Advertisment

ପଦୋନ୍ନତି ନାଁରେ ୧୦ ଲକ୍ଷ ନେଇଗଲେ BJD ନେତା!

ଡାକ୍ତର ନାଏକ ପଦୋନ୍ନତି ଲୋଭରେ ତାଙ୍କୁ ଦୁଇଟି କିସ୍ତିରେ ଦଶ ଲକ୍ଷ ଓ ସାତ ଲକ୍ଷ ନଗଦ ଟଙ୍କା ଦେଇଥିଲେ। ଟଙ୍କା ନେବାକୁ ଦୀର୍ଘ ଦିନ ବିତି ଗଲା। ହେଲେ ତାଙ୍କର ପଦୋନ୍ନତି ଘଟିନଥିଲା।

BJD

BJD

Advertisment

ଦୁର୍ନୀତି ଗ୍ରସ୍ତ ବିଜେଡି ନେତା! ଜଣେ ଡାକ୍ତରଙ୍କୁ ଚଳୁ କରିଦେଲେ। ପଦୋନ୍ନତି ନାଁରେ ଡାକ୍ତରଙ୍କଠାରୁ ନେଇଗଲେ ୧୦ ଲକ୍ଷ ଟଙ୍କା! ଟଙ୍କା ନେବା ପରେ ଏବେ ଧରାଛୁଆଁ ଦେଉନାହାନ୍ତି। ଟଙ୍କା ମାଗିଲେ ଧମକ ଦେଉଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲାରୁ। ଠକାମୀରେ ଶିକାର ହୋଇଥିବା ଡାକ୍ତରଙ୍କ ଅଭିଯୋଗ ପରେ ରାଇରଙ୍ଗପୁର ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ଡାକ୍ତର ସାଗର ଚନ୍ଦ୍ର ନାଏକ ୨୦୧୮ ମସିହାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ବରିଷ୍ଠ ଭେଷଜ ବିଶେଷଜ୍ଞ ଭାବେ ଯୋଗଦେଇଥିଲେ। ସେହି ସମୟରେ ତାଙ୍କ ସହ ବିଜେଡିର ବରିଷ୍ଠ ନେତା ରତିକାନ୍ତ ପରୀକ୍ଷାଙ୍କ ଦେଖାସାକ୍ଷାତ ହୋଇଥିଲା। ପରେ ଉଭୟଙ୍କ ଭିତରେ ସମ୍ପର୍କ ଗଢ଼ି ଉଠିଥିଲା। ଏହାର ସୁଯୋଗ ନେଇ ବିଜେଡି ନେତା ପରୀକ୍ଷା ତାଙ୍କୁ ଏସ୍‌ଡିଏମ୍‌ଓ କରାଇ ଦେବାକୁ କହିଥିଲେ। ଏଥିପାଇଁ ସେ ୨୦ ଲକ୍ଷ ଟଙ୍କା ମାଗିଥିଲେ।

ଡାକ୍ତର ନାଏକ ପଦୋନ୍ନତି ଲୋଭରେ ତାଙ୍କୁ ଦୁଇଟି କିସ୍ତିରେ ଦଶ ଲକ୍ଷ ଓ ସାତ ଲକ୍ଷ ନଗଦ ଟଙ୍କା ଦେଇଥିଲେ। ଟଙ୍କା ନେବାକୁ ଦୀର୍ଘ ଦିନ ବିତି ଗଲା। ହେଲେ ତାଙ୍କର ପଦୋନ୍ନତି ଘଟିନଥିଲା। ଏପରିକି ବିଜେଡି ନେତା ରତିକାନ୍ତ ପରୀକ୍ଷା ତାଙ୍କୁ ଧରାଛୁଆଁ ଦେଇନଥିଲେ। ସେ ନେଇଥିବା ଟଙ୍କା ଫେରାଉ ନଥିଲେ। ଟଙ୍କା ମାଗିଲେ ବିଜେଡି ନେତା ରତିକାନ୍ତ ଧମକ ଦେଉଥିଲେ ଡାକ୍ତର ନାଏକ କହିଛନ୍ତି।

Advertisment

ଡାକ୍ତର ନାଏକ ଶୁକ୍ରବାର ଏନେଇ ରାଇରଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଡାକ୍ତରଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ପୁଲିସ୍‌ ରତିକାନ୍ତଙ୍କ ନାଁରେ ଦଫା ୪୧୯, ୪୨୦, ୪୦୬, ୨୯୪, ୫୦୬ ମାମଲା କରୁ କରି ଘଟଣାର ତଦନ୍ତ ଚଳାଉଛି। ରତିକାନ୍ତ ବିଭିନ୍ନ ସମୟରେ ବିଜେଡିର ତୁଙ୍ଗ ନେତାଙ୍କ ସହ ଦେଖିବାକୁ ମିଳୁଥିଲେ। ସେ ବିଜୁ ସେତୁ ଯୋଜନାର ରାଜ୍ୟ ଉପଦ୍ଦେଷ୍ଟା କମିଟିର ସଦସ୍ୟ ରହିଛନ୍ତି।

ତେବେ ଠକେଇ ଅଭିଯୋଗ ନେଇ ବିଜେଡି ନେତା ରତିକାନ୍ତ ପରୀକ୍ଷାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe