Advertisment

ମେହବୁବା ମୁଫତିଙ୍କ ସହ ମେଣ୍ଟ କରିବେ ଏନସି-କଂଗ୍ରେସ!

ଯଦି ଦରକାର ପଡ଼ିବ, ତା’ହେଲେ ଏନସି-କଂଗ୍ରେସ ମେହବୁବା ମୁଫତିଙ୍କ ସହ ମେଣ୍ଟ କରିବାକୁ ପଛାଇବେ ନାହିଁ ବୋଲି ଏନସିର ସଭାପତି ଫାରୁକ ଅବଦୁଲ୍ଲା କହିଛନ୍ତି।

author-image
Hemant Lenka
NC

NC

ରାତି ପାହିଲେ ହରିୟାଣା ସହ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହେବ। ଏକଜିଟ ପୋଲ କହିଛି ଯେ ହରିୟାଣାରେ କଂଗ୍ରେସ ଶାସନକୁ ୧୦ ବର୍ଷ ପରେ ‍ଫେରିବ। କିନ୍ତୁ ଜମ୍ମୁ-କଶ୍ମୀରରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିବ ନାହିଁ।

Advertisment

ନ୍ୟାଶନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟ ଜମ୍ମୁ-କଶ୍ମୀରରରେ ସର୍ବାଧିକ ଆସନ ଜିତିବାକୁ ଥିବା ବେଳେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରିପାରିବ ନାହିଁ। ଏପରି ସ୍ଥିତିରେ ମେହବୁବା ମୁଫତିଙ୍କ ପିଡିପି କିଙ୍ଗ ମେକର ସାଜିପାରେ।

ନିର୍ବାଚନ ପୂର୍ବରୁ ମତ ପାର୍ଥକ୍ୟ ଯୋଗୁ ଏନସି-କଂଗ୍ରେସ ସହ ପିଡିପିର ମେଣ୍ଟ ହୋଇ ନଥିଲା। କିନ୍ତୁ ଏକଜିଟ ପୋଲ ଝୁଲା ବିଧାନସଭାର ସଙ୍କେତ ଦେଇଥିବାରୁ ଏନସି-କଂଗ୍ରେସ ଜମ୍ମୁ-କଶ୍ମୀରରେ ପିଡିପି ସହ ମେଣ୍ଟ କରିବେ ବୋଲି ସଙ୍କେତ ମିଳିଛି।

Advertisment

ଯଦି ଦରକାର ପଡ଼ିବ, ତା’ହେଲେ ଏନସି-କଂଗ୍ରେସ ମେହବୁବା ମୁଫତିଙ୍କ ସହ ମେଣ୍ଟ କରିବାକୁ ପଛାଇବେ ନାହିଁ ବୋଲି ଏନସିର ସଭାପତି ଫାରୁକ ଅବଦୁଲ୍ଲା କହିଛନ୍ତି।

ସମ୍ଭାବ୍ୟ ମେଣ୍ଟ ସମ୍ପର୍କରେ ସେ କହିଛନ୍ତି ବେକାରୀ ଓ ଜମ୍ମୁ-କଶ୍ମୀରରେ ପ୍ରେସ ସ୍ୱାଧୀନତା ପ୍ରସଙ୍ଗରେ କଂଗ୍ରେସ ଓ ଏନସି ନିଶ୍ଚିତ ଭାବେ ପିଡିପିକୁ ନିଜ ସହ ସାମିଲ କରିପାରନ୍ତି।

ଦରକାର ପଡ଼ିଲେ କ’ଣ ଏନସି ଓ କଂଗ୍ରେସ ଉପତ୍ୟକାରେ ପିଡିପିର ସମର୍ଥନ ନେବେ କି ପ୍ରଶ୍ନରେ ଫାରୁକ କହିଛନ୍ତି ଯେ କାହିଁକି ନୁହେଁ?

ସେ କହିଛନ୍ତି, “ଏହା କେମିତି ଗୁରୁତ୍ୱ ରଖିବ? ରାଜ୍ୟବାସୀଙ୍କ ଜୀବନକୁ ପରିବର୍ତ୍ତନ କରିବା, ବେକାରୀ ସମସ୍ୟାକୁ ହଟାଇବା ଓ ୧୦ ବର୍ଷ ଧରି ଜାରି ରହିଥିବା ସମସ୍ତ ବ୍ୟଥାକୁ ଦୂର କରିବା ଭଳି ପ୍ରସଙ୍ଗରେ ଯଦି ଆମେ ସମସ୍ତେ କାମ କରିବୁ, ତା’ହେଲେ ମେଣ୍ଟ କରିବାରେ ଅସୁବିଧା କିଛି ନାହିଁ।

ପ୍ରଥମ କଥା ହେଲା, ପ୍ରେସ ସ୍ୱାଧୀନତାକୁ ପୁନଃ ସ୍ଥାପିତ କରିବା। କ’ଣ ସତ ଓ କ’ଣ ମିଛ, ସେକଥା କହିବାର ଅଧିକାର ଆମ ସମସ୍ତଙ୍କର ରହିବା ଉଚିତ। ଆମେ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ହୋଇପାରୁ। କିନ୍ତୁ ପିଡିପି ସହ ମେଣ୍ଟ କରିବାରେ ମୋର କୌଣସି ଆପତ୍ତି ନାହି। କଂଗ୍ରେସର ମଧ୍ୟ କୌଣସି ଆପତ୍ତି ରହିବ ନାହିଁ ବୋଲି ମୁଁ ନିଶ୍ଚିତ।”

ଅନ୍ୟପକ୍ଷରେ ଫାରୁକ ଅବଦୁଲ୍ଲାରଙ୍କ ପୁଅ ଓମାର ଅବୁଲ୍ଲା ପିଡିପି ସହ ମେଣ୍ଟ କେବଳ ଏକ ଆଗୁଆ ଆକଳନ କରିବା ଛଡ଼ା କିଛି ନୁହେଁ ବୋଲି କହିଛନ୍ତି।

Jammu Kashmir Farooq Abdullah Jammu Kashmir Assembly Election