Advertisment

୪ରେ ବିଜେପିରେ ମିଶିବେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

ଗତ ଧାମନଗର ଉପନିର୍ବାଚନ ବେଳେ ବେଶ୍ ଚର୍ଚ୍ଚାରେ ଥିଲେ ରାଜେନ୍ଦ୍ର।

Rajendra Das

Rajendra Das

Advertisment

ବିଜେପିରେ ଯୋଗ ଦେବେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ଆସନ୍ତା ୪ ତାରିଖରେ ସେ ବିଜେପିରେ ଯୋଗ ଦେବା ନେଇ ସୂଚନା ଦେଇଛନ୍ତି। ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେବେ ବୋଲି ଜଣାପଡ଼ିଛି।

Advertisment

ଗତ କିଛି ଦିନ ଧରି ରାଜେନ୍ଦ୍ର ଦାସ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା। ଗତ ଧାମନଗର ଉପନିର୍ବାଚନ ବେଳେ ବେଶ୍ ଚର୍ଚ୍ଚାରେ ଥିଲେ ରାଜେନ୍ଦ୍ର। ସେତେବେଳେ ସେ ବିଜେଡିରେ ଥିଲେ। କିନ୍ତୁ ବିଜେଡି ତାଙ୍କୁ ଟିକେଟ୍ ଦେଇ ନଥିଲା। ଫଳରେ ସେ ଦଳ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ଏହା ପରେ ବିଜେଡି ତାଙ୍କୁ ବହିଷ୍କାର କରିଥିଲା।

ଧାମନଗର ଉପ-ନିର୍ବାଚନରେ ବିଜେଡି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଥିଲା। ତେବେ ଉଭୟ ଅବନ୍ତୀ ଦାସ ଓ ରାଜେନ୍ଦ୍ର ଦାସ ପରାସ୍ତ ହୋଇଥିଲେ। ଏଠାରୁ ବିଜୟୀ ହୋଇଥିଲେ ବିଜେପି ପ୍ରାର୍ଥୀ ତଥା ସ୍ୱର୍ଗତ ବିଷ୍ଣୁଚରଣ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ। ତାଙ୍କୁ ୮୦,୩୫୧ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଅବନ୍ତୀ ଦାସଙ୍କୁ ୭୦,୪୭୦ ଓ ରାଜେନ୍ଦ୍ର ଦାସଙ୍କୁ ୮୧୫୩ ଖଣ୍ଡ ଭୋଟ୍ ମିଳିଥିଲା।

Advertisment

୨୦୧୯ ବିଧାନସଭା ନିର୍ବାଚନରେ ରାଜେନ୍ଦ୍ର ଦାସ ଧାମନଗର ଆସନରୁ ବିଜେଡି ଟିକେଟରେ ଲଢ଼ି ପରାସ୍ତ ହୋଇଥିଲେ। ସେ ବିଜେପି ପ୍ରାର୍ଥୀ ସ୍ୱର୍ଗତ ବିଷ୍ଣୁଚରଣ ସେଠୀଙ୍କ ଠାରୁ ୪,୫୦୦ରୁ ଅଧିକ ଭୋଟ୍‌ରେ ପରାସ୍ତ ହୋଇଥିଲେ। ୨୦୦୯ରେ ରାଜେନ୍ଦ୍ର ଦାସ ବିଜେଡି ଟିକେଟରେ ଧାମନଗର ଆସନରୁ ବିଜୟୀ ହୋଇଥିଲେ। ୨୦୧୪ରେ ଦଳ ତାଙ୍କୁ ଏଠାରୁ ଟିକେଟ୍ ଦେଇ ନଥିଲା।

BjD Bjp Rajendra Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe