Advertisment

ଥାନାକୁ ଗଲା ବାଲେଶ୍ୱର BJD ଗୋଷ୍ଠୀ କନ୍ଦଳ, ଏତଲା ଦେଲେ କାଉନ୍‌ସିଲର

ମଞ୍ଚକୁ ପାଣ୍ଡିଆନ୍‌ ଆସିବା ପୂର୍ବରୁ ବାଲେଶ୍ୱର ସଦର ବିଧାୟକ ସ୍ୱରୁପ ଦାସ ଓ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ଗୋଷ୍ଠୀ ଶକ୍ତି ପ୍ରଦର୍ଶନ କରିଥିଲେ। ବିଧାୟକଙ୍କ ସମର୍ଥକମାନେ ପ୍ରଥମେ ଯାଇ ସଭାରେ ବସି ଯାଇଥିଲେ।

ଅଦ୍ୟତନ ହୋଇଛି
BJD

Balasore

Advertisment

ବାଲେଶ୍ୱର ବିଜେଡି ଗୋଷ୍ଠୀ କନ୍ଦଳ ବଢ଼ିବାରେ ଲାଗିଲା। ସଭାରେ ଠେଲାପେଲା ନେଇ ସହଦେବଖୁଣ୍ଟା ଥାନାରେ ଏତଲା ଦେଲେ ପୂର୍ବତନ ସାଂସଦ ଗୋଷ୍ଠୀ। ବିଧାୟକଙ୍କ ଗୋଷ୍ଠୀ ନାଁରେ ଏତଲା ଦିଆଯାଇଛି। ଏଫ୍‌ଆଇଆର୍‌ ଦେଇଛନ୍ତି କାଉନସିଲର ରଂଜିତା ମହାପାତ୍ର। 5-T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌ ଆସିବା ପୂର୍ବରୁ ସଭାରେ ରଞ୍ଜିତା ମହାପାତ୍ର ଓ ତାଙ୍କ ସମର୍ଥକଙ୍କୁ ଠେଲାପେଲା ଏବଂ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ଏଫ୍‌ଆଇଆର୍‌ ନେଇ କାଉନ୍‌ସିଲର ରଞ୍ଜିତା ମହାପାତ୍ର କିଛି କହିବାକୁ ମନା କରିଦେଇଛନ୍ତି।

Advertisment

ଗତ ଶନିବାର 5-T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌ ବାଲେଶ୍ୱର ଗସ୍ତରେ ଯାଇଥିଲେ। ପାଣ୍ଡିଆନ୍‌ଙ୍କ ପାଇଁ ବାଲେଶ୍ୱର ମିଶନ୍‌ ହାଇସ୍କୁଲ ପଡ଼ିଆରେ ଆୟୋଜନ କରାଯାଇଥିଲା ଭବ୍ୟ ସଭା। ମଞ୍ଚକୁ ପାଣ୍ଡିଆନ୍‌ ଆସିବା ପୂର୍ବରୁ ବାଲେଶ୍ୱର ସଦର ବିଧାୟକ ସ୍ୱରୁପ ଦାସ ଓ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ଗୋଷ୍ଠୀ ଶକ୍ତି ପ୍ରଦର୍ଶନ କରିଥିଲେ। ବିଧାୟକଙ୍କ ସମର୍ଥକମାନେ ପ୍ରଥମେ ଯାଇ ସଭାରେ ବସି ଯାଇଥିଲେ। ପରେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ସମର୍ଥନ କୁହାଯାଉଥିବା କାଉନସିଲର ରଂଜିତା ମହାପାତ୍ର ଓ ତାଙ୍କ ସମର୍ଥକମାନେ ବସିବା ପାଇଁ ଯାଇଥିଲେ।

ହେଲେ ସେତେବେଳକୁ ସେମାନଙ୍କ ବସିବା ପାଇଁ ସିଟ୍‌ ନଥିଲା। ଯାହାକୁ ନେଇ ସଭାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲା। ଏପରିକି ଠେଲାପେଲା, ଧସ୍ତାଧସ୍ତି ଓ ନାରାବାଜି ହୋଇଥିଲା। ଏହି ଗଣ୍ଡଗୋଳରେ ବାଲେଶ୍ୱର ମ୍ୟୁନିସିପାଟିର ପୂର୍ବତନ ଅଧ୍ୟକ୍ଷ ସତନ କୁମାର ଦାସଙ୍କ ସାର୍ଟ ଚିରି ଯାଇଥିଲା। ସଭାରେ ବିଜେଡିର ଦୁଇ ଗୋଷ୍ଠୀଙ୍କ ଏହି ଗଣ୍ଡଗୋଳ ଦେଖି ସ୍ତବ୍ଦ ହୋଇଯାଇଥିଲେ ଜନତା। ପରବର୍ତ୍ତୀ ସମୟରେ କାଉନସିଲର ରଂଜିତା ମହାପାତ୍ରଙ୍କୁ ସାମ୍ୱାଦିକଙ୍କ ପାଇଁ ପଡ଼ିଥିବା ସିଟ୍‌ରେ ବସାଇ ଦିଆଯାଇଥିଲା। ତା’ପରେ ଗଣ୍ଡଗୋଳ ପ୍ରଶମିତ ହୋଇଥିଲା।

Advertisment
BjD Balasore Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe