Advertisment

ବିଶାଲ ଦାସଙ୍କ ସମେତ ୧୪ ଜଣଙ୍କ ନାଁରେ ମାମଲା

ଆଇଜି କହିଥିଲେ, ନିଖୋଜ ମାମଲାର ଚାଲିଛି ଖୋଳତାଡ଼। ଏହାର କିଛି ଘଣ୍ଟା ପରେ ଅର୍ଥାତ ବିଳମ୍ବିତ ରାତିରେ କେତେକ ସରପଞ୍ଚ, ସମିତି ସଭ୍ୟ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ସରାଇପାଲିର ହୋଟେଲରେ ଥିବା ବେଳେ ନିଜେ ସମର୍ଥକଙ୍କ ସହ ପହଞ୍ଚିଥିଲେ ବିଶାଲ ଦାସ।

BJD

BJD

Advertisment

ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍ ନେଇ ଝାରସୁଗୁଡ଼ାରେ ରାଜନୈତିକ ହଟଚମଟ। ବିତିଗଲା ୨୪ ଘଣ୍ଟା। ଚାଲିଲା ହାଇଡ୍ରାମା। ଅନାସ୍ଥା ଭୋଟ୍‌ ପାଇଁ ନା କେହି ଆସିଲେ ନା ଭୋଟ୍ ପଡ଼ିଲା ଅନାସ୍ଥା ସପକ୍ଷରେ। ଶେଷରେ ବର୍ଷକ ପାଇଁ ଠପ୍ ହୋଇଗଲା ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ବିରୋଧରେ ଅନାସ୍ଥା ଭୋଟିଂ। କେବଳ ଏତିକି ନୁହେଁ, ସମିତି ସଭ୍ୟ ଓ ସରପଞ୍ଚ ନିଖୋଜ ଏବଂ ଛତିଶଗଡ଼ ସରାଇପାଲି ସ୍ଥିତ ଏକ ହୋଟେଲରେ ଗଣ୍ଡଗୋଳ ଘଟଣାରେ BNS ଧାରା ୩୩୧ (୪) ଓ ୧୯୧ (୨)ରେ ଛତିଶଗଡ଼ ପୁଲିସ ମାମଲା ରୁଜୁ କରିବା ସହ BNS ୩୫/ବିରେ ନୋଟିସ କରି ଛାଡ଼ିଛି ବିଶାଲ ଦାସଙ୍କ ସହ ୧୪ ଜଣଙ୍କୁ।

Advertisment

ହୋଟେଲ୍ କର୍ତ୍ତୃପକ୍ଷଙ୍କ ଏତଲା ଅନୁସାରେ ଗତ ୯ ତାରିଖ ରାତିରେ ୯ଟି ରୁମ୍ ବୁକ କରାଯାଇଥିଲା। ବିଳମ୍ବିତ ରାତିରେ ବାହାରୁ ହୋଟେଲର ସଟର ଭାଙ୍ଗିବାକୁ ଉଦ୍ୟମ ଓ ପାଟିତୁଣ୍ଡ କରିବାରୁ ମ୍ୟାନେଜର ପୁଲିସକୁ ଜଣାଇଥିଲେ। ଏହି ଘଟଣାରେ ପୁଲିସ ବିଶାଲଙ୍କ ସମେତ ୧୩ ଜଣଙ୍କ ନାଁରେ ଓ ଅନ୍ୟପ୍ରାୟ ୧୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

ତେବେ ପ୍ରଶ୍ନ ଉଠୁଛି କିରମିରା ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଆଜି ଅନାସ୍ଥା ଭୋଟ୍ ଥିବା ବେଳେ କିଛି ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଧରି କାହିଁକି ଛତିଶଗଡ଼ ଯାଇଥିଲେ ବିଶାଲ ଦାସ? ଲଇକେରା ଥାନାରେ ଅନ୍‌ଲାଇନରେ ହୋଇଥିବା ଏକ ଅଭିଯୋଗକୁ ନେଇ ବଢ଼ିଛି ଚର୍ଚ୍ଚା। ୩ ସମିତି ସଭ୍ୟ ଓ ଜଣେ ସରପଞ୍ଚଙ୍କ ସଂପର୍କୀୟ ଅଭିଯୋଗରେ ଦର୍ଶାଇଥିଲେ, ଜଣେ ସମିତି ସଭ୍ୟଙ୍କ ସହ ୪ ଜଣ ନିଖୋଜ ଅଛନ୍ତି। ଏହାପରେ ପୁଲିସ ୯ ତାରିଖରେ ଝାରସୁଗୁଡ଼ା ଓ ସମ୍ବଲପୁରର ବିଭିନ୍ନ ଜାଗାରେ ଚଢ଼ଉ କରିଥିଲା। ଏମିତିକି ବିଶାଲଙ୍କ ହୋଟେଲରେ ଗୁରୁବାର ପହଞ୍ଚିଥିଲା ପୁଲିସ।

Advertisment

ଗୁରୁବାର ଉତ୍ତରାଞ୍ଚଳ ପୁଲିସ୍ ଆଇଜିଙ୍କୁ ଭେଟି ନିଜେ ବିଶାଲ ଦାସ ମଧ୍ୟ ସୁରକ୍ଷା ଲୋଡ଼ିଥିଲେ। ଆଇଜି ମଧ୍ୟ କହିଥିଲେ, ନିଖୋଜ ମାମଲାର ଚାଲିଛି ଖୋଳତାଡ଼। ଏହାର କିଛି ଘଣ୍ଟା ପରେ ଅର୍ଥାତ ବିଳମ୍ବିତ ରାତିରେ କେତେକ ସରପଞ୍ଚ, ସମିତି ସଭ୍ୟ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ସରାଇପାଲିର ହୋଟେଲରେ ଥିବା ବେଳେ ନିଜେ ସମର୍ଥକଙ୍କ ସହ ପହଞ୍ଚିଥିଲେ ବିଶାଲ ଦାସ। ଏପଟେ ନିଖୋଜ ମାମଲାକୁ ଧରି ଲଇକେରାରୁ ପୁଲିସ ମଧ୍ୟ ପହଞ୍ଚିଥିଲା ସରାଇପାଲିରେ। କିଛି ସମୟ ପରେ ସାମ୍ନାକୁ ଆସିଲା ସରାଇପାଲି ଥାନାରେ ସମର୍ଥକଙ୍କ ସହ ବିଶାଲ ଦାସଙ୍କ ଅଟକ ଭିଡ଼ିଓ। ଏହାକୁ ନେଇ ତେଜିଥିଲା ରାଜନୈତକ ବୟାନବାଜି। ସେମାନଙ୍କୁ ଛାଡ଼ିବା ଦାବି ନେଇ ସମର୍ଥକଙ୍କୁ ଧରି ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ବିଶାଲଙ୍କ ଭଉଣୀ ଦୀପାଳି ଦାସ।

ତେବେ କାହିଁକି କିଛି ସରପଞ୍ଚ ଓ ସମିତି ସଭ୍ୟଙ୍କୁ ନିଜ କବଜାରେ ରଖି ବୁଲାଉଥିଲେ ବିଶାଲ ଦାସ? ଅନାସ୍ଥା ଭୋଟିଂ ପରାଜୟ ଭୟରେ ଛତିଶଗଡ଼ ନେଇଯାଇଥିଲେ କି ପଞ୍ଚାୟତ ପ୍ରତିନିଧିଙ୍କୁ? ଚର୍ଚ୍ଚା ହେଉଛି, କିରିମିରା ବ୍ଲକ୍‌ ଚେୟାରମ୍ୟାନଙ୍କ ସମର୍ଥନ ନ ମିଳିବାରୁ ଗତ ବିଧାନସଭା ନିର୍ବାଚନରେ ହାରିଥିଲେ ଦୀପାଳି ଦାସ। ଆଉ ସେଇଠୁ ଆରମ୍ଭ ହୋଇଥିଲା ପ୍ରତିଶୋଧ ପରାୟଣ ରାଜନୀତି। ସେଦିନଠୁ ବ୍ଲକ୍‌ ଚେୟାରପର୍ସନ ପଦରୁ କୃଷ୍ଣପ୍ରିୟା ସାହୁଙ୍କୁ ହଟାଇବାକୁ ତିଆରି କରିଥିଲେ ଅନାସ୍ଥା ଷଡ଼ଯନ୍ତ୍ର।

ଆଉ ଖିଅ ଖୋଜୁଥିବା ଦୀପାଳି ୧୨ ସମିତି ସଭ୍ୟଙ୍କୁ ୪ ମାସ ଧରି ବୁଲାଉଥିଲେ। ଶେଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ବଳରେ ଆଜି ଅନାସ୍ଥା ଭୋଟ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ କୌଣସି ସରପଞ୍ଚ କି ସମିତି ସଭ୍ୟ ନଆସିବାରୁ ନାଟକୀୟ ଢଙ୍ଗରେ ବର୍ଷେ ପାଇଁ ଘୁଞ୍ଚିଯାଇଛି ଭୋଟିଂ।

BjD Jharsuguda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe