ନିର୍ବାଚନ ସରିବା ସହ ଆସି ଯାଇଛି ଏକଜିଟ ପୋଲ ରେଜଲ୍ଟ। ଜାତୀୟସ୍ତରର ଗଣମାଧ୍ୟମ କରିଥିବା ସର୍ଭେ କହୁଛି ଯେ ବିଜେପି କେନ୍ଦ୍ରରେ ହ୍ୟାଟ୍ରିକ ମାରିବାକୁ ଯାଉଛି। ସେହିପରି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକୁ କ୍ଷମତାକୁ ଆସିବା ପାଇଁ ଆହୁରି ୫ ବର୍ଷ ଅପେକ୍ଷା କରିବାକୁ ପଡ଼ିବ।
ଅଧିକାଂଶ ଏକ୍ସଜିଟ ପୋଲରୁ ସ୍ପଷ୍ଟ ହୋଇଛି ଯେ ବିଜେପି ୨୦୧୯ ଭଳି ୨୦୨୪ରେ ମଧ୍ୟ ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ, ଛତିଶଗଡ଼, ହରିଆଣା ଓ ଦିଲ୍ଲୀର ପ୍ରାୟ ସମସ୍ତ ଆସନରେ ବିଜେପି ଭଲ ପ୍ରଦର୍ଶନ କରିବ।
ସେହିପରି କେରଳ ଓ ତାମିଲନାଡୁ ଭଳି ରାଜ୍ୟରେ ଦଳ ଏଥର ଖାତା ଖୋଲିବାକୁ ମଧ୍ୟ ସକ୍ଷମ ହେବ। କାରଣ କେରଳ ଓ ତାମିଲନାଡୁରେ ବିଜେପି ଖାତା ଖୋଲିବାକୁ ପୂର୍ବରୁ ସକ୍ଷମ ହୋଇ ନଥିଲା। କିନ୍ତୁ ୨୦୨୪ରେ ସ୍ଥିତି ବଦଳିବ ବୋଲି ଏକଜିଟ ପୋଲରେ ଆକଳନ କରାଯାଇଛି।
Axis My India ପକ୍ଷରୁ ରାଜ୍ୟୱାରୀ ବିଜେପି ଓ ଅନ୍ୟ ଦଳଗୁଡ଼ିକ କେତୋଟି ଲେଖାଏ ଆସନ ଜିତିବେ, ତା’ର ଆକଳନ କରାଯାଇଛି। ସେହିପରି ଦେଶରେ ବିଜେପି ନେତୃତ୍ୱାଧୀନ ଏନଡିଏ ୩୬୧ରୁ ୪୦୧, ଇଣ୍ଡିଆ ୧୩୧-୧୬୬ ଓ ଅନ୍ୟାନ୍ୟ ଦଳ ୮ରୁ ୨୦ଟି ଆସନ ଜିତି ପାରନ୍ତି।
ରାଜ୍ୟୱାରୀ କିଏ କେତେ ଆସନ ଜିତିବେ?
ଉତ୍ତର ପ୍ରଦେଶର ୮୦ଟି ଲୋକସଭା ଆସନରୁ ବିଜେପି ୬୪ରୁ ୬୭, ସପା ୭ରୁ ୯ଟି, କଂଗ୍ରେସ ୧ରୁ ୩ଟି ଓ ବିଏସ୍ପି ଗୋଟିଏ ଆସନ ଜିତିପାରେ।
ସଂସ୍ଥା କହିଛି ଯେ ହରିଆଣାର ୧୦ଟି ଲୋକସଭା ଆସନରୁ ବିଜେପି ୬ରୁ ୮ଟି ଜିତିବାକୁ ଥିବା ବେଳେ ଇଣ୍ଡିଆ ମେଣ୍ଟ ୨ରୁ ୪ଟି ଓ ଅନ୍ୟାନ୍ୟ ଦଳ ଖାତା ଖୋଲିବାକୁ ସକ୍ଷମ ହେବେ ନାହିଁ।
ଓଡ଼ିଶାର ୨୧ଟି ଲୋକସଭା ଆସନରୁ ବିଜେପି ୧୮ରୁ ୨୦ଟି, ବିଜେଡି ୦-୨ ଓ କଂଗ୍ରେସ ୧ଟି ଆସନ ଜିତିପାରେ।
ହିମାଚଳ ପ୍ରଦେଶର ୪ଟି ଲୋକସଭା ଆସନରୁ ଏନଡିଏ ସମସ୍ତ ୪ଟି ଯାକ ଆସନରେ ବାଜିମାତ କରିବ।
ଉତ୍ତରାଖଣ୍ଡର ସମସ୍ତ ୫ଟି ଆସନ ବିଜେପି ଖାତାକୁ ଯିବ।
ଆସାମର ୧୪ଟି ଲୋକସଭା ଆସନରୁ କଂଗ୍ରେସକୁ ୨ରୁ ୪ଟି, ବିଜେପିକୁ ୯ରୁ ୧୧ ଓ ଅନ୍ୟାନ୍ୟ ଦଳ ଖାତା ଖୋଲି ପାରିବେ ନାହିଁ।
ମହାରାଷ୍ଟ୍ରର ୪୮ଟି ଲୋକସଭା ଆସନରୁ ବିଜେପି ୨୮ରୁ ୩୨ଟି, ଇଣ୍ଡିଆ ୧୬ରୁ ୨୦ ଓ ଅନ୍ୟାନ୍ୟ ଦଳ ୦ରୁ ୨ଟି ଆସନ ଜିତିବେ।
ପଶ୍ଚିମବଙ୍ଗରେ ବିଜେପି ୪୨ ଲୋକସଭା ଆସନରୁ ୨୬ରୁ ୩୧ଟି, କ୍ଷମତାସୀନ ଟିଏମସି ୧୧ରୁ ୧୪ ଓ କଂଗ୍ରେସ ମେଣ୍ଟ ୦ରୁ ୨ ଆସନ ଜିତି ପାରନ୍ତି।
ତେଲାଙ୍ଗାନାର ୧୭ଟି ଲୋକସଭା ଆସନରୁ ବିଜେପି ୧୧ରୁ ୧୨ଟି, ବିଆରଏସ୍ ୧ ଓ କ୍ଷମତାସୀନ କଂଗ୍ରେସ ୪ରୁ୬ ଓ ଅନ୍ୟାନ୍ୟ ଦଳ ୦-୧ ଆସନ ଜିତିବେ।
ଆନ୍ଧ୍ର ପ୍ରଦେଶର ୨୫ଟି ଲୋକସଭା ଆସନରୁ ବିଜେପି, ଟିଡିପି ଓ ଜନସେନା ମିଳିତ ଭାବେ ୨୧ରୁ ୨୩ଟି ଆସନ, କଂଗ୍ରେସ ୦୦ ଓ ୱାଇଏସ୍ଆର କଂଗ୍ରେସ ୨ରୁ ୪ଟି ଆସନ ଜିତିପାରେ।
ପଞ୍ଜାବର ୧୩ଟି ଲୋକସଭା ଆସନରୁ ଏନଡିଏ ୨ରୁ ୪, ଆପ ୦ରୁ ୨, କଂଗ୍ରେସ ୭ରୁ ୯, ଅକାଳୀ ୨ରୁ ୩ ଓ ଅନ୍ୟାନ୍ୟ ଦଳ ଶୂନରୁ ଗୋଟିଏ ଆସନ ଜିତିବେ।
ଦେଶର ରାଜଧାନୀ ଦିଲ୍ଲୀରେ ଆପ ଓ କଂଗ୍ରେସ ଏକାଠି ନିର୍ବାଚନ ଲଢ଼ୁଛନ୍ତି। କିନ୍ତୁ ବିଜେପି ଏଠାରେ ୬ରୁ ୭ଟି ଓ ଇଣ୍ଡିଆ ମେଣ୍ଟ ଶୂନରୁ ୧ ଆସନ ଜିତିପାରେ।
ଗୋଆର ୨ଟି ଲୋକସଭା ଆସନରୁ କଂଗ୍ରେସ ୧ ଓ ବିଜେପି ୧ ଆସନ ଜିତିପାରେ।
ରାଜସ୍ଥାନର ୨୫ଟି ଲୋକସଭା ଆସନରୁ ଏନଡିଏ ୧୬ରୁ ୧୯, ଇଣ୍ଡିଆ ୫ରୁ ୭ ଓ ଅନ୍ୟାନ୍ୟ ଦଳ ୧ରୁ ୨ଟି ଆସନ ଜିତିପାରନ୍ତି।
ମଧ୍ୟପ୍ରଦେଶର ୨୯ଟି ଲୋକସଭା ଆସନରୁ ଏନଡିଏ ୨୮ରୁ ୨୯ଟି, ଇଣ୍ଡିଆ ୦-୧ ଓ ଅନ୍ୟାନ୍ୟ ଦଳ ଖାତା ଖୋଲିବେ ନାହିଁ।
ଗୁଜରାଟର ୨୬ଟି ଲୋକସଭା ଆସନରୁ ଏନଡିଏ ୨୫ରୁ ୨୬ ଓ ଇଣ୍ଡିଆ ମେଣ୍ଟ ଶୂନରୁ ୧ ଆସନ ଜିତିବେ।
ଛତିଶଗଡ଼ର ୧୧ଟି ଲୋକସଭା ଆସନରୁ ଏନଡିଏ ୧୦-୧୧, ଇଣ୍ଡିଆ ୦ରୁ ୧ ଓ ଅନ୍ୟାନ୍ୟ ଦଳ ଖାତା ଖୋଲି ପାରିବେ ନାହିଁ।
ଝାରଖଣ୍ଡର ୧୪ଟି ଲୋକସଭା ଆସନରୁ ଏନଡିଏ ୮-୧, ଇଣ୍ଡିଆ ୪ରୁ ୬ ଓ ଅନ୍ୟାନ୍ୟ ଦଳ ଖାତା ଖୋଲି ପାରିବେ ନାହିଁ।
ବିହାରର ୪୦ଟି ଲୋକସଭା ଆସନରୁ ଏନଡିଏ ୨୯-୩୩, ଇଣ୍ଡିଆ ୭ରୁ ୧୦ ଓ ଅନ୍ୟାନ୍ୟ ଦଳ ୦ରୁ ୨ଟି ଆସନ ଜିତି ପାରନ୍ତି।
କେରଳ ୨୦ଟି ଲୋକସଭା ଆସନରୁ ଏନଡିଏ ୨ରୁ୩ଟି, ୟୁଡିଏଫ ୧୭ରୁ ୧୮ଟି ଓ ଏଲଡିଏଫ ୦-୧ଟି ଆସନ ଜିତିପାରେ।
କର୍ଣ୍ଣାଟକାର ୨୮ଟି ଲୋକସଭା ଆସନରୁ ଏନଡିଏ ୨୩ରୁ ୨୫, ଇଣ୍ଡିଆ ୩ରୁ ୫ ଓ ଅନ୍ୟାନ୍ୟ ଦଳ ଖାତା ଖୋଲି ପାରିବେ ନାହିଁ।
ତାମିଲନାଡୁର ୩୯ଟି ଲୋକସଭା ଆସନରୁ ଏନଡିଏ ୨ରୁ ୪ଟି, ଇଣ୍ଡିଆ ୩୩ରୁ ୩୭ ଓ ଏଆଇଏଡିଏମକେ ୦-୨ଟି ଆସନ ଜିତି ପାରନ୍ତି।
ସିକ୍କିମ, ମିଜୋରାମ, ନାଗାଲ୍ୟାଣ୍ଡ, ମେଘାଳୟ ଓ ମଣିପୁରରେ ବିଜେପି କିମ୍ବା ଏହାର ସହଯୋଗ ପାର୍ଟି ଖାତା ଖୋଲି ପାରିବେ ନାହିଁ।
ତ୍ରିପୁରାରେ ଏନଡିଏ ଦୁଇଟି ଯାକ ଲୋକସଭା ଆସନ ଜିତବ। ମିଜୋରାମ ଓ ନାଗାଲ୍ୟାଣ୍ଡରେ ଥିବା ଗୋଟିଏ ଲେଖାଏ ଲୋକସଭା ଆସନ କଂଗ୍ରେସ ଖାତାକୁ ଯିବ।
ଦାଦ୍ରା ନଗର ହାବେଳି ଓ ଡାମନ ଡ୍ୟୁର ୨ଟି ଯାକ ଲୋକସଭା ଆସନ ଏନଡିଏ ଖାତାକୁ ଯିବ।
ଚଣ୍ଡିଗଡ଼ର ଏକମାତ୍ର ଲୋକସଭା ସିଟ କଂଗ୍ରେସ ହାତକୁ ଯିବ। ବିଜେପି ଏହି ଆସନକୁ ୨୦୧୯ରେ ଜିତିଥିଲା।
ଲାକ୍ଷାଦ୍ୱୀପର ଲୋକସଭା ଆସନରେ ବି କଂଗ୍ରେସ ଜିତିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।