Advertisment

ତୋଷଖାନା ମାମଲାରେ ଇମ୍ରାନ ଖାନ ଦୋଷୀ ସାବ୍ୟସ୍ତ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ଼ ଝଟକା। ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ।

author-image
Debibandita Barick
ଅଦ୍ୟତନ ହୋଇଛି
Imran Khan

Imran Khan

ବହୁ ଚର୍ଚ୍ଚିତ ତୋଷଖାନା ମାମଲାରେ ପାକିସ୍ତାନ ପୂର୍ବତନ ମନ୍ତ୍ରୀ ଇମ୍ରାନ ଖାନ ଦୋଷୀ ସାବ୍ୟସ୍ତ। ପାକିସ୍ତାନର ଏକ ଟ୍ରାଏଲ କୋର୍ଟ ଇମ୍ରାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ରାୟ ଶୁଣାଇ ଅଦାଲତ ଇମ୍ରାନଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇବା ସହ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷିତ କରିଛନ୍ତି। ଏହି ରାୟ ପ୍ରକାଶ ପାଇଲା ପରେ ତାଙ୍କୁ ତାଙ୍କ ଘରୁ ଗିରଫ କରାଯାଇଛି।

Advertisment

ପାକିସ୍ତାନୀ ଖବରକାଗଜ The Dawn ରିପୋର୍ଟ କରିଛି ଯେ, ଆଜି ଇସଲାମାବାଦର ଏକ ଟ୍ରାଏଲ କୋର୍ଟ ପିଟିଆଇ (ପାକିସ୍ତାନ ତେହରିକ-ଇ-ଇନସାଫ) ଅଧ୍ୟକ୍ଷ ତଥା ପୂର୍ବତନ କ୍ରିକେଟର ଇମ୍ରାନ ଖାନଙ୍କୁ ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ସରକାରୀ ସମ୍ପତ୍ତିର ଘୋଟାଲା କରିବା ସହ ନିର୍ବାଚନ କମିଶନଙ୍କୁ ଭୁଲ୍ ତଥ୍ୟ ଦେଇଥିବା ପ୍ରମାଣିତ ହୋଇଛି। ଏହି ମାମଲାରେ ଅଦାଲତ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜରିମାନା ପକାଇଛନ୍ତି। ଜରିମାନା ଅନାଦେୟ ୬ ମାସ ଅତିରିକ୍ତ ଜେଲ୍ ଦଣ୍ଡ ଶୁଣାଇଛନ୍ତି। ସେହିପରି ନିର୍ବାଚନ କମିଶନଙ୍କୁ ଭୁଲ୍ ତଥ୍ୟ ଦେଇଥିବାରୁ ଅଦାଲତ ତାଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି। 5 ବର୍ଷ ପର୍ଯ୍ୟନ୍ତ ସେ ନିର୍ବାଚନ ଲଢିପାରିବେ ନାହିଁ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଶୁଣାଣି ସମୟରେ ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍ ହୁମାୟୁନ ଦିଲୱାର କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କରାଯାଇଥିବା ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ସମୟରେ ୧୪ କୋଟି ଟଙ୍କା ଠକେଇ କରିଛନ୍ତି। ଏହି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। 

Advertisment

ତୋଷଖାନା ମାମଲା କଣ:- ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଦେଶବିଦେଶରୁ ମିଳିଥିବା ଉପହାରଗୁଡ଼ିକୁ ଇମ୍ରାନ ଖାନ୍‌ ବିକ୍ରି କରିଦେଇଥିଲେ। ଏ ବାବଦରେ ସେ ପ୍ରାୟ ୧୪ କୋଟି ଟଙ୍କାର ଘୋଟାଲା କରିଥିବା ଅଭିଯୋଗ ହୋଇଥିଲା। ଏସବୁ ଉପହାର ପାକିସ୍ତାନ ସରକାରଙ୍କର ହୋଇଥିବାବେଳେ ଇମ୍ରାନ ସେଗୁଡ଼ିକୁ ନିଜର କରିନେଇଥିଲେ। 

Imran Khan International News Ex-Pakistan PM Imran Khan Sentenced 3-year Jail Toshakhana Case