Advertisment

‘ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ ସାର୍; ମୋ ଧାନ କିଣାଯାଉ, ନ ହେଲେ ଆତ୍ମହତ୍ୟା କରିବି’

ସପ୍ତାହକ ମଧ୍ୟରେ ଧାନକୁ ସରକାର ଯଦି ନ କିଣନ୍ତି ଡିଙ୍ଗର ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ସରକାରଙ୍କୁ ଚାଷୀଙ୍କ ଚେତାବନୀ; ମୋ ଧାନ କିଣ, ନ ହେଲେ ଆତ୍ମହତ୍ୟା କରିବି।

ଅଦ୍ୟତନ ହୋଇଛି
Farmer

Farmer

Advertisment

‘ମୋ ଧାନ କିଣାଯାଉ, ନ ହେଲେ ମୁଁ ଆତ୍ମହତ୍ୟା କରିବି।’ ଏମିତି କହି ଜଣେ ଚାଷୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ଚିଠି ଲେଖିଛନ୍ତି। ସପ୍ତାହକ ମଧ୍ୟରେ ଅମଳ ଧାନକୁ ସରକାର ଯଦି ନ କିଣନ୍ତି, ତେବେ ସେ ଆତ୍ମହତ୍ୟା କରିବେ ବୋଲି ସାମ୍ବାଦିକ ସମ୍ମିଳନୀ କରି ଚେତାବନୀ ଦେଇଛନ୍ତି। ସଂପୃକ୍ତ ଚାଷୀ ଜଣକ ହେଲେ ହେଲେ ବଲାଙ୍ଗିର ପାଟଣାଗଡ଼ର ଡିଙ୍ଗର କୁମ୍ଭାର।

Advertisment

ଡିଙ୍ଗର  ନିଜର ୪ ଏକର ଜମିରେ ଧାନ ଚାଷ କରିଥିଲେ। ଭଲ ଧାନ ହୋଇଥିଲା ୮୦ରୁ ୯୦ କୁଇଣ୍ଟାଇ ଧାନ ସେ ଅମଳ କରିଥିଲେ। ଏହି ଧାନକୁ ମଣ୍ଡିରେ ବିକ୍ରି କରିବାକୁ ଟୋକନ କରିଥିଲେ। ଡିସେମ୍ବରରେ ଧାନ ବିକ୍ରି କରିବା ପାଇଁ ଟୋକନରେ ଲେଖିଥିଲେ। ହେଲେ ଏହି ଧାନକୁ ମଣ୍ଡିରେ ବିକ୍ରି କରିବା ପାଇଁ ଆସନ୍ତା ବର୍ଷ ଫେବ୍ରୁୟାରୀ ମାସ ୨୩ ତାରିଖରେ ଟୋକନ ମିଳିଛି। ତେବେ ଏତେଦିନ ପର୍ଯ୍ୟନ୍ତ ଧାରକରଜ କରି ଫଳାଇ ଥିବା ଧାନକୁ କେଉଁଠି ରଖିବି ବୋଲି ଡିଙ୍ଗର ପ୍ରଶ୍ନ କରିଛନ୍ତି। ଗତ ୨ ତାରିଖ ଦିନ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷଙ୍କୁ ଲିଖିତ ଜଣାଇଛନ୍ତି। ଆଉ ସାମ୍ବାଦିକ ସମ୍ମିଳନୀରେ ଆତ୍ମହତ୍ୟାର ଚେତାବନୀ ଦେଇଛନ୍ତି।

ଡିଙ୍ଗର କୁମ୍ଭାର କହିଛନ୍ତି, ମୁଁ କ୍ଷୁଦ୍ର ଓ ଗରିବ ଚାଷୀ। ଧାର ଉଧାର କରି ଚାଷ କରିଛି। ମୁଁ ଧାନ ବିକ୍ରି କରି ସାହୁକାରକୁ ପଇସା ଦେବି। ବଜାରରେ ମିଲରମାନେ ଧାନ କୁଇଣ୍ଟାଲ କମ୍‌ ଟଙ୍କାରେ ନେବେ ବୋଲି କହୁଛନ୍ତି। ମୁଁ ସେମାନଙ୍କୁ ଧାନ ଦେଲେ ମୋj କିଛି ଲାଭ ହେବ ନାହିଁ। ଏହା ସହ ମୁଁ ସାହୁକାରର ପଇସା ସୁଝି ପାରିବିନି। ୧୦ ଦିନ ଭିତରେ ମୋ ଧାନ ମଣ୍ଡିରେ କିଣାଯାଉ ବୋଲି ୨ ତାରିଖ ଦିନ ମୁଁ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷଙ୍କୁ ଲିଖିତ ଜଣାଇଛି। ଡିସେମ୍ବର ୧୫ ତାରିଖ ସୁଦ୍ଧା ମୋ ଧାନ ମଣ୍ଡିରେ ବିକ୍ରି ନ ହେଲେ ମୁଁ ଆତ୍ମହତ୍ୟା କରିବି।

Advertisment

ପାଟଣାଗଡ଼ ଉପ ଜିଲ୍ଲାପାଳ ବିଜୟାନନ୍ଦ ସେଠୀ କହିଛନ୍ତି, ଡିଙ୍ଗର କୁମ୍ଭାର ଦେଇଥିବା ଚିଠି ସରକାରଙ୍କ ପାଖକୁ ପଠାଇ ଦେଇଛୁ। ତାର ଧାନ କିଣିବା ପାଇଁ ସେ ଏହି ଚିଠି ଲେଖିଛି। 

Vk Pandian Cmo Of Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe