ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଥିବା ବେଳେ କିଛି ସ୍ଥାନରେ ହିଂସାକାଣ୍ଡ ଘଟିଥିବା ଦେଖିବାକୁ ମିଳିଥିଲା। ଗଞ୍ଜାମ ଜିଲ୍ଲାର ଚିକିଟି ନିର୍ବାଚନ ମଣ୍ଡଳୀର ଚିକିଟି ଏନଏସି ଅନ୍ତର୍ଗତ କରବାଲୁଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬୪ ଓ ୬୫ ନମ୍ବର ବୁଥ୍ରେ ବୁଥ ରିଗିଂକୁ ନେଇ ଗଣ୍ଡଗୋଳ ହୋଇଥିଲା।
ଭୋଟ୍ ଗ୍ରହଣ ଚାଲିଥିବା ବେଳେ ଅପରାହ୍ନ ପ୍ରାୟ ୫ଟା ବେଳେ ୬୫ ନମ୍ବର ବୁଥ ଭିତରେ ମାରପିଟ ଆରମ୍ଭ ହୋଇଥିଲା । ପ୍ରବଳ ପାଟିତୁଣ୍ଡ ସହିତ ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲେ।
Also Read
ବୁଥ୍ ଭିତରେ ମାରପିଟ ଚାଲିଥିବା ବେଳେ ଭିଡିଓ ନକରିବାକୁ କହି କିଛି ଲୋକ ଓଟିଭି ଟିମକୁ ଠେଲାପେଲା ମଧ୍ୟ କରିଥିଲେ। ପୁଲିସ ପହଞ୍ଚିବା ପରେ ଗଣ୍ଡଗୋଳକାରୀ ମାନେ ଫେରାର ହୋଇଯାଇଥିଲେ। ଏହି ସମାନ ବୁଥ୍ରେ ସକାଳେ ମଧ୍ୟ ପ୍ରବଳ ଗଣ୍ଡଗୋଳ ଘଟିଥିଲା ଓ ଏକାଧିକ ଲୋକ ଆହତ ହୋଇଥିଲେ।
ସୂଚନାଯୋଗ୍ୟ, ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ଏକ ବୁଥ୍ରେ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ଅଶୋକଙ୍କ ‘ଧର୍ମପଦ’ ଉପାଖ୍ୟାନ: ବିଜେଡିକୁ ସୁଦୃଢ଼ ପାଇଁ ଦେଲେ ଗୁରୁମନ୍ତ୍ର, ବ୍ୟକ୍ତିଗତ ମତ କହି ସଞ୍ଜୟଙ୍କ ବିରୋଧ
ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଅଶୋକ ଚନ୍ଦ୍ର ପଣ୍ଡା ତାଙ୍କ ଦଳ ବିଜେଡିକୁ ସୁଦୃଢ଼ କରିବାର ଗୁରୁମନ୍ତ୍ର ଦେଇଛନ୍ତି । ହୋଲି ପାଳନ ଅବସରରେ ଗଣମାଧ୍ୟମକୁ ଯେଉଁ ବୟାନ ଦେଇଛନ୍ତି ତାହା ସେ ନବୀନ ନିବାସକୁ ମଧ୍ୟ ଜଣାଇଥିବା ସ୍ପଷ୍ଟ କରିଛନ୍ତି । ଶ୍ରୀ ପଣ୍ଡା ‘ଧର୍ମପଦର ତ୍ୟାଗ’ର ଉଦାହରଣ ଦେଇ କହିଛନ୍ତି ଯେ, ବାରଶହ ବଢ଼େଇରେ ଦାୟ ନା ପୁଅରେ ଦାୟ’ ।

Politics
ବିଜେଡିରେ ବଢ଼ିଲାଣି ବବିଙ୍କ ମାମଲାତି: ଦେବୀ ‘ଶିଶୁପାଳ’, ପ୍ରତାପ‘ସାରଥୀ’, ହଜାରିବାଗରେ ହାଜିରା
ଦେବୀଙ୍କ ଅଜାଣତରେ ତାଙ୍କ ଜିଲ୍ଲା କଟକରେ ଓ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଗୋଚରରେ ତାଙ୍କ ଜିଲ୍ଲା ସମ୍ବଲପୁରରେ ସାଂଗଠନିକ ନିର୍ବାଚନ ପାଇଁ ‘ଜିଲ୍ଲା ରିଟର୍ଣ୍ଣିଂ ଅଫିସର’ ନିଯୁକ୍ତି ଦିଆଯିବା ସିଧାସଳଖ ଏହି ନେତାମାନଙ୍କୁ ନିଜ ସଂଗଠନରେ ‘ଶିଶୁପାଳ’ ଭୂମିକାରେ ଅବତୀର୍ଣ୍ଣ କରାଇ ଦେଇଥିବା ଚର୍ଚ୍ଚା ହେଲାଣି ।

Politics
ରାଜା ଚକ୍ର ଗିରଫ: କ୍ରାଇମବ୍ରାଞ୍ଚ ଦେଲା କଳାଚିଠାର ତାଲିକା, ବଢ଼ିଲା ବିଜେଡିର ପ୍ରଭାବଶାଳୀଙ୍କ ଅଡ଼ୁଆ
ରାଜାଙ୍କ ଗିରଫ ପରେ ଘସିପୁରା ବିଧାୟକ ତଥା ରାଜାଙ୍କୁ ରାଜନୀତିକୁ ଆଣିଥିବା ବଦ୍ରିନାରାୟଣ ପାତ୍ରଙ୍କ ବୟାନ ବେଶ୍ ଗୁରୁତ୍ୱ ବହନ କରୁଛି । ବଦ୍ରି କହିଛନ୍ତି ଯେ ରାଜା ଚକ୍ରଙ୍କ କଥାରେ ତତ୍କାଳୀନ ଜିଲ୍ଲାପାଳ ଓ ଏସପି କାମ କରୁଥିଲେ । ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ।
Politics
ବିଧାନସଭାରେ କଳଙ୍କିତ ଅଧ୍ୟାୟ: ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି, ତାରା ନିଲମ୍ବିତ
ଓଡ଼ିଶାରେ ମିଶିବା ଏକ ଐତିହାସିକ ଭୁଲ୍ ବୋଲି କହି ରାଜ୍ୟ ବିଭାଜନ ବୟାନ ଦେଇଥିବା ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଆଜି ୪ଦିନ ପରେ ପୁଣିଥରେ ମୁହଁ ଖୋଲିଛନ୍ତି । ସେ ତାଙ୍କର ଆଭିମୁଖ୍ୟରେ ଅଟଳ ଅଛନ୍ତି ଓ ମତ ପରିବର୍ତ୍ତନ କରିବେ ନାହିଁ ବୋଲି ଆଜି ରୋକଠୋକ୍ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି ।

Politics
ମୁଖ୍ୟମନ୍ତ୍ରୀଙ୍କୁ କିଏ କରୁଛି ବଦନାମ: ବିଧାନସଭାରେ ଗୃହ ବିଭାଗର ଦାୟିତ୍ୱହୀନ ଉତ୍ତରକୁ ନେଇ ଚର୍ଚ୍ଚା
ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ବିଧାନସଭାରେ ଗୃହବିଭାଗ ଯେଉଁ ଲିଖିତ ଉତ୍ତର ରଖୁଛି ତାକୁ ପ୍ରସ୍ତୁତ କରୁଛି କିଏ? ବିଧାନସଭା ଭଳି ପବିତ୍ର ଗୃହରେ ଏଭଳି ଦାୟିତ୍ୱହୀନ ଓ ଅରୁଚିକର ଲିଖିତ ଉତ୍ତର ରଖିବାକୁ ପ୍ରଶାସନିକ କଳ ସାହାସ ଜୁଟାଉଛି କେମିତି?