ଏକଜିଟ୍ ପୋଲ୍ କହୁଛି ବଦଳିଛି ଓଡ଼ିଶା ଭୋଟରଙ୍କ ମୁଡ୍‌: ଲୋକସଭା ଭଳି ବିଧାନସଭାରେ ବି ବିଜେପିର ଦବଦବା

ଦୀର୍ଘବର୍ଷ ଧରି ରାଜ୍ୟରେ ଅପ୍ରତିଦ୍ୱନ୍ଦ୍ୱୀ ଥିବା ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ହ୍ରାସ ସହ ତ୍ରୁଟିପୂର୍ଣ୍ଣ ନିର୍ବାଚନୀ ରଣନୀତି ଯୋଗୁ ବିଜେପିକୁ ଓଡ଼ିଶା ବିଧାନସଭା ନିର୍ବାଚନରେ ବି ଆଖିଦୃଶିଆ ସଫଳତା ମିଳିବ ବୋଲି ସର୍ଭେ ସଂସ୍ଥାଗୁଡ଼ିକ ପୂର୍ବାନୁମାନ କରିଛନ୍ତି ।

Odisha

ଓଡ଼ିଶା ବିଜେପି ସଂକଳ୍ପପତ୍ର ଜାରି କରିବା ବେଳର ଦୃଶ୍ୟ (ଫାଇଲ ଫଟୋ)

Ordigital Desk
  • Published: Saturday, 01 June 2024
  • Updated: 01 June 2024, 10:52 PM IST

Sports

Latest News

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦଳ ବିଜେଡି ଏବେ ଦୁର୍ବଳ ହେବାରେ ଲାଗିଛି । ଚଳିତ ନିର୍ବାଚନ ଫଳାଫଳ ଜୁନ୍ ୪ତାରିଖରେ ଆସିବା ପୂର୍ବରୁ ଦେଶର ପ୍ରମୁଖ ବିଶ୍ୱସନୀୟ ସଂସ୍ଥା ଦ୍ୱାରା ଆଜି ଜାରି ପୂର୍ବାନୁମାନ ରିପୋର୍ଟ ହିଁ ଓଡ଼ିଶାରେ ବିଜେପି ନିଜର ଦବଦବା ବଢ଼ାଇଥିବାର ସନ୍ଦେଶ ଦେଇଛି । ଲୋକସଭା ନିର୍ବାଚନ ଭଳି ବିଧାନସଭାରେ ମଧ୍ୟ ବିଜେପି ନିଜର ଦବଦବା ଜାହିର କରିବ ବୋଲି ଆକଳନ ହୋଇଛି।

ଏହାସହିତ ଦୀର୍ଘବର୍ଷ ଧରି ରାଜ୍ୟରେ ଅପ୍ରତିଦ୍ୱନ୍ଦ୍ୱୀ ଥିବା ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ହ୍ରାସ ସହ ତ୍ରୁଟିପୂର୍ଣ୍ଣ ନିର୍ବାଚନୀ ରଣନୀତି ଯୋଗୁ ବିଜେପିକୁ ଓଡ଼ିଶା ବିଧାନସଭା ନିର୍ବାଚନରେ ବି ଆଖିଦୃଶିଆ ସଫଳତା ମିଳିବ ବୋଲି ସର୍ଭେ ସଂସ୍ଥାଗୁଡ଼ିକ ପୂର୍ବାନୁମାନ କରିଛନ୍ତି । ଅବଶ୍ୟ ଦଳର ବିଧାୟକ ସଂଖ୍ୟା ହ୍ରାସ ପାଇଉଥିଲେ ମଧ୍ୟ ବିଜେଡି ସରକାର ଗଢ଼ିବାରେ ସକ୍ଷମ ହେବ ବୋଲି ଏକଜିଟ୍ ପୋଲରେ ଆକଳନ କରାଯାଇଛି ।

ଲୋକସଭା ନିର୍ବାଚନ ଫଳାଫଳର ପୂର୍ବାନୁମାନ କରିଥିବା ପ୍ରାୟତଃ ସମସ୍ତ ସର୍ଭେ ସଂସ୍ଥା ଓଡ଼ିଶାରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି । ଇଣ୍ଡିଆ ଟୁଡେ- ଆକ୍ସିସ ମାଇଁ ଇଣ୍ଡିଆ ସର୍ଭେ ଅନୁସାରେ ଓଡ଼ିଶାରେ ବିଜେପିକୁ ୫୧ ପ୍ରତିଶତ ଭୋଟ୍ ମିଳିବ । ସେହିପରି ରିପବ୍ଲିକ ଟିଭି-ମାର୍ଟିଜ ପୂର୍ବାନୁମାନ ଅନୁସାରେ ଓଡ଼ିଶାରେ ବିଜେପିକୁ  ୪୬.୮ ପ୍ରତିଶତ ଭୋଟ୍ ମିଳିବ । ଅନ୍ୟ ସବୁ ସର୍ଭେ ସଂସ୍ଥା ଓଡ଼ିଶାରେ ବିଜେପି ଏକତରଫା ଭାବେ ଲୋକସଭା ଆସନଗୁଡ଼ିକୁ ଦଖଲ କରିବ ବୋଲି ପୂର୍ବାନୁମାନ କରିଛନ୍ତି । ସର୍ଭେ ସଂସ୍ଥାଗୁଡ଼ିକର ଆକଳନ ଯଦି ସତ ହୁଏ ତା’ହେଲେ ବିଜେଡି ପାଇଁ ଆଉ ସ୍ଥିତି ସହଜ ନଥିବା ଚର୍ଚ୍ଚା ହେଉଛି।

Also Read

ତେବେ ଚଳିତଥର ବିଜେପିର ଭୋଟ ହାରରେ ଆଖିଦୃଶିଆ ବୃଦ୍ଧି ହୋଇଥିବାରୁ ବିଧାନସଭା ଆସନରେ ଦଳକୁ ଅତିକମରେ ୨୦ରୁ ୨୫ଟି ଅଧିକ ସିଟ୍ ମିଳିବ ବୋଲି ଆକଳନ କରାଯାଉଛି । ଇଣ୍ଡିଆ ଟୁଡେର ଆକଳନ ଅନୁସାରେ ବିଜେଡିର ଭୋଟ ହାର ୩ ପ୍ରତିଶତ ହ୍ରାସ ପାଇଲେ ବିଜେପିର ଆସନ ସଂଖ୍ୟା ଚଳିତଥର ବିଧାନସଭାରେ ୪୮ ହେବ । ଆଉ ବିଜେଡିକୁ ୮୮ଟିରେ ସନ୍ତୁଷ୍ଟ ହେବାକୁ ପଡ଼ିବ ଓ କଂଗ୍ରେସକୁ ୧୧ଟି ସିଟ୍ ମିଳିବ ।

ସେହିପରି ଯଦି ବିଜେଡିର ଭୋଟ ହାର ୫ ପ୍ରତିଶତ ହ୍ରାସ ପାଏ ଓ ବିଜେପି ସପକ୍ଷରେ ୫ ପ୍ରତିଶତ ଭୋଟ ହାର ବୃଦ୍ଧି ପାଏ ତେବେ ବିଜେପିକୁ ବିଧାନସଭା ୬୭ଟି ଆସନ ଓ କଂଗ୍ରେସକୁ ୧୧ଟି ଆସନ ମିଳିବ । ବିଜେଡିକୁ ମାତ୍ର ୬୯ଟିରେ ସନ୍ତୁଷ୍ଟ ହେବାକୁ ପଡ଼ିବ ବୋଲି ଆକଳନ କରାଯାଇଛି ।

ଅବଶ୍ୟ ବିଜେଡି ଗତକାଲିଠୁ ନିଜର ସାଂସଦମାନଙ୍କ ମାଧ୍ୟମରେ ଚଳିତ ନିର୍ବାଚନରେ ୧୧୫ରୁ ଅଧିକ ବିଧାନସଭା ଓ ୧୫ ଲୋକସଭା ଆସନ ଜିତିବ ବୋଲି ସୋସିଆଲ ମିଡିଆରେ ଦାବି କରୁଛି । ବିଜେଡିର ସର୍ବେସର୍ବା ଭିକେ ପାଣ୍ଡିଆନ ମଧ୍ୟ ଆଜି ‘ଏକ୍ସ’ରେ ତାଙ୍କ ଦଳ ୧୫ ଲୋକସଭା ଆସନ ଓ ୧୧୫ରୁ ଅଧିକ ବିଧାନସଭା ଆସନ(ତିନିଚତୁର୍ଥାଂଶ ଆସନ) ଜିତିବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ।

ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେପିର ଭୋଟ୍ ହାର  ସର୍ବାଧିକ ୧୬.୯% ବୃଦ୍ଧି ପାଇ ୩୮.୪% ହୋଇଥିଲା । ବିଜେପିର ସିଟ୍ ସଂଖ୍ୟା ୧ରୁ ୮କୁ ବୃଦ୍ଧି ପାଇଥିଲା । ସେହିପରି ବିଜେଡିର ଭୋଟ ହାର ୧.୩% ହ୍ରାସ ପାଇ ୪୨.୮%ରେ ରହିଥିଲା ଏବଂ ଦଳର ଲୋକସଭା ଆସନ ସଂଖ୍ୟା ୨୦ରୁ ୧୨କୁ ଖସି ଆସିଥିଲା । ସେହିପରି କଂଗ୍ରେସର ଭୋଟ ହାର ୧୨.୨% ହ୍ରାସ ପାଇ ୧୩.୪%ରେ ରହିଛି ଓ ଦଳର ଭୋଟ ହାର ହ୍ରାସ ପାଇଥିଲେ ମଧ୍ୟ ଦଳକୁ ଗୋଟିଏ ଆସନ ମିଳିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story