Advertisment

ନବୀନଙ୍କ ବିଲ ବୁଲା ବେଳେ ଚାଷୀଙ୍କ କାନ୍ଦକୁ ନେଇ ଉଠିଲା ପ୍ରଶ୍ନ, ସୋଶାଲ ମିଡିଆରେ କରାଯାଉଛି ଟ୍ରୋଲ

ଯେଉଁ ନବୀନ ମୁଖ୍ୟମନ୍ତ୍ରୀ ପଦରେ ଥିବାବେଳେ ଚାଷୀଙ୍କ ଦୁଃଖ ଶୁଣିବାକୁ ଯାଉ ନଥିଲେ, ଏବେ ହଠାତ୍ ତାଙ୍କର ଚାଷୀ ପ୍ରୀତିକୁ ନେଇ ପ୍ରଶ୍ନ ଉଠିଛି।

Naveen and Farmer

Naveen and Farmer

Advertisment

ନିକଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବିଲ ବୁଲା ବେଳେ ହୋଇଥିଲା କି ଡ୍ରାମା ? ସାଲେପୁରରେ ପ୍ରାୟୋଜିତ ଟୁର୍ କରାଇଥିଲେ କି ସେଠିକାର ବିଜେଡି ନେତା ? ଚାଷୀଙ୍କୁ ଶୁଆ ଭଳି ପାଠ ପଢ଼ାଇ ସୃଷ୍ଟି କରିଥିଲେ କି ଇମୋସନାଲ୍ ନାଟକ ? ଗତ ୩୧ ତାରିଖ ଦିନ କଟକ ଜିଲ୍ଲା ସାଲେପୁରରେ ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କୁ ନବୀନ ଭେଟିବା ବେଳର କିଛି ଦୃଶ୍ୟକୁ ଏବେ ସୋଶାଲ ମିଡିଆରେ ଜୋରଦାର୍ ଟ୍ରୋଲ କରାଯାଉଛି। ଏଥିରେ ଦେଖିବାକୁ ମିଳିଛି- ଯେଉଁ ଚାଷୀ ନବୀନଙ୍କୁ ଭେଟି ଭୋ ଭୋ କାନ୍ଦୁଥିଲେ, ପରେ ସ୍କୁଟିରେ ବସି ହସ ହସ ମୁହଁରେ ଫେରିଥିଲେ।

Advertisment

ଏହି ଚିତ୍ର ଦେଖିବା ପରେ ପ୍ରଶ୍ନ ଆହୁରି ଉଠିଛି- ଦୁଃଖ ଜଣାଇବାକୁ ଚାଷୀ ଜଣଙ୍କ ନିଜ ଆଡୁ ଆସିଥିଲେ ନା ତାଙ୍କୁ ଡାକି ହାକି ଟ୍ରେନିଂ ଦିଆଯାଇ ଅଣା ଯାଇଥିଲା? ନିର୍ବାଚନ ହାରିବା ପରେ ନବୀନଙ୍କ ଇମେଜ୍ ବିଲଡିଂ ପାଇଁ ଇଏ ବିଜେଡିର ନୂଆ ଫଣ୍ଡା ନୁହେଁ ତ? ଯେଉଁ ନବୀନ ମୁଖ୍ୟମନ୍ତ୍ରୀ ପଦରେ ଥିବାବେଳେ ଚାଷୀଙ୍କ ଦୁଃଖ ଶୁଣିବାକୁ ଯାଉ ନଥିଲେ, ଏବେ ହଠାତ୍ ତାଙ୍କର ଚାଷୀ ପ୍ରୀତିକୁ ନେଇ ପ୍ରଶ୍ନ ଉଠିଛି।

ଅନ୍ୟପକ୍ଷରେ ନବୀନଙ୍କୁ ଦେଖି ମୁଣ୍ଡ ପିଟି କାନ୍ଦିଥିବା ଚାଷୀ ଜଣଙ୍କ ହେଉଛନ୍ତି କଟକ ଜିଲ୍ଲା ସାଲେପୁର ଥାନା ଧନୁପଡ଼ା ଗାଁର ପ୍ରଶାନ୍ତ ପରିଜା। ତାଙ୍କ ଭିଡିଓ ଭାଇରାଲ୍ ହେବା ପରେ ସେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ସୋଶାଲ ମିଡିଆରେ ତାଙ୍କୁ ବଦନାମ କରାଯାଉଛି। ସେ ପ୍ରକୃତରେ ଜଣେ ଚାଷୀ। ଭିନ୍ନକ୍ଷମ ହୋଇଥିବାରୁ ସ୍କୁଟିରେ ନଷ୍ଟ ଫସଲକୁ ଧରି ଆସିଥିଲେ।

Advertisment

ପ୍ରଶାନ୍ତଙ୍କ ସପକ୍ଷରେ ବାହାରିଛନ୍ତି କଟକ ଜିଲ୍ଲା ବିଜେଡି ଯୁବ ସଂପାଦକ ବିରଞ୍ଚି ନାରାୟଣ କର। ସେ କହିଛନ୍ତି ଯେ ପ୍ରଶାନ୍ତ ୪/୫ ଏକର ଜମିରେ ଧାନ ଚାଷ କରିଥିଲେ। ତାଙ୍କ ଫସଲ ସଂପୂର୍ଣ୍ଣ ଉଜୁଡ଼ି ଯାଇଛି। ତାଙ୍କର ଖରାପ ସମୟରେ ତାଙ୍କୁ ଟ୍ରୋଲ କରାଯାଉଛି। ଏହା ଠିକ୍ ନୁହେଁ। ଏହା ନିନ୍ଦନୀୟ ଘଟଣା।

ଗୋଟିଏ ପଟେ ନବୀନଙ୍କ ବିଲ ବୁଲା କାର୍ଯ୍ୟକ୍ରମକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଚାଲିଥିବାବେଳେ ଗତକାଲି ପରୋକ୍ଷରେ ବି ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଥିଲେ, ଆଜି ଆଇଭୋରି ଟାୱାରରୁ ବାହାରି ଧୂଳି ଖାଇବାକୁ ବାଧ୍ୟ ହେଉଛନ୍ତି।

Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe