Advertisment

କୌରବ ଓ ପାଣ୍ଡବଙ୍କ ମଧ୍ୟରେ ଲଢ଼େଇ ଚାଲିଛି: କାହିଁକି ଏମିତି କହିଲେ ଦେବେନ୍ଦ୍ର ଫଡନାଭିସ୍‌?

ଲୋକମାନଙ୍କୁ ପାଣ୍ଡବ ସେନା ଓ କୌରବ ସେନା ମଧ୍ୟରୁ ଜଣଙ୍କୁ ନିର୍ବାଚନରେ ଭୋଟ ଦେବାକୁ ଆହ୍ୱାନ ଦେଇଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Devendra Fadnavis

Devendra Fadnavis

ଦେଶରେ ଲୋକସଭା ନିର୍ବାଚନ ଚାଲିଥିବା ବେଳେ ବଡ଼ ବୟାନ ଦେଇଛନ୍ତି ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ। ସେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ପାଣ୍ଡବ ସେନା କହିଥିବା ବେଳେ ବିରୋଧ ମେଣ୍ଟ ଇଣ୍ଡିଆକୁ କୌରବ ସେନା ଭାବେ ଅବିହିତ କରିଛନ୍ତି। ଏଥିସହ ଲୋକମାନଙ୍କୁ ପାଣ୍ଡବ ସେନା ଓ କୌରବ ସେନା ମଧ୍ୟରୁ ଜଣଙ୍କୁ ନିର୍ବାଚନରେ ଭୋଟ ଦେବାକୁ ଆହ୍ୱାନ ଦେଇଛନ୍ତି।

Advertisment

ଥାନେର ମୁରବାଦରେ ଆୟୋଜିତ ନିର୍ବାଚନ ରାଲିରେ ପଡନାଗିସ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ସେ କହିଛନ୍ତି, “ଗୋଟିଏ ପଟେ ଆମ ପାଖରେ ବିକାଶ ପୁରୁଷ ନରେନ୍ଦ୍ର ମୋଦି ରହିଛନ୍ତି। ସେ ଆମର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ।

ଅନ୍ୟପଟେ ରାହୁଲ ଗାନ୍ଧିଙ୍କ ପାଖରେ ପୋପଟଲାଲ(ସଞ୍ଜୟ ରାଉତ) ଭଳି ଲୋକ ରହିଛନ୍ତି। ଉକ୍ତ ବ୍ୟକ୍ତି ଜଣଙ୍କ ଟିଭି ସିରିଏଲ ଭଳି ବୟାନ ଦେଉଛନ୍ତି। ସେତେ ଯେମିତି ସେମାନେ ୫ ବର୍ଷରେ ୫ ଜଣଙ୍କୁ ପ୍ରଧାନମନ୍ତ୍ରୀ କରିବେ। ଏହା ପ୍ରଧରନମନ୍ତ୍ରୀ ପଦ ନା ଗୋଟିଏ ମ୍ୟୁଜିକାଲ ଚେୟାର ପ୍ରତିଯୋଗିତା?”

Advertisment

ଫଡନାଭିସ ଏଠାରେ ବିଜେପିର ଭିୱାଣ୍ଡି ଲୋକସଭା ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ କପିଲ ପାଟିଲଙ୍କ ପ୍ରଚାର କରିବା ପରେ ପାଣ୍ଡବ ଓ କୌରବ କାର୍ଡ ଖେଳିଛନ୍ତି।

ଭିୱାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳରେ ଥିବା କଲ୍ୟାଣ-ମୁରବାଦ ରେଳ ଲାଇନ ତିଆରି ବିଳମ୍ବ ହେବା ପଛରେ ପୂର୍ବରୁ କ୍ଷମତାରେ ଥିବା ଏମଭିଏ ସରକାର ଦାୟୀ ବୋଲି ମଧ୍ୟ ଫଡନାଭିସ ଅଭିଯୋଗ କରିଛନ୍ତି।

ପୂର୍ବରୁ କ୍ଷମତାରେ ଥିବା ସରକାର କେନ୍ଦ୍ରକୁ ଚିଠି ଲେଖି ପାଣ୍ଠି ଦେବାକୁ ମନା କରି ଦେଇଥିଲା। ବିରୋଧୀ ଦଳ ନେତା ଭାବେ ଫଡନାଭିସ ଏହାକୁ ବିରୋଧ କରିଥିଲେ ବୋଲି ଦାବି କରିଛନ୍ତି।

Devendra Fadnavis Maharashtra Maharashtra Politics