Advertisment

ଝାରଖଣ୍ଡ ଏକଜିଟ ପୋଲ: ଆକ୍ସିସ ମାଇଁ ଇଣ୍ଡିଆକୁ ଛାଡ଼ି ଆଉ ସମସ୍ତେ କହିଲେ ବିଜେପି ଜିତିବ

ଝାରଖଣ୍ଡର ମୋଟ ୮୧ଟି ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୪୧।

ଅଦ୍ୟତନ ହୋଇଛି
Vote

Vote

Advertisment

ମହାରାଷ୍ଟ୍ର ସମେତ ଆଜି ଝାରଖଣ୍ଡରେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ବାକି ଥିବା ସମସ୍ତ ବିଧାନସଭା ଆସନ ପାଇଁ ଭୋଟ ଶେଷ ହୋଇଛି। ସନ୍ଧ୍ୟା ୬ଟାରେ ଇଭିଏମ ସିଲ ହେବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ ପୋଲ ରେଜଲ୍ଟ ପ୍ରକାଶ କରାଯାଇଛି।

Advertisment

ଝାରଖଣ୍ଡର ମୋଟ ୮୧ଟି ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୪୧। ଚୂଡ଼ାନ୍ତ ଫଳାଫଳ ଆସନ୍ତା ୨୩ ତାରିଖରେ ପ୍ରକାଶ ପାଇବ। କିନ୍ତୁ ଏହା ପୂର୍ବରୁ ଏକଜିଟ ପୋଲ ରେଜଲ୍ଟ ସାମ୍ନାକୁ ଆସିଛି।

ବର୍ତ୍ତମାନ ଝାରଖଣ୍ଡରେ ଜେଏମଏମ ଓ କଂଗ୍ରେସ କ୍ଷମତାରେ ରହିଛନ୍ତି। ଅଧିକାଂଶ ଏକଜିଟ ପୋଲର କହିବା କଥା ଯେ ଜେଏମଏମ, କଂଗ୍ରେସ ଓ ଅନ୍ୟ ଦଳକୁ ନେଇ ଗଠନ ହୋଇଥିବା ଇଣ୍ଡିଆ ମେଣ୍ଟ ଝାରଖଣ୍ଡରେ ଗାଦିଚ୍ୟୁତ ହେବେ। ଏହାର ଅର୍ଥ ବିଜେପି ନେତୃତ୍ୱାଧୀନ ଏନଡିଏ କ୍ଷମତାକୁ ଫେରିବ।

Advertisment

କିନ୍ତୁ ଆକ୍ସିସ ମାଇଁ ଇଣ୍ଡିଆ ଭିନ୍ନ କଥା କହିଛି। ଏହି ସଂସ୍ଥା କହିଛି ଯେ ଝାରଖଣ୍ଡରେ ଇଣ୍ଡିଆ ମେଣ୍ଟର ବଡ଼ ବିଜୟ ହେବ। ରାଜ୍ୟରେ ଇଣ୍ଡିଆ ମେଣ୍ଟ ୫୩ଟି ଆସନ ଜିତିବାକୁ ଯାଉଥିବା ବେଳେ ବିଜେପି ମେଣ୍ଟ ୨୫ ଓ ଅନ୍ୟାନ୍ୟ ଦଳ ଖାତାକୁ ୩ଟି ଆସନ ଯିବ।

ମାଟ୍ରିଜ କହିଛି ଯେ ବିଜେପି ମେଣ୍ଟ ୪୨ରୁ ୪୭, ଇଣ୍ଡିଆ ୨୫ରୁ ୩୦ ଓ ଅନ୍ୟାନ୍ୟ ଦଳ ୧ରୁ ୪ଟି ଆସନ ପାଇବେ।

ପିପୁଲ୍ସ ପ୍ଲସର ଆକଳନ କହୁଛି, ବିଜେପି ମେଣ୍ଟ ୪୪ରୁ ୫୩, ଇଣ୍ଡିଆ ୨୫ରୁ ୩୭ ଓ ଅନ୍ୟାନ୍ୟ ଦଳ ୫ରୁ ୯ ଆସନ ଜିତିବେ।

ଟାଇମ୍ସ ନାଓଁ-ଜେଭିସି ପକ୍ଷରୁ ହୋଇଥିବା ସର୍ଭେରେ ବିଜେପି ମେଣ୍ଟ ୪୦ରୁ ୪୪, ଇଣ୍ତିଆ ୩୦ରୁ ୪୦ ଓ ଅନ୍ୟାନ୍ୟ ଦଳ ୧ରୁ ୨ଟି ଆସନ ଜିତି ପାରନ୍ତି ବୋଲି କୁହାଯାଇଛି।

ଦୈନିକ ଭାସ୍କର କହିଛି ଯେ ବିଜେପି ମେଣ୍ଟ ୩୭ରୁ ୪୦ଟି, ଇଣ୍ତିଆ ୩୬ରୁ ୩୯ ଓ ଅନ୍ୟାନ୍ୟ ଦଳ ଶୂନରୁ ୨ଟି ଆସନ ପାଇବେ। 

ପିଏମଆରକ୍ୟୁ ଏକଜିଟ ପୋଲରେ ଆକଳନ କରିଛି ଯେ ବିଜେପି ମେଣ୍ଟ ୩୧ରୁ ୪୦, ଇଣ୍ଡିଆ ୩୭ରୁ ୪୭ ଓ ଅନ୍ୟାନ୍ୟ ଦଳ ୧ରୁ ୬ଟି ଆସନ ପାଇବେ। 

ଚାଣକ୍ୟ କହିଛି ଯେ ବିଜେପି ମେଣ୍ଟ ୪୫ରୁ ୫୦, ଇଣ୍ଡିଆ ୩୫ରୁ ୩୮ ଓ ଅନ୍ୟାନ୍ୟ ଦଳ ୩ରୁ ୫ଟି ଆସନ ଜିତିବେ। 

ଇଲେକ୍ଟୋରାଲ ଏଡଜ କହିଛି ବିଜେପି ମେଣ୍ଟ ୩୨, ଇଣ୍ଡିଆ ୪୨ ଓ ଅନ୍ୟାନ୍ୟ ଦଳ ୭ଟି ଆସନ ପାଇବେ। 

ଏହି ସବୁ ସଂସ୍ଥାର ପୋଲ ଅଫ ଏକଜିଟ ପୋଲକୁ ହିସାବକୁ ନେଲେ ବିଜେପି ମେଣ୍ଟ ୩୯, ଇଣ୍ଡିଆ ୩୮ ଓ ଅନ୍ୟାନ୍ୟ ଦଳ ୪ଟି ଆସନ ପାଇବେ। ଏହାର ଅର୍ଥ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର କାହାକୁ ମିଳିବ ନାହିଁ।

Jharkhand Exit Poll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe