Advertisment

‘ଠାକରେ ଆଣ୍ଡ କୋ ବିରୋଧରେ ମିଛ କେସ୍‌ କରିବାକୁ ଚାପ ପକାଇଥିଲେ ଫଡନାଭିସ୍‌’

୩ ବର୍ଷ ତଳେ ମହାରାଷ୍ଟ୍ରର ଏମଭିଏ ସରକାରକୁ ଫଡନାଭିସ ଭାଙ୍ଗିବାକୁ ଚାହୁଁଥିଲେ ବୋଲି ବୋଲି ଦେଶମୁଖ କହିଛନ୍ତି।

BJP

BJP

Advertisment

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ବର୍ତ୍ତମାନର ଉପ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦେବନ୍ଦ୍ର ଫଡ଼ନାଭିସଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ମହାରାଷ୍ଟ୍ରରେ ଏକଦା ସରକାର ଗଠନ କରିଥିବା ମହା ବିକାଶ ଅଘାଡ଼ି (ଏମଭିଏ)ର ନେତାମାନଙ୍କ ବିରୋଧରେ ମିଛ କେସ୍‌ କରିବାକୁ ଫଡନାଭିସ୍‌ ତାଙ୍କ ଉପରେ ଚାପ ପକାଇଥିଲେ। ୩ ବର୍ଷ ତଳେ ମହାରାଷ୍ଟ୍ରର ଏମଭିଏ ସରକାରକୁ ଫଡନାଭିସ ଭାଙ୍ଗିବାକୁ ଚାହୁଁଥିଲେ ବୋଲି ବୋଲି ଦେଶମୁଖ କହିଛନ୍ତି।

Advertisment

ଏନସିପିର ଶରଦ ପାୱାର ଗୋଷ୍ଠୀରେ ଥିବା ଦେଶମୁଖ କହିଛନ୍ତି, “ଠାକରେ ଆଣ୍ଡ କୋ ବିରୋଧରେ ମୋତେ ମିଛ କେସ୍‌ କରିବାକୁ କୁହାଯାଇଥିଲା। ଏହା ବଦଳରେ ମୋତେ ଇଡି ଓ ସିବିଆଇ ତଦନ୍ତରୁ ମୁକ୍ତି ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଫଡନାଭିସଙ୍କ ମଧ୍ୟସ୍ଥିଙ୍କ ତରଫରୁ ଏପରି ଅଫର ଆସିଥିଲା ଓ ମୁଁ ବ୍ୟକ୍ତିଗତ ଭାବେ ତାଙ୍କ ସହ ଫୋନରେ କଥା ହୋଇଥିଲି। ମୁଁ ଏହାର ବିସ୍ତୃତ ତଥ୍ୟ ଉପଯୁକ୍ତ ସମୟରେ ଖୁଲାସା କରିବି।

ଫଡନାଭିସଙ୍କ ସହଯୋଗୀ ଏକାଧିକ ଥର ମୋ ପାଖକୁ ଆସିଥିଲେ। ଫୋନରେ ଫଡନାଭିସଙ୍କ ସହ କଥାବାର୍ତ୍ତା ହେବାର ବ୍ୟବସ୍ଥା କରିଥିଲେ। ଗୋଟିଏ ଥର ଫଡନାଭିସ ମୋତେ କହିଥିଲେ ସେ ରିଭ୍ୟୁ ପାଇଁ ଦସ୍ତାବିଜ ପଠାଉଛନ୍ତି। ମୋତେ କୁହାଯାଇଥିଲା ଯେ ଯଦି ଅଜିତ ପାୱାରଙ୍କ ବିରୋଧରେ ଅଭିଯୋଗ ଆଣିବା ସମ୍ଭବ ନୁହେଁ, ତା’ହେଲେ ମୁଁ ଠାକରେ ଓ ଅନୀଲ ପରବ(ଶିବସେନା)ଙ୍କ ବିରୋଧରେ ମୁହଁ ଖୋଲେ।”

Advertisment

ମୁମ୍ବାଇ ପୁଲିସ୍‌ର ପୂର୍ବତନ କମିଶନର ପରମ ବୀର ସିଂହଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ସହ ଦେଶମୁଖ ନିଜର ଅଭିଯୋଗକୁ ଯୋଡ଼ିଛନ୍ତି। ପରମ ବୀର ସିଂହ ଅଭିଯୋଗ କରିଥିଲେ ଯେ ଦେଶମୁଖ ତାଙ୍କୁ ୧୦୦ କୋଟି ଟଙ୍କାର ବଟି ଆଦାୟ କରିବାକୁ କହିଛନ୍ତି। ଦେଶମୁଖ ଏବେ କହିଛନ୍ତି ଯେ ପରମବୀର ସିଂହ ସେତେବେଳେ ଫଡନାଭିସଙ୍କ କଥାରେ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ।

ତେବେ ଫଡନାଭିସ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଦେଶମୁଖଙ୍କ ନିଜ ଦଳର ଲୋକ ମୋ ବିରୋଧରେ ଅଡିଓ ଭିଜିଆଲ ପ୍ରମାଣ ପ୍ରସ୍ତୁତ କରିଛନ୍ତି। ଯଦି ଏପରି ମିଥ୍ୟା ଅଭିଯୋଗ ବନ୍ଦ ନ କରାଯାଏ, ତା’ହେଲେ ମୁଁ ବାଧ୍ୟ ହୋଇ ସବୁ ପ୍ରମାଣ ସାର୍ବଜନୀନ କରିବି ବୋଲି ଫଡନାଭିସ ଚେତାବନୀ ଦେଇଛନ୍ତି।

Bjp Devendra Fadnavis Maharashtra Anil Deshmukh Maharashtra Politics MVA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe