ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର

୨୦୧୪ରେ ବିଜେଡି ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

Priyadarshi Mishra

ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର

Jitendra Garnayak
  • Published: Saturday, 30 March 2024
  • Updated: 30 March 2024, 10:15 AM IST

Sports

Latest News

ବିଜେଡି ଛାଡ଼ିଲେ ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର। ସେ ଆଜି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଇସ୍ତଫାପତ୍ରରେ ସେ ତାଙ୍କ କ୍ଷୋଭ ପ୍ରକାଶ କରିଛନ୍ତି।ଦଳରେ ନିରନ୍ତର ଅବହେଳା ଅଭିଯୋଗ କରି ସେ ଇସ୍ତଫା ଦେଇଛନ୍ତି।

ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଜ୍ୱାଇଁ ହେଉଛନ୍ତି ପ୍ରିୟଦର୍ଶୀ ମିଶ୍ର। ସେ ୨୦୧୪ରେ ଉତ୍ତର ଭୁବନେଶ୍ୱର ଆସନରୁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ରେ ତାଙ୍କୁ ଟିକେଟ୍ ଦିଆଯାଇ ନଥିଲା।   

ବିଜେଡିରୁ ଇସ୍ତଫା ଦେବା ପରେ ପ୍ରିୟଦର୍ଶୀ ମିଶ୍ର ଗଣମାଧ୍ୟମରେ କହିଛନ୍ତି, ମୁଁ ଛାତ୍ରାବସ୍ଥାରୁ ବିଜୁ ବାବୁଙ୍କ ସହିତ କାମ କରିଛି। ୩୦ ବର୍ଷରୁ ଅଧିକ ସମୟ ଧରି ମୁଁ ନିଷ୍ଠାର ସହିତ ଏହି ଦଳ ପାଇଁ କାମ କରିଛି। କିନ୍ତୁ ଦଳ ମୋତେ କ୍ରମାଗତ ଭାବେ ଅବହେଳା କରିଛି। ତା’ର ପ୍ରତିବାଦରେ ମୁଁ ଆଜି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି। 

ସେ କହିଛନ୍ତି, ପୂର୍ବରୁ ମୁଁ ମୋର ଅଭିଯୋଗ ଦଳୀୟ ନେତୃତ୍ୱଙ୍କୁ ଜଣାଇ ଦେଇଥିଲି। ମୁଁ କହିଥିଲି- ପାର୍ଟିରେ ମୋର ବୋଧେ ଆଉ ସ୍ଥାନ ନାହିଁ। ମୋତେ ଦଳର କୌଣସି କାର୍ଯ୍ୟ କରିବାକୁ ସୁଯୋଗ ଦିଆଯାଉ ନାହିଁ। ଦୀର୍ଘ ବର୍ଷ ଧରି ଦଳର କୌଣସି କାର୍ଯ୍ୟକ୍ରମକୁ ଡକା ଯାଉନି। ତେଣୁ ମୁଁ ଆଉ ଦଳରେ ରହିବା କଥା ନୁହେଁ ବୋଲି ହୃଦ୍‌ବୋଧ କରୁଛି। 

Also Read

ପ୍ରିୟଦର୍ଶୀ କହିଛନ୍ତି, ଦଳ ଲଗାତାର ମୋତେ ଅଣଦେଖା କରିଛି। ଦଳ ମୋତେ ଲଗାତାର ଧୋକା ଦେଇ ଚାଲିଛି। ୨୦୧୯ରେ ମୋତେ ଟିକେଟ ଦିଆଯାଇ ନଥିଲା। ମୋତେ ଦଳ ପାଇଁ କାମ କରିବାକୁ କୁହାଯାଇଥିଲା। ୨୦୨୪ରେ ଟିକେଟ୍ କଥା ଦେଖାଯିବ ବୋଲି କୁହାଯାଇଥିଲା। ପରେ ମୋତେ ହାଉସିଂ ବୋର୍ଡ କର୍ପୋରେସନ ଦାୟିତ୍ୱ ଦିଆଯାଇଥିଲା। ଅଧାରୁ ମୋତେ ସେ ଦାୟିତ୍ୱ ଛାଡ଼ିଦେବାକୁ କୁହାଯାଇଥିଲା। ପାର୍ଟି ପାଇଁ କାମ କରିବାକୁ କୁହାଯାଇଥିଲା। ତା’ସହିତ ୨୦୨୪ରେ ନିର୍ବାଚନ ଲଢ଼ିବ ବୋଲି କୁହାଯାଇଥିଲା। ମୁଁ ସେହି ନିର୍ଦ୍ଦେଶ ମାନିଥିଲି। କିନ୍ତୁ ପରେ ଯେମିତି ଦାୟିତ୍ୱ ଦିଆଯିବା କଥା ତାହା ଦିଆଯାଇ ନଥିଲା। ଯେତେବେଳେ ଦେଖିଲି ମୁଁ ଦଳ ପାଇଁ ଅଲୋଡ଼ା ହୋଇଯାଉଛି, ତେଣୁ ବାଧ୍ୟ ହେଲି ଇସ୍ତଫା ଦେବାକୁ। ସେହିପରି ଦଳ ମୋତେ ପୁଣି ଥରେ ଧୋକା ଦେବ ବୋଲି ମୋର ହୃଦ୍‌ବୋଧ ହୋଇଥିଲା। ତେଣୁ ତା’ ପୂର୍ବରୁ ଦଳରୁ ବାହାରିଯିବାକୁ ଉଚିତ୍ ମଣିଲି। 

ପ୍ରିୟଦର୍ଶୀ କେଉଁ ଦଳରେ ଯୋଗ ଦେବେ ତାହା କହି ନାହାନ୍ତି। ତାଙ୍କ ସମର୍ଥକ, ସହଯୋଗୀ ଓ ଶୁଭେଚ୍ଛୁଙ୍କ ପରାମର୍ଶରେ ସେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି। ସେମାନେ ଯାହା ନିଷ୍ପତ୍ତି ନେବେ ସେ ତାକୁ ଗ୍ରହଣ କରିବେ ବୋଲି କହିଛନ୍ତି। ପ୍ରିୟଦର୍ଶୀ କହିଛନ୍ତି,  ୨୦୨୪ ନିର୍ବାଚନ ଲଢ଼ିବି ନିଶ୍ଚୟ। ଆଗରୁ ଏ କଥା କହିଥିଲି। ଏବେ ବି କହୁଛି। ଦଳରେ ଥିବା ବେଳେ ବି ଏ କଥା ଅନ୍ୟମାନଙ୍କୁ ଜଣାଇ ଦେଇଥିଲି। ମୋ ସମର୍ଥକ ଓ ସହଯୋଗୀମାନେ ମଧ୍ୟ ୨୦୨୪ ନିର୍ବାଚନ ଲଢ଼ିବାକୁ କହିଥିଲେ।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story