Priyanka
ଅପରେସନ ସିନ୍ଦୂରକୁ ନେଇ ଚାଲିଥିବା ବିତର୍କରେ ଭାଗ ନେଇ ଆଜି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତ। ବୈସାରନ ଭ୍ୟାଲିରେ ସୁରକ୍ଷା ବ୍ୟବସ୍ଥାକୁ କାହିଁକି କଡ଼ାକଡ଼ି କରାଯାଇ ନଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ନିଜ ଭାଷଣର ଶେଷ ଭାଗରେ ସେ ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ନିହତ ହୋଇଥିବା ୨୫ ଭାରତୀୟଙ୍କ ନାଁ ଉଚ୍ଚାରଣ କରିବା ବେଳେ ପ୍ରବଳ ନାରାବାଜୀ ହୋଇଛି। ଶାସକ ଓ ବିରୋଧୀ ଦଳର ସଦସ୍ୟଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଛି।
ଏପ୍ରିଲ ୨୨ରେ ପହଲଗାମର ବୈସାରନ ଭ୍ୟାଲିରେ ହୋଇଥିବା ନରସଂହାରରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୨୫ ଜଣ ଭାରତୀୟ ଓ ଜଣେ ନେପାଳ ନାଗରିକ ରହିଥିଲେ। ଆଜି ସେମାନଙ୍କୁ ପ୍ରିୟଙ୍କା ସହିଦ ବୋଲି ସମ୍ବୋଧନ କରି ଲୋକସଭାରେ ସମସ୍ତ ୨୫ ଭାରତୀୟଙ୍କ ନାଁ ନେଇଛନ୍ତି।
ସେ ପ୍ରଥମ ମୃତକଙ୍କ ନାଁ ଉଚ୍ଚାରଣ କରିବା ବେଳେ ଶାସନ ଦଳର ସଦସ୍ୟମାନେ ହିନ୍ଦୁ ବୋଲି ନାରା ଦେଇଥିଲେ। କିନ୍ତୁ ପ୍ରିୟଙ୍କା ମୃତକ ଜଣଙ୍କ ପ୍ରଥମେ ଭାରତୀୟ ବୋଲି କହିଥିଲେ। ଏହାପରେ ସେ ପ୍ରତିଟି ନାଁ ଉଚ୍ଚାରଣ କରିବେ ବେଳେ ବିରୋଧୀ ଦଳର ସଦସ୍ୟ ଭାରତୀୟ ଭାରତୀୟ ବୋଲି ନାରା ଦେଇଥିଲେ। ଶାସକ ଦଳର ସଦସ୍ୟମାନେ କିଛି ସମୟ ପାଇଁ ହିନ୍ଦୁ ବୋଲି କହିବା ପରେ ଚୁପ ହୋଇ ଯାଇଥିଲେ। ବାଚସ୍ପତି ଓମ ବିର୍ଲା ମଧ୍ୟ ବିରୋଧୀଙ୍କୁ ନାରାବାଜୀ କରିବାକୁ ଦାଗିଦ କରିଥିଲେ। କିନ୍ତୁ ସେମାନେ ପ୍ରତଟି ନାଁ ଉଚ୍ଚାରଣ ପରେ ଭାରତୀୟ ବୋଲି ନାରା ଦେଇଥିଲେ।
ପ୍ରିୟଙ୍କା ଗାନ୍ଧି ଭଦ୍ରା କହିଛନ୍ତି, “ମୁଁ ୨୫ ଭାରତୀୟଙ୍କ ନାଁ ପଢ଼ିବାକୁ ଚାହୁଁଛି। ଏହାଦ୍ୱାରା ଏଠାରେ ବସିଥିବା ସାଂସଦମାନେ ବୁଝିପାରିବେ ଯେ ସେମାନେ ଆମ ଭଳି ମଣିଷ ଥିଲେ। ସେମାନେ କୌଣସି ରାଜନୀତିକ ଶକ୍ତିର ମୋହରା ନଥିଲେ। ସେମାନେ ଏହି ଦେଶର ପୁଅ ଥିଲେ। ଆମେ ସମସ୍ତେ ସେମାନଙ୍କ ପରିବାର ଲୋକଙ୍କ ଆଗରେ ଉତ୍ତରଦାୟୀ। ସେମାନେ ସତ ଜାଣିବାର ହକଦାର।”
ସେ ଏହା ପରେ ୨୫ ମୃତକଙ୍କ ନାଁ ଉଚ୍ଚାରଣ କରିଥିଲେ। ସେ ପ୍ରଥମ ନାଁ ପଢ଼ିବା କ୍ଷଣି ସରକାରୀ ଦଳର ସଦସ୍ୟମାନେ ଜୋରରେ ହିନ୍ଦୁ ବୋଲି ନାରା ଦେଇଥିଲେ। ପହଲଗାମରେ ଧର୍ମ ପଚାରି ହତ୍ୟା କରାଯାଇଥିବାରୁ ସେମାନେ ଏପରି କରିଥିଲେ। ହେଲେ ପ୍ରିୟଙ୍କା ବେଶ ଶାନ୍ତିର ସହ ଭାରତୀୟ ବୋଲି ଜବାବ ଦେଇଥିଲେ। ମୃତକମାନେ ପ୍ରଥମେ ଭାରତୀୟ ବୋଲି ସେ ଜଣାଇବାକୁ ଚେଷ୍ଟା କରିଥିଲେ।
ଏହାପରେ ବିରୋଧୀ ଓ ଶାସକ ଦଳର ସଦସ୍ୟଙ୍କ ମଧ୍ୟରେ ହିନ୍ଦୁ ବନାମ ଭାରତୀୟ ନାରାବାଜୀ ପୂରା ଲୋକସଭାକୁ ପ୍ରକମ୍ପିତ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Priyanka_1753786749.jpg)