Odisha Congress
ପୂର୍ବତନ ବିଜେଡି ସାଂସଦ ଦିଂବଗତ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ଡଃ ସିକ୍ତା ପତି ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ସେ ଗତ ୨୦୧୯ ଡିସେମ୍ବର ମାସରେ ବିଜେଡିରେ ସାମିଲ ହୋଇଥିଲେ । ଗତ ସପ୍ତାହରେ ପୂର୍ବତନ ମୁଖ୍ୟ ସଚିବ ବିଜୟ କୁମାର ପଟ୍ଟନାୟକ କଂଗ୍ରେସରେ ସାମିଲ ହେବା ପରେ ଆଜି ସିକ୍ତାଙ୍କ ଓ ଅନ୍ୟମାନେ ଯୋଗ ଦେବା କଂଗ୍ରେସ ପାଇଁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନୂଆ ସମ୍ଭାବନା ସୃଷ୍ଟି କରିଛି ।
ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଓଡ଼ିଶା ପିସିସି ପ୍ରଭାରୀ ଡଃ ଏ ଚେଲ୍ଲାକୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଅନ୍ୟମାନଙ୍କ ଉପସ୍ଥିତିରେ ପ୍ୟାରୀଙ୍କ ଝିଅ ସିକ୍ତା ପତି ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ସେହିପରି ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ପ୍ରବୀର କୁମାର ପ୍ରଧାନ, ଅବସରପ୍ରାପ୍ତ ରେଳସେବା ଅଧିକାରୀ ହେମନ୍ତ କୁମାର ଦତ୍ତ ଓ ରାଧାକାନ୍ତ ନାୟକ ମଧ୍ୟ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ଏହି ସମସ୍ତ ବ୍ୟକ୍ତିଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ଚେଲ୍ଲାକୁମାର ଓ ଶରତ ପଟ୍ଟନାୟକ ବିଧିବଦ୍ଧ ଭାବେ କଂଗ୍ରେସରେ ସ୍ୱାଗତ କରିଥିଲେ । କଂଗ୍ରେସର ବିଚାରଧାରା ଓ ଗାନ୍ଧୀବାଦ ପ୍ରତି ସମ୍ମାନ ଜଣାଇ ଏହି ବ୍ୟକ୍ତିମାନେ ଆଜି କଂଗ୍ରେସରେ ସାମିଲ ହୋଇଥିବା ତଥା ବିଶେଷକରି ରାହୁଲ ଗାନ୍ଧିଙ୍କ ଭାରତଯୋଡ଼ ଯାତ୍ରା ସେମାନଙ୍କୁ କଂଗ୍ରେସରେ ସାମିଲ ହେବାକୁ ପ୍ରୋତ୍ସାହିତ କରିଛି ବୋଲି ଡଃ ଚେଲ୍ଲାକୁମାର ମତ ଦେଇଥିଲେ ।
ଏହି ମିଶ୍ରଣ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ରାମଚନ୍ଦ୍ର ଖୁଣ୍ଟିିଆ, ବିଭୂତି ମିଶ୍ର, ମାନସ ଚୌଧୁରୀ, ବନ୍ଦିତା ପରିଡ଼ା, ବିଶ୍ୱଜିତ ଦାଶ, ୟାସିର ନୱାଜ, ରଶ୍ମି ମହାପାତ୍ର, ଅମୀୟ ପଟ୍ଟନାୟକ, ରଜନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ପ୍ୟାରୀଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ସିକ୍ତା ବିଜେଡିରେ ସାମିଲ ହୋଇଥିଲେ । କିନ୍ତୁ ଗତ କିଛିଦିନର ନିରବତା ପରେ ସେ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି । କଂଗ୍ରେସରେ ବିଜୟ ପଟ୍ଟନାୟକ ସାମିଲ ହେବାପରେ ଦଳ ପ୍ରତି ରାଜ୍ୟରେ ଆସ୍ଥା ବଢ଼ିଥିବା ଚର୍ଚ୍ଚା ହେଉଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1676475490.jpg)