Advertisment

କଂଗ୍ରେସରେ ମିଶିଲେ ପୂର୍ବତନ ବିଧାୟକ ସୁଦର୍ଶନ ଜେନା

୨୦୦୯ରେ ସୁଦର୍ଶନ ଜେନା ବିଜେଡି ଟିକେଟରେ ରେମୁଣାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

Sudarshan Jena

Sudarshan Jena

Advertisment

ତିନି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିବା ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା ଆଜି କଂଗ୍ରେସରେ ମିଶିଛନ୍ତି। ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାର ଓ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହିତ ଦଳରେ ସାମିଲ ହୋଇଥିଲେ ସୁଦର୍ଶନ ଜେନା।

Advertisment

କଂଗ୍ରେସରେ ଯୋଗ ଦେବା ପରେ ସୁଦର୍ଶନ ଜେନା କହିଥିଲେ, ଏ ଦେଶର ସମ୍ବିଧାନ, ଧର୍ମନିରପେକ୍ଷତା ଓ ଗଣତନ୍ତ୍ରକୁ ବଞ୍ଚାଇ ରଖିବା ପାଇଁ ଆମେ କଂଗ୍ରେସରେ ଯୋଗ ଦେଇଛୁ। ଉଭୟ ବିଜେଡି ଓ ବିଜେପିକୁ ପରାସ୍ତ କରିବା ଆମ ଲକ୍ଷ୍ୟ ହେବ।

୨୦୦୯ରେ ସୁଦର୍ଶନ ଜେନା ବିଜେଡି ଟିକେଟରେ ରେମୁଣାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ୫୫,୮୪୭ ଖଣ୍ଡ ଭୋଟ୍ ପାଇଥିଲେ। ତେବେ ୨୦୧୪ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଠାରୁ ୧୩ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ ହୋଇଥିଲେ। ୨୦୧୯ରେ ବିଜେଡି ତାଙ୍କୁ ଟିକେଟ୍ ଦେଇ ନଥିଲା। ତାଙ୍କ ବଦଳରେ ଦଳ ସୁଧାଂଶୁ ଶେଖର ପରିଡ଼ାଙ୍କୁ ଟିକେଟ୍ ଦେଇଥିଲା ଓ ସେ ବିଜୟୀ ହୋଇଥିଲେ।

Advertisment

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରରେ ସୁଦର୍ଶନ ଜେନା ଉଲ୍ଲେଖ କରିଥିଲେ ଯେ ୨୦୧୪ ନିର୍ବାଚନରେ ଦଳର କିଛି ଲୋକଙ୍କ ବିଶ୍ୱାସଘାତକତା ଯୋଗୁ ସେ ହାରି ଯାଇଥିଲେ। ତେବେ ଏଭଳି ସ୍ଥିତି ଉପୁଜିବା ସତ୍ତ୍ୱେ ସେ ଦଳ ପାଇଁ କାମ କରିଥିଲେ। ଭଲ କାର୍ଯ୍ୟ କରିବା ସତ୍ତ୍ୱେ ଦଳର ଜିଲ୍ଲା ସଂଗଠନ ଓ ଏହାର ଦାୟିତ୍ୱରେ ରହିଥିବା ନେତାମାନେ ତାଙ୍କୁ ଅପମାନିତ ଏବଂ ଅଣଦେଖା କରିଥିଲେ। ବିଧାୟକ ପ୍ରାର୍ଥୀ ଭାବେ ଟିକେଟ୍ ପାଇବାକୁ ଯୋଗ୍ୟ ହୋଇଥିବା ସତ୍ତ୍ୱେ ସେ ଦଳରେ ଏବେ ଅଦରକାରୀ ହୋଇପଡ଼ିଥିବାରୁ ଇସ୍ତଫା ଦେଉଛନ୍ତି ବୋଲି ଦର୍ଶାଇଥିଲେ।

BjD Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe