Advertisment

ମହାଦେବ ବେଟିଂ ଆପ୍ ମାମଲା: ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏତଲା

ବାଘେଲଙ୍କ ସମେତ ମହାଦେବ ବେଟିଂ ଆପ୍ ପ୍ରମୋଟରଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି ପୁଲିସ।

author-image
Debibandita Barick
Bhupesh Baghel

Bhupesh Baghel

ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନାଁରେ ଏତଲା। ମହାଦେବ ବେଟିଂ ଆପ୍ ମାମଲାରେ ବାଘେଲଙ୍କ ସମେତ ଏହି ଆପ୍ ପ୍ରମୋଟରଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ। ଟାଇମ୍ସ ନାଓ ରିପୋର୍ଟ ଅନୁଯାୟୀ, ସେମାନଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇଛି।

Advertisment

ଏହାପୂର୍ବରୁ ମାର୍ଚ୍ଚ ୮ରେ ମହାଦେବ ଆପ ସହ ଲିଙ୍କ୍ ଥିବା ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦୁଇ ଜଣଙ୍କୁ ଗିରଫ କରିଥିଲା, ଯେଉଁଥିରେ ଛତିଶଗଡର ବିଭିନ୍ନ ଉଚ୍ଚ ପଦାଧିକାରୀ ତଥା ପ୍ରଶାସନିକ ଅଧିକାରୀ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।

ଗିରିଶ ତାଲରେଜା ଏବଂ ସୁରଜ ଚୋଖାନୀଙ୍କୁ ଇଡି ମାର୍ଚ୍ଚ ୨ ଏବଂ ମାର୍ଚ୍ଚ ୩ରେ ଗିରଫ କରିଥିଲା। ଇଡି ସେମାନଙ୍କୁ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ହେପାଜତକୁ ନେଇ ପଚରାଉଚରା କରୁଛି।

Advertisment

ଗତ ବୁଧବାର ମହାଦେବ ବେଟିଂ ଆପ୍ ମାମଲାର ତଦନ୍ତ ସମୟରେ ଇଡି କହିଥିଲା ଯେ, ଷ୍ଟକ୍ ମାର୍କେଟରେ ପ୍ରାୟ ୧,୧୦୦ କୋଟି ବିନିଯୋଗ ପାଇଁ ଅନେକ ଡମି ଆକାଉଣ୍ଟ ଏବଂ ନକଲି ବ୍ୟାଙ୍କ ସଂସ୍ଥା ବ୍ୟବହାର କରାଯାଉଛି। ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ, ଏହି ସବୁ ଆକାଉଣ୍ଟକୁ ଅଚଳ କରିଦିଆଯିବ।

ବିଧାନସଭା ନିର୍ବାଚନ ପୂର୍ବରୁ ଭୂପେଶ ବାଘେଲ ମହାଦେବ ବେଟିଂ ଆପ୍‌ରୁ ୫୦୮ କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା। ଇଡି ଗିରଫ କରିଥିବା ଜଣେ କୋରିୟର ବାଘେଲଙ୍କ ନାମରେ ଅଭିଯୋଗ ଆଣିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ତାଙ୍କ କଥା ବଦଳାଇ ଦେଇଥିଲେ। ବର୍ତ୍ତମାନ ପୁନର୍ବାନ ଭୂପେଶ ବାଘେଲଙ୍କ ନାମରେ ଅଭିଯୋଗ ଆସିଛି।

Mahadev App Bhupesh Baghel FIR Against Bhupesh Baghel