Advertisment

କଂଗ୍ରେସକୁ ଫେରିଲେ ପୂର୍ବତନ ସାଂସଦ ଅଶୋକ ତନୱାର, ସକାଳେ ବିଜେପି ପାଇଁ ମାଗିଥିଲେ ଭୋଟ୍

ଜାନୁଆରୀରେ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ଲୋକସଭା ସାଂସଦ ଅଶୋକ ତନୱାର ପୁଣିଥରେ କଂଗ୍ରେସକୁ ଫେରିଛନ୍ତି।

Ashok Tanwar

Ashok Tanwar

Advertisment

ଜାନୁଆରୀରେ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ଲୋକସଭା ସାଂସଦ ଅଶୋକ ତନୱାର ପୁଣିଥରେ କଂଗ୍ରେସକୁ ଫେରିଛନ୍ତି। ଆଜି ହରିୟାଣାର ମହେନ୍ଦ୍ରଗଡରେ ରାହୁଲ ଗାନ୍ଧୀଙ୍କ ରାଲିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ସକାଳେ ବିଜେପି ପାଇଁ ଭୋଟ୍ ମାଗିବାର କିଛି ଘଣ୍ଟା ପରେ କଂଗ୍ରେସକୁ ଫେରିଛନ୍ତି ତନୱାର।

Advertisment

ସିର୍ସାର ପୂର୍ବତନ କଂଗ୍ରେସ ସାଂସଦ ଥିଲେ ତନୱାର। ସେ 2014ରୁ 2019 ପର୍ଯ୍ୟନ୍ତ ହରିୟାଣା କଂଗ୍ରେସ ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ। ଛାତ୍ର ଜୀବନରୁ ମଧ୍ୟ କଂଗ୍ରେସର ଯୁବନେତା ଭାବେ ତନୱାରଙ୍କ ଦବଦବା ଥିଲା। କିନ୍ତୁ 2021ରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ଏହାର ପର ବର୍ଷ AAPରେ ସାମିଲ ହୋଇଥିଲେ।

କିନ୍ତୁ ଆପ୍ କଂଗ୍ରେସ ସହ ମେଣ୍ଟ କରିବାରୁ ସେଠାରୁ ଇସ୍ତଫା ଦେଇଥିଲେ। ଆପ୍ ଛାଡ଼ିବା ପରେ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ ତନୱାର। ବିଜେପି ମଧ୍ୟ ତାଙ୍କୁ ସିର୍ସା ଆସନରୁ ଟିକେଟ ଦେଇଥିଲା।

Advertisment

କିନ୍ତୁ ସେ ଲୋକସଭା ନିର୍ବାଚନରେ କଗ୍ରେସ ପ୍ରାର୍ଥୀ କୁମାରୀ ସେଲଜାଙ୍କଠାରୁ ପରାଜିତ ହୋଇଥିଲେ। ବର୍ତ୍ତମାନ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ପ୍ରସାର ଚାଲି ଥିବାବେଳେ ସେ ଆଜି ହଠାତ୍ ଦଳରେ ସାମିଲ ହୋଇଛନ୍ତି।

ହାସ୍ୟାସ୍ପଦ କଥା ହେଉଛି, ଆଜି ସକାଳେ ତନୱାର ବିଜେପି ପାଇଁ ଭୋଟ୍ ମାଗିଥିଲେ। ତାଙ୍କର ଏକ ସୋଶାଲ ମିଡିଆ ପୋଷ୍ଟରେ ସେ ହରିୟାଣାର ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଜନତାଙ୍କୁ ନିବେଦନ କରିଥିଲେ। କିନ୍ତୁ ଏହାର କିଛି ସମୟ ପରେ କଂଗ୍ରେସରେ ସାମିଲ ହେବାରୁ ପୋଷ୍ଟକୁ ଡିଲିଟ୍ କରି ଦେଇଛନ୍ତି। 

Haryana Assembly Elections Ex MP Ashok Tanwar Ashok Tanwar Rejoins Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe