Advertisment

ଚାଷୀଙ୍କ ଆନ୍ଦୋଳନ: ଆଲୋଚନା ପାଇଁ ଡାକିଲେ ସରକାର

ସୀମାନ୍ତ ଅଞ୍ଚଳରେ ଚାଷୀଙ୍କୁ ରୋକିବା ପାଇଁ ବଡ଼ବଡ଼ ବ୍ୟାରିକେଡ ସବୁ ଲଗାଯାଇଛି। ତଥାପି ଶତାଧିକ ଚାଷୀ ଦିଲ୍ଲୀ ଚାଲୋ ନାରା ଦେଇ ଆଗକୁ ବଢ଼ିବାରେ ଲାଗିଛନ୍ତି।

Farmer

Farmer

Advertisment

ବିଭିନ୍ନ ଦାବି ନେଇ ପଞ୍ଜାବ ଓ ହରିଆଣାର ଚାଷୀମାନେ ଦିଲ୍ଲୀ ଚାଲୋ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସେମାନଙ୍କୁ ଅଟକାଇବା ପାଇଁ ସରକାରୀ ସ୍ତରରେ ସବୁ ପ୍ରକାରର ବ୍ୟବସ୍ଥା ହୋଇଛି।

Advertisment

ସୀମାନ୍ତ ଅଞ୍ଚଳରେ ଚାଷୀଙ୍କୁ ରୋକିବା ପାଇଁ ବଡ଼ବଡ଼ ବ୍ୟାରିକେଡ ସବୁ ଲଗାଯାଇଛି। ତଥାପି ଶତାଧିକ ଚାଷୀ ଦିଲ୍ଲୀ ଚାଲୋ ନାରା ଦେଇ ଆଗକୁ ବଢ଼ିବାରେ ଲାଗିଛନ୍ତି। ଏହାକୁ ନେଇ ହରିଆଣାର ଶମ୍ଭୁ ସୀମାରେ ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଛି।

ଚାଷୀଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଦିଲ୍ଲୀ ପୁଲିସ ବିରାଟ ସମାବେଶ ଉପରେ ରୋକ ଲଗାଇ ଦେଇଛି। ସୀମାରେ ୧୪୪ ଧାରା ଲାଗୁ କରିଛି। ତଥାପି ଚାଷୀମାନେ ପଛଘୁଞ୍ଚା ଦେବା ମୁଡରେ ନାହାନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟର ଆଇନଗତ ଗ୍ୟାରେଣ୍ଟି ଦାବିରେ ଚାଷୀଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଏହାକୁ ଦେଖି ସରକାର ଆଲୋଚନା ପାଇଁ ଚାଷୀଙ୍କୁ ଡାକିଛନ୍ତି।

Advertisment

କେନ୍ଦ୍ର କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା ବିକ୍ଷୋଭକୁ ଦେଖି କହିଛନ୍ତି ଯେ ସମସ୍ତ ଅଂଶିଦାରଙ୍କ ସହ ଆଲୋଚନା ନ କରି ତରବରିଆ ଭାବେ ଏମଏସ୍‌ପି ସଂକ୍ରାନ୍ତରେ ଆଇନ ଲାଗୁ କରାଯାଇ ପାରିବ ନାହିଁ। ଏ ପ୍ରସଙ୍ଗରେ ଆନ୍ଦୋଳନ କରୁଥିବା ଚାଷୀମାନେ ସରକାରଙ୍କ ସହ ଗଠନମୂଳକ ଆଲୋଚନା ପାଇଁ ଆସନ୍ତୁ।

ଚାଷୀମାନେ ବୁଝିବା ଦରକାର ଯେ କିଛି ତତ୍ତ୍ୱ ନିଜର ରାଜନୀତିକ ଫାଇଦା ପାଇଁ ଆନ୍ଦୋଳନକୁ ବ୍ୟବହାର କରିପାରନ୍ତି। ଏଥିପାଇଁ ଚାଷୀମାନେ ସତର୍କ ଓ ଆଲର୍ଟ ରହିବା ଦରକାର ବୋଲି ଶ୍ରୀ ମୁଣ୍ଡା ପରାମର୍ଶ ଦେଇଛନ୍ତି।

ସେହିପରି ଅନୁରାଗ ଠାକୁର ମଧ୍ୟ ଚାଷୀଙ୍କ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୋଦି ସରକାର ପ୍ରଥମ ଦିନରୁ ଚାଷୀଙ୍କ ଅଧିକାର ସପକ୍ଷରେ ରହିଛନ୍ତି। ଆମେ ଚାଷୀଙ୍କ ପାଇଁ ଅନେକ ଯୋଜନା ଆଣିଛୁ।

ପ୍ରତିଦିନ ନୂଆ ନୂଆ ଦାବି ଉପସ୍ଥାପନ କରାଯାଉଥିବାରୁ ଆନ୍ଦୋଳନ ଫେଲ ମାରୁଛି। ଆମେ ଏକାଠି ବସି କଥା ହେବାକୁ ରାଜି ଅଛୁ। ହିଂସା ଓ ପଥର ମାଡ଼ ଦ୍ୱାରା କିଛି ବି ସମାଧାନ ହେବନି। କେବଳ ଶାନ୍ତି ହିଁ ବିବାଦର ସମାଧାନ କରିପାରିବ ବୋଲି ଶ୍ରୀ ଠାକୁର କହିଛନ୍ତି।

Farmer Farmer Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe