ୍ୟ ପରିଷଦ ସଦସ୍ୟ ସମୀର କୁମାର ରାଜ, ଜିଲ୍ଲା ପରିଷଦ ଉପସଭାପତି ଭାଗବତ ପ୍ରସାଦ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପରମେଶ୍ୱର ବେହେରା, ପୂର୍ବତନ ସମିତି ସଭ୍ୟ ସଂଜୟ ସାହୁ ଓ ସଂଜୟ ମହାନ୍ତି, ରାଜ୍ୟ ପରିଷଦ ସଦସ୍ୟ ସତ୍ୟରଞ୍ଜନ ମଣ୍ଡଳ ପ୍ରମୁଖ ନିଜ ଶତାଧିକ ସମର୍ଥକଙ୍କ ସହ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

Advertisment

କଟକ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ଜିତେନ୍ଦ୍ର ହାତୀ, ପୂର୍ବତନ କର୍ପୋରେଟର ନମିତା ମଞ୍ଜରୀ ସାହୁ, କ୍ଷୀରୋଦ ସାହୁ, ଗଙ୍ଗାଧର ବେହେରା, ହେମନ୍ତ ସାହୁ, ଅମରେନ୍ଦ୍ର ବେହେରା, ସମାଜସେବୀ ଜୟନ୍ତୀ ସାହା, ଶିବାନୀ ସାହୁ, ମହିଳା ମହାସଂଘର ଅଧ୍ୟକ୍ଷ ବାସନ୍ତି ଧଡ଼ା, ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

କେନ୍ଦୁଝର ଜିଲ୍ଲାର ଘସିପୁରା ନିର୍ବାଚନ ମଣ୍ଡଳୀର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ୱୀରାଜ କୁଅଁରଙ୍କ ନେତୃତ୍ୱରେ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ଆଜି ବିଜେପିରେ ଯୋଗ ଦେଇଛନ୍ତି । ସେହିପରି ଆନନ୍ଦପୁର ନିର୍ବାଚନ ମଣ୍ଡଳୀରଓଡ଼ିଶା ହାଇକୋର୍ଟର ଆଇନଜୀବୀ ଝାନ୍ସିରାଣୀ ଦାସ, ବିଜେଡି ନେତା ବିଶ୍ୱରଞ୍ଜନ କର, ବନ୍ଦିତାରାଣୀ ଦାସ, ଭାଗ୍ୟଲକ୍ଷ୍ମୀ ଜେନା, ଦମୟନ୍ତୀ ଜେନା, ସମ୍ବଲପୁର ଜିଲ୍ଲାର ଦୃଢ଼ ସଂଗଠକ ଦୀପକ କୁମାର ଗୌଡ଼ ଏବଂ ସେହେନାଜ୍ ଅଖତର ଆଜି ବିଜେପିରେ ସାମିଲ ହୋଇଛନ୍ତି ।

ବ୍ରହ୍ମପୁରର ଜଣାଶୁଣା ଆଇଟି ଇଞ୍ଜିନିୟର ଆଶୁତୋଷ ଦାସ ଓ ଭୁବନେଶ୍ୱରର ସମାଜସେବୀ ସ୍ୱାଗତିକା ରାଉତ, ଡା.ପ୍ରଭାତ ରଥ, ଅବସରରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବାଙ୍କନିଧି ମହାରଣା, ସମାଜସେବୀ ସରୋଜିନୀ ଆଚାର୍ଯ୍ୟ, ସାବିତ୍ରୀ ସାହୁ, ସଞ୍ଜୟ ପଟ୍ଟନାୟକ ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ନେତାମାନେ ବିଜେପିରେ ସାମିଲ ହୋଇଥିବା କହିଛନ୍ତି । ଏହି ସମସ୍ତ ନୂତନ ସଦସ୍ୟମାନଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ଦଳରେ ସ୍ୱାଗତ କରାଯାଇଥିଲା ।

ଏହି ମିଶ୍ରଣ ପର୍ବରେ ଦଳର ରାଜ୍ୟ ସହପ୍ରଭାରୀ ଲତା ଉସେଣ୍ଡି, ସାଂସଦ ଜୁଏଲ ଓରାମ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ଅପରାଜିତା ଷଡଙ୍ଗୀ, ବିଧାୟକ ନବ ମାଝୀ, ବୁଦ୍ଧାନ ମୁର୍ମୁ ,ଲେଖାଶ୍ରୀ ସାମନ୍ତସିଂହାର, ବିରଂଚି ତ୍ରିପାଠୀ, ରୁଦ୍ର ପାଣି , ଭୃଗୁ ବକ୍ସିପାତ୍ର, ସରୋଜ କର, ଦିଲୀପ ମଲ୍ଲିକଙ୍କ ସମେତ ବିଭିନ୍ନ ସାଂଗଠନିକ ଜିଲ୍ଲାର ସଭାପତିମାନେ ଉପସ୍ଥିତ ଥିଲେ ।

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe