Advertisment

୪ ଲୋକସଭା ଓ ୨୮ ବିଧାନସଭା ପାଇଁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ: ପୁରୁଷଙ୍କ ତୁଳନାରେ ଅଧିକ ମହିଳା ଭୋଟର

ଏଥିରେ ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ ୯୧,୫୨୮ ଅଧିକ ରହିଛି

ଅଦ୍ୟତନ ହୋଇଛି
Voter List

Voter List

Advertisment

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟର ୪ଟି ଲୋକସଭା ଓ ୨୮ଟି ବିଧାନସଭାରେ ହେବାକୁ ଥିବା ନିର୍ବାଚନରେ ମୋଟ ୬୨ଲକ୍ଷ ୮୪ହଜାର ୬୪୯ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ମାତ୍ର ଏଥିରେ ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ ୯୧,୫୨୮ ଅଧିକ ରହିଛି । ସୁରକ୍ଷା ଦୃଷ୍ଟିରୁ କେତେକ ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ସମୟକୁ ଅପରାହ୍ନ ୪ଟା ଓ ୫ଟା ପର୍ଯ୍ୟନ୍ତ କରାଯାଇଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଶିଶୁ ଓ ବୟସ୍କ ବ୍ୟକ୍ତିମମାନଙ୍କୁ ନେଇ ର‌୍ୟାଲି ଓ ରୋଡ୍ ଶୋ’ ନକରିବା ପାଇଁ ପରାମର୍ଶ ଦିଆଯାଇଛି।

Advertisment

ଆଜି ଏସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ନିର୍ବାଚନକୁ ମୁକ୍ତ,ଅବାଧ, ନିରପେକ୍ଷ,ତ୍ରୁଟିଶୂନ୍ୟ ଓ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ନିମନ୍ତେ ସବୁ ରାଜନୀତିକ ଦଳଗୁଡ଼ିକର ସହଯୋଗ ଲୋଡ଼ାଯାଇଛି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା କଳାହାଣ୍ଡି, ବ୍ରହ୍ମପୁର, ନବରଙ୍ଗପୁର ଓ କୋରାପୁଟ ସମେତ ଏହା ଅନ୍ତର୍ଗତ ସମସ୍ତ ୨୮ଟି ବିଧାନସଭାରେ ଆସନ୍ତା ମେ’ ୧୩ତାରିଖରେ ମତଦାନ ହେବ । ଏଥିପାଇଁ ଆଜିଠୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ଏହା ୨୫ତାରିଖ ପର୍ଯ୍ୟନ୍ତ ଚାଲିବ । ଏପ୍ରିଲ ୨୬ରେ ନାମାଙ୍କନ ପତ୍ର ଯାଂଚ, ୨୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଏହି ୪ଟି ଲୋକସଭା ଆସନରେ ମୋଟ ୭୨୮୯ ମତଦାନ କେନ୍ଦ୍ର ଖୋଲାଯାଇଛି । ମାର୍ଚ୍ଚ ୧୬ରୁ ଆଜିସୁଦ୍ଧା ଏହି ୪ ଲୋକସଭା ନିର୍ବାଚନମଣ୍ଡଳୀରୁ ୫୮୭ଟି ଅଭିଯୋଗ ଆସିଛି ଓ ୫୮୨ଟି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୩୦.୩୭କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଛି।

କଳାହାଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀରେ ମୋଟ ୧୭ଲକ୍ଷ ୨୧୯ଜଣ ଭୋଟର ଥିବାବେଳେ ସେଥିରେ ୧୮ରୁ ୨୯ବର୍ଷ ବୟସ ମଧ୍ୟରେ ୪,୩୫,୧୫୯ଜଣ ଭୋଟର ଅଛନ୍ତି । ସେହିପରି ନବରଙ୍ଗପୁର ଲୋକସଭା ମଣ୍ଡଳୀରେ ମୋଟ ୧୫ଲକ୍ଷ ୧୩ହଜାର ୭୫୬ଜଣ ଭୋଟର ଥିବାବେଳେ ୧୮ରୁ ୨୯ବର୍ଷ ବୟସ ମଧ୍ୟରେ ୪ଲକ୍ଷ ୩୭ହଜାର ୨୧୯ଜଣ ଅଛନ୍ତି । ବ୍ରହ୍ମପୁର ନିର୍ବାଚନମଣ୍ଡଳୀରେ ମୋଟ ୧୫.୯୦ଲକ୍ଷ ଭୋଟର ଥିବାବେଳେ କୋରାପୁଟରେ ୧୪.୮୦ଲକ୍ଷ ଭୋଟର ଅଛନ୍ତି । ଏହି ୪ ନିର୍ବାଚନ ମଣ୍ଡଳୀରେ ମୋଟ ୬୨ଲକ୍ଷ ୮୪ହଜାର ୬୪୯ଜଣ ଭୋଟର ଥିବାବେଳେ ସେଥିରେ ମହିଳା ଭୋଟରଙ୍କ ସଂଖ୍ୟା ୩୧,୮୭,୭୭୧ଜଣ ଓ ପୁରୁଷ ଭୋଟରଙ୍କ ସଂଖ୍ୟା ୩୦,୯୬,୨୪୩ । ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ୬୩୫ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

Advertisment
Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe