Advertisment

ଟିକେଟ ନମିଳିବାରୁ ଗୁଡ଼ାଏ କଥା କହିଲେ ବାବା; କିନ୍ତୁ କିଛି ସ୍ପଷ୍ଟ କଲେନି

ସେ ଆହୁରି ମଧ୍ୟ ଲେଖିଛନ୍ତି, ଗତ କିଛି ଦିନ ହେଲା କେତେକ ବରିଷ୍ଠ ସାମ୍ୱାଦିକ ଓ ରାଜନୈତିକ ବ୍ୟକ୍ତି କହୁଛନ୍ତି ଯେ ମୋର ରାଜନୈତିକ ଦକ୍ଷତା ଓ ସଙ୍ଗଠନ ନାହିଁ। ଯଦି ମୋର ସଙ୍ଗଠନ ନାହିଁ, ତେବେ ଦୀର୍ଘ ୫୦ ବର୍ଷ ଧରି କିପରି ଲୋକଙ୍କ ଦ୍ୱାରା ଆଦୃତ ହୋଇଛି?

ଅଦ୍ୟତନ ହୋଇଛି
Prasanna Kumar Patasani

Prasanna Kumar Patasani

Advertisment

ଟିକେଟ ନମିଳିବାରୁ ପ୍ରେସ୍‌ରିଲିଜ୍‌ ଜାରି କରି ଗୁଡ଼ାଏ କଥା କହିଲେ ବାବା ଓରଫ ପ୍ରସନ୍ନ ପାଟ୍ଟଶାଣି। କିନ୍ତୁ କିଛି ସ୍ପଷ୍ଟ କଲେନି। ଗତ କିଛି ଦିନ ଧରି ଗଣମାଧ୍ୟମରେ ଲାଗି ରହିଥିବା ଚର୍ଚ୍ଚା ଉପରେ ସିଧା ସିଧା କିଛି କହିଲେ ନାହିଁ। କେବଳ ପ୍ରବଚକଙ୍କ ଭଳି ଭାଷଣ ଦେଇ ଅନେକ ପ୍ରଶ୍ନ ପଚାରିଲେ।

Advertisment

ପ୍ରସନ୍ନ ପାଟ୍ଟଶାଣି ଲେଖିଛନ୍ତି, ମୁଁ ବର୍ତ୍ତମାନ ବିଜେଡିରେ ଅଛି। ନେତୃତ୍ୱଙ୍କ ଆଦେଶକୁ ମାନି ଶୃଙ୍ଖଳାର ସହ କାର୍ଯ୍ୟ କରୁଛି। ମୋ ପାଇଁ ପଦ ପଦବୀ ବଡ଼ କଥା ନୁହେଁ। କିନ୍ତୁ ମୋର ସମ୍ମାନ ଓ ବିଶ୍ୱାସ ମୋ ପାଇଁ ବଡ଼। ରାଜନୀତିରେ ସମୟ ବେଶ୍‌ ବଳବାନ। ତେଣୁ କିଏ ରହିବ, କିଏ ଯିବ, କିଏ ଆସିବ, ଭବିଷ୍ୟତରେ କ’ଣ ହେବ, ତାହା ସମୟ ଉପରେ ନିର୍ଭର କରୁଛି। ପରିବର୍ତ୍ତନ ଅଭିମୁଖ୍ୟ କ’ଣ ତାହା ସମୟ କହିବ ବୋଲି ବାବା କହିଛନ୍ତି।

ସେ ଆହୁରି ମଧ୍ୟ ଲେଖିଛନ୍ତି, ଗତ କିଛି ଦିନ ହେଲା କେତେକ ବରିଷ୍ଠ ସାମ୍ୱାଦିକ ଓ ରାଜନୈତିକ ବ୍ୟକ୍ତି କହୁଛନ୍ତି ଯେ ମୋର ରାଜନୈତିକ ଦକ୍ଷତା ଓ ସଙ୍ଗଠନ ନାହିଁ। ଯଦି ମୋର ସଙ୍ଗଠନ ନାହିଁ, ତେବେ ଦୀର୍ଘ ୫୦ ବର୍ଷ ଧରି କିପରି ଲୋକଙ୍କ ଦ୍ୱାରା ଆଦୃତ ହୋଇଛି? ଯଦି ମୋର ସଙ୍ଗଠନ ନାହିଁ, ତେବେ ୪ ଥର ବିଧାୟକ ଓ ୫ ଥର ସାଂସଦ କିପରି ହେଲି? ଏତେ ଭୋଟ ବ୍ୟବଧାନରେ କିପରି ବିଜୟ ଲାଭ କରିଥିଲି? ଏହା ସତ୍ୟ ଯେ ବିଜେଡି ଟିକେଟ ପାଇଲେ ଜିତିବାର ସମ୍ଭାବନା ଅଧିକ ଥାଏ। ମାତ୍ର ୨୦୧୯ ନିର୍ବାଚନରେ ଟିକେଟ ପାଇ ମଧ୍ୟ କିଛି ପ୍ରାର୍ଥୀ ନିଜର ଦକ୍ଷତା, ଯୋଗ୍ୟତା ଓ ପ୍ରହଣୀୟତା କମ୍‌ ହେବାରୁ ପରାଜିତ ହେଲେ। ଯେଉଁମାନେ ଏହିଭଳି ବୟାନ୍‌ ଦେଇଛନ୍ତି, ସେମାନଙ୍କ ପ୍ରଶ୍ନର ଆଧାର କଣ? ମୁଁ ବର୍ଷ ତମାମ ସଂସ୍କୃତିକ, ଆଧ୍ୟାତ୍ମିକ, କ୍ରୀଡ଼ା ଓ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକଙ୍କ ପାଖରେ ରହୁଛି ବୋଲି ଶ୍ରୀ ପାଟ୍ଟଶାଣି କହିଛନ୍ତି।

Advertisment

ସୂଚନାରୁ ପ୍ରକାଶ, ଚିଲିକା ପାଇଁ ଆଶାୟୀ ଥିଲେ ପ୍ରସନ୍ନ ପାଟ୍ଟଶାଣି। ଦଳ ସୁପ୍ରିମୋଙ୍କୁ ଠାରୁ ସବୁଜ ସଙ୍କେତ ପାଇଥିବା ଗାଇ ବୋଲୁଥିଲେ। ଏହା ଖରବ ସମ୍ନାକୁ ଆସିବା ପରେ ବିଜେଡି ପାଇଁ ଆଶାୟୀ ଥିବା ରଘୁନାଥ ସାହୁଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲେ। ପାଟ୍ଟଶାଣିଙ୍କୁ ଖୋଲମ୍‌ଖୋଲା ବିରୋଧ କରିଥିଲେ। ବାରମ୍ୱାର ଭୁବନେଶ୍ୱ ଆସି ବିଜେଡି କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଥିଲେ। ଆଉ ରଘୁନାଥ ସାହୁଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଯାହାର ଫଳ ଆସି ରଘୁନାଥ ସାହୁଙ୍କୁ ମିଳିଲା। ଆଜି ପ୍ରକାଶ ପାଇଥିବା ଷଷ୍ଠ ପର୍ଯ୍ୟାୟ ତାଲିକାରେ ରଘୁନାଥ ସାହୁଙ୍କୁ ବିଜେଡି ଚିଲିକାରୁ ପ୍ରାର୍ଥୀ କରିଛି।

Bhubaneswar BjD Bjd Leader Loksabha Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe