Advertisment

ନିର୍ବାଚନୀ ହିଂସାରେ ଯାଇଥିଲା ଦିଲ୍ଲୀପଙ୍କ ଜୀବନ; ଶପଥ ସମାରୋହକୁ ପରିବାର ନିମନ୍ତ୍ରିତ

ହତ୍ୟା ଘଟଣାରେ SIT ତଦନ୍ତ କରୁଥିବା ବେଳେ ରାଜ୍ୟରେ ନୂଆ ସରକାରକୁ ଭରସା କରିଛନ୍ତି ଦିଲ୍ଲୀପଙ୍କ ପରିବାର।

author-image
Tapaswini Nayak
ଅଦ୍ୟତନ ହୋଇଛି
Dilip Pahan

Dilip Pahan

ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ଯୋଗ ଦେବେ ରାଜନୈତିକ ହିଂସାରେ ପ୍ରାଣ ହାରାଇଥିବା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ର ବିଜେପି କର୍ମୀ ଦିଲ୍ଲୀପ ପାହନଙ୍କ ପରିବାର। ମୃତ ଦିଲ୍ଲୀପଙ୍କ ପରିବାରକୁ ବିଜେପି ପକ୍ଷରୁ ଶପଥ ସମାରୋହରେ ଯୋଗ ଦେବା ପାଇଁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇଛି।

Advertisment

ଚଳିତ ସାଧାରଣ ନିର୍ବାଚନରେ ଖଲ୍ଲିକୋଟରେ ପ୍ରାକ୍ ନିର୍ବାଚନ ହିଂସାକାଣ୍ଡ ଘଟିଥିଲା। ପୋଷ୍ଟର ମାରିବାକୁ କେନ୍ଦ୍ର କରି ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେଡି କର୍ମୀମାନେ ହିଂସାକାଣ୍ଡ ଘଟାଇଥିଲେ।ବିଜେଡି କର୍ମୀମାନଙ୍କ ଆକ୍ରମଣରେ ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ କିଛି ଲୋକ ଆହତ ହୋଇଥିଲେ।

ହତ୍ୟା ଘଟଣାରେ SIT ତଦନ୍ତ କରୁଥିବା ବେଳେ ରାଜ୍ୟରେ ନୂଆ ସରକାରକୁ ଭରସା କରିଛନ୍ତି ଦିଲ୍ଲୀପଙ୍କ ପରିବାର। ଏଥିସହ ଦିଲ୍ଲୀପଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ କିପରି କଠୋର ଦଣ୍ଡ ମିଳିବ ସେନେଇ ସରକାରଙ୍କୁ ଦାବି ଜଣାଇବେ ବୋଲି କହିଛନ୍ତି ଦିଲ୍ଲୀପଙ୍କ ପରିବାର ଲୋକ।

Advertisment
Bhubaneswar State Bjp NewCM