Advertisment

ଉପ ନିର୍ବାଚନରେ ପାସ୍‌, ନିର୍ବାଚନରେ ଫେଲ୍‌

ପିପିଲିରୁ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପ୍ରଦୀପ ମହାରଥୀ ୨୦୧୯ରେ ମଧ୍ୟ ଜିତିଥିଲେ। ତେବେ କାର୍ଯ୍ୟକାଳ ଶେଷ କରିବା ପୂର୍ବରୁ ତାଙ୍କର ପରଲୋକ ହୋଇଯିବାରୁ ୨୦୨୧ରେ ଏହି ଆସନ ପାଇଁ ହୋଇଥିଲା ଉପ-ନିର୍ବାଚନ।

ଅଦ୍ୟତନ ହୋଇଛି
Rudra Maharathy and aalka mohanty

Rudra Maharathy and aalka mohanty

Advertisment

୨୦୧୯ ସାଧାରଣ ନିର୍ବାଚନରେ  ପ୍ରଦୀପ ମହାରଥୀ (ବିଜେଡି), କିଶୋର ମହାନ୍ତି (ବିଜେଡି), ନବ କିଶୋର ଦାସ (ବିଜେଡି), ବିଜୟ ରଞ୍ଜ ସିଂହ ବରିହା (ବିଜେଡି) ଓ ବିଷ୍ଣୁ ଚରଣ ସେଠୀ (ବିଜେପି) ପ୍ରମୁଖ ବିଧାନସଭାକୁ ବିଜୟୀ ହୋଇଥିଲେ। ହେଲେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେମାନଙ୍କର ପରଲୋକ ହୋଇଯାଇଥିଲା। ଫଳରେ ସେମାନେ ଜିତିଥିବା ଆସନରେ ହୋଇଥିଲା ଉପନିର୍ବାଚନ।

Advertisment

ପିପିଲିରୁ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପ୍ରଦୀପ ମହାରଥୀ ୨୦୧୯ରେ ମଧ୍ୟ ଜିତିଥିଲେ। ତେବେ କାର୍ଯ୍ୟକାଳ ଶେଷ କରିବା ପୂର୍ବରୁ ତାଙ୍କର ପରଲୋକ ହୋଇଯିବାରୁ ୨୦୨୧ରେ ଏହି ଆସନ ପାଇଁ ହୋଇଥିଲା ଉପ-ନିର୍ବାଚନ। ଏଥିରେ ବିଜେଡି ତରଫରୁ ତାଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କରାଯାଇଥିଲା ଓ ୨୦ ହଜାରରୁ ଅଧିକ ଭୋଟ୍‌ରେ ଜିତିଥିଲେ। ହେଲେ ୨୦୨୪ ନିର୍ବାଚନରେ ରୁଦ୍ର ମହାରଥୀ ପରାସ୍ତ ହୋଇଛନ୍ତି। ସେ ୮୪,୧୪୮ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପିର ଆଶ୍ରିତ ପଟ୍ଟନାୟକ ୯୯,୩୧୦ ଖଣ୍ଡ ଭୋଟ୍ ପାଇଥିଲେ। ଅର୍ଥାତ୍ ଆଶ୍ରିତଙ୍କଠାରୁ ସେ ୧୫,୧୬୨ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଛନ୍ତି। ସୂଚନାଯୋଗ୍ୟ, ଗତ ଉପନିର୍ବାଚନରେ ରୁଦ୍ର ମହାରଥୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପରାସ୍ତ କରିଥିଲେ।

୨୦୧୯ରେ ବ୍ରଜରାଜନଗର ବିଧାନସଭା ଆସନରୁ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ କିଶୋର କୁମାର ମହାନ୍ତି। ତାଙ୍କର ପରଲୋକ ପରେ ୨୦୨୨ରେ ଏହି ଆସନରେ ହୋଇଥିବା ଉପନିର୍ବାଚନରେ ତାଙ୍କ ପତ୍ନୀ ଅଳକା ମହାନ୍ତି ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। କିନ୍ତୁ ୨୦୨୪ ସାଧାରଣ ନିର୍ବାଚନରେ ପୁଣି ପ୍ରାର୍ଥୀ ହୋଇଥିବା ଅଳକ ପରାସ୍ତ ହୋଇଛନ୍ତି। ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କଠାରୁ ସେ ୨୬ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ ହୋଇଛନ୍ତି। ସୁରେଶ ପୂଜାରୀ ୮୨,୧୯୯ ଖଣ୍ଡ ଭୋଟ୍ ପାଇଥିବା ବେଳେ ଅଳକା ମହାନ୍ତି ୫୫,୪୧୦ ଖଣ୍ଡ ଭୋଟ୍ ପାଇଛନ୍ତି।

Advertisment

୨୦୧୯ରେ କଂଗ୍ରେସ ଛାଡ଼ି ବିଜେଡି ଟିକେଟରେ ଝାରସୁଗୁଡ଼ା ବିଧାନସଭା ଆସନରୁ ବିଜୟୀ ହୋଇଥିଲେ ନବ କିଶୋର ଦାସ। କିନ୍ତୁ ୨୦୨୩ରେ ତାଙ୍କୁ ହତ୍ୟା କରାଯିବା ପରେ ହୋଇଥିବା ଉପନିର୍ବାଚନରେ ବିଜେଡି ସ୍ୱର୍ଗତ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଥିଲା। ସେ ୪୮ ହଜାରରୁ ଅଧିକ ଭୋଟ୍‌ରେ ଜିତିଥିଲେ। କିନ୍ତୁ ୨୦୨୪ରେ ପୁଣି ପ୍ରାର୍ଥୀ ହୋଇଥିବା ଦୀପାଳି ହାରି ଯାଇଛନ୍ତି। ଦୀପାଳି ୮୯୭୭୨ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ଟଙ୍କଧର ୯୧୧୦୫ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ଗତ ଉପନିର୍ବାଚନରେ ଦୀପାଳଙ୍କଠାରୁ ପରାସ୍ତ ହୋଇଥିଲେ ଟଙ୍କଧର।

ଅନ୍ୟପକ୍ଷରେ ଉପନିର୍ବାଚନ ଲଢ଼ି ବିଜୟୀ ହୋଇଥିବା ସୂର୍ଯ୍ୟବଂଶୀ ସୂରଜ ଓ ବର୍ଷା ସିଂହ ବରିହା ନିର୍ବାଚନରେ ମଧ୍ୟ ବିଜୟୀ ହୋଇଛନ୍ତି। ବିଷ୍ଣୁ ଚରଣ ସେଠୀଙ୍କ ପରଲୋକ ପରେ ୨୦୨୨ରେ ଧାମନଗର ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା। ଏଥିରେ ବିଜେପି ତରଫରୁ ତାଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରାର୍ଥୀ କରାଯାଇଥିଲା। ସେ ଏଥିରେ ବିଜୟୀ ହୋଇଥିଲେ। ଏଥର ବିଧାନସଭା ନିର୍ବାଚନରେ ବିଜେପି ପୁଣି ଥରେ ତାଙ୍କୁ ଧାମନଗର ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା ଓ ସେ ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ସଂଜୟ କୁମାର ଦାସଙ୍କୁ ସେ ୮ ହଜାର ଭୋଟ୍‌ରେ ପରାସ୍ତ କରିଛନ୍ତି।

ସେହିପରି ୨୦୧୯ରେ ପଦ୍ମପୁର ଆସନରୁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଜୟ ରଞ୍ଜନ ସିଂହ ବରିହାଙ୍କ ପରଲୋକ ପରେ ୨୦୨୨ରେ ହୋଇଥିଲା ଉପନିର୍ବାଚନ। ଦଳ ପକ୍ଷରୁ ତାଙ୍କ ଝିଅ ବର୍ଷା ସିଂହ ବରିହା ପ୍ରାର୍ଥୀ ହୋଇଥିଲେ ଓ ବିଜୟୀ ହୋଇଥିଲେ। ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ପୁଣି ଥରେ ତାଙ୍କୁ ପଦ୍ମପୁରରୁ ପ୍ରାର୍ଥୀ କରିଥିଲା। ଆଉ ସେ ବିଜୟୀ ହୋଇଛନ୍ତି। ବର୍ଷା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଗୋବର୍ଦ୍ଧନ ଭୋଇଙ୍କୁ ୧୦,୯୯୩ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି।

BjD State Bjp Election Results Loksabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe