Advertisment

ଆଜି ବସିବ ମୋଦି ୩.୦ ସରକାରର ପ୍ରଥମ କ୍ୟାବିନେଟ୍ ବୈଠକ!

ମୋଦି ୩.O ସରକାର ଶପଥ ଗ୍ରହଣ ପରେ ଆଜି ବସିପାରେ ପ୍ରଥମ କ୍ୟାବିନେଟ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ତୃତୀୟ ପାଳି ସରକାରର ପ୍ରଥମ କ୍ୟାବିନେଟ୍ ବୈଠକ ବସିପାରେ।

ଅଦ୍ୟତନ ହୋଇଛି
PM Modi, Rajnath Singh & Amit Shah

PM Modi, Rajnath Singh & Amit Shah

Advertisment

ମୋଦି ୩.୦ ସରକାର ଶପଥ ଗ୍ରହଣ ପରେ ଆଜି ବସିପାରେ ପ୍ରଥମ କ୍ୟାବିନେଟ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ତୃତୀୟ ପାଳି ସରକାରର ପ୍ରଥମ କ୍ୟାବିନେଟ୍ ବୈଠକ ବସିପାରେ। ସନ୍ଧ୍ୟା ୫ଟାରେ ପ୍ରଧାନମନ୍ତ୍ରୀଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନରେ ବସିପାରେ କ୍ୟାବିନେଟ୍ ବୈଠକ। ସେଠାରେ ଶହେ ଦିନ କାର୍ଯ୍ୟଖସଡା ଉପରେ ଆଲୋଚନା ସମ୍ଭାବନା ରହିଛି।

Advertisment

 ଆଜି ବସିବାକୁ ଥିବା କ୍ୟାବିନେଟ ମିଟିଂ ପୂର୍ବରୁ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇ ପାରେ ବୋଲି ସୂଚନା ମିଳୁଛି।  ବିକଶିତ ଭାରତ ମିଶନ ତଥା ମୋଦି ଗ୍ୟାରେଣ୍ଟିକୁ ନଜରରେ ରଖି ମନ୍ତ୍ରୀଙ୍କୁ ବିଭାଗ ମିଳିପାରେ ବୋଲି ଆଲୋଚନା ହୋଇଛି।  

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ କ୍ୟାବିନେଟ୍ ଶପଥ ନେଇଥିଲା। ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ତାଙ୍କ ସହ ଶପଥ ନେଇଥିଲେ ଏନଏଡି ସରକାରର ୭୧ ଜଣ ମନ୍ତ୍ରୀ । ସେମାନଙ୍କ ଭିତରେ ୩୦ ଜଣ କ୍ୟାବିନେଟ୍, ୫ ଜଣ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଓ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି ।

Advertisment

ବିଜେପିର ୬୧ ଓ ସହଯୋଗୀ ଦଳର ୧୧ ଜଣଙ୍କୁ ମିଳିଛି ମନ୍ତ୍ରୀପଦ। ମନ୍ତ୍ରିମଣ୍ଡଳରେ ମୋଟ୍ ୨୪ ରାଜ୍ୟକୁ ପ୍ରତିନିଧିତ୍ବ ମିଳିଛି। ୩୦ କ୍ୟାବିନେଟ୍ ମନ୍ତ୍ରୀଙ୍କ ଭିତରେ ବିଜେପିର ୨୫ ଓ ସହଯୋଗୀ ଦଳର ୫ଜଣ ଅଛନ୍ତି । ୭୨ ଜଣିଆ ମନ୍ତ୍ରିମଣ୍ଡଳରେ ୩୯ ଜଣ ପୂର୍ବରୁ କେନ୍ଦ୍ରରେ ମନ୍ତ୍ରୀ ଥିଲେ। ତେବେ କାହାକୁ କେଉଁ ମନ୍ତ୍ରାଳୟ ମିଳିବ ଏବେ ତା’ ଉପରେ ନଜର ରହିଛି।

 ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ପୁରୁଣା ଓ ନୂଆ ଚେହେରା। ମୋଦି 2.Oରେ ଥିବା ଏକାଧିକ ମନ୍ତ୍ରୀ ଏଥର ରିପିଟ୍ ହୋଇଛନ୍ତି। ଏମାନଙ୍କ ଭିତରେ ଅଛନ୍ତି ରାଜନାଥ ସିଂ, ଅମିତ ଶାହ, ନୀତିନ ଗଡକରୀ, ନିର୍ମଳା ସୀତାରମଣ, ଏସ୍. ଜୟଶଙ୍କର, ପୀୟଷ 
ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଭୂପେନ୍ଦ୍ର ଯାଦବ, କିରଣ ରିଜିଜୁ, ଜିତେନ୍ଦ୍ର ସିଂ।

ସେହିପରି ହରଦୀପ ସିଂ ପୁରୀ, ମନସୁଭ ମାଣ୍ଡଭିୟ, ସର୍ବାନନ୍ଦ ସୋନୋୱାଲ, ଗିରିରାଜ ସିଂ, ଗଜେନ୍ଦ୍ର ସିଂ ଶେଖାୱତ, ଅର୍ଜୁନ ରାମ ମେଘୱାଲ, ଅନୁପ୍ରିୟା ପଟେଲ, ପ୍ରହଲ୍ଲାଦ ଯୋଶୀ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ଏକାଧିକ ସାଂସଦଙ୍କୁ ପୁଣି ଥରେ  ମୋଦି 3.0ରେ ସ୍ଥାନ ମିଳିଛି।

ଏମାନଙ୍କ ବ୍ୟତୀତ ମୋଦି କ୍ୟାବିନେଟକୁ ଫେରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ସେ ୨୦୧୪ରୁ ୨୦୧୯ ଯାଏ ମୋଦିଙ୍କ ପ୍ରଥମ 
ପାଳି ସରକାରରେ ମନ୍ତ୍ରୀ ଥିଲେ।

ସେହିପରି ଶିବରାଜ ସିଂ ଚୌହ୍ୱାନ, ମନୋହଲ ଲାଲ ଖଟ୍ଟର, ଏଚ୍.ଡି. କୁମାରସ୍ୱାମୀ, ଜିତନରାମ ମାଞ୍ଝୀଙ୍କ ଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ବି 
କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। 

PM Modi Modi 3.0
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe