Advertisment

ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ଜଣେ ପ୍ରାର୍ଥୀ ମାଡ଼ି ନାହାନ୍ତି ସ୍କୁଲ୍‌

‘୩୭ ଜଣଙ୍କ ମଧ୍ୟରୁ ୧୭ ଜଣ ଲୋକସଭା ପ୍ରାର୍ଥୀ କୋଟିପତି। ମୋଟ ୪୧ କୋଟି ୮୯ ଲକ୍ଷ ଟଙ୍କାର ସମ୍ପତ୍ତି ସହ BJPର କଳାହାଣ୍ଡି ଲୋକସଭା ମାଳବିକା ଦେବୀ ପ୍ରଥମ ପର୍ଯ୍ୟାୟର ସବୁଠୁ ଧନୀ ଲୋକସଭା ପ୍ରାର୍ଥୀ ହୋଇଛନ୍ତି।’

author-image
Manoranjan Sial
Election

Election

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଓଡ଼ିଶାରେ ପ୍ରାର୍ଥିପତ୍ର ଦାଖଲ ସରିଛି। ସେଥିରେ ଆଖି ଖୋଲି ଦେଲା ଭଳି ତଥ୍ୟ ରହିଛି। ପ୍ରାର୍ଥିପତ୍ର ଦାଖଲ କରିଥିବା ପ୍ରାର୍ଥୀଙ୍କ ଭିତରୁ ଜଣେ ସ୍କୁଲ୍‌ ମାଡ଼ି ନଥିବା ବେଳେ ୩ ଜଣ ଦଶମ ପାସ କରି ନାହାନ୍ତି। ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠରେ ଏପରି ତଥ୍ୟ ଦର୍ଶାଇଥିବା ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚ୍‌ କହିଛି।

Advertisment

ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚ୍‌ ତଥ୍ୟ ଅନୁସାରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ କୋରାପୁଟ୍‌, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀରେ ମତଦାନ ହେବ। ଏଥିରେ ମୋଟ୍‌ ୩୭ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଶାସକ ବିଜେଡି, ବିଜେପି ଓ କଂଗ୍ରେସରୁ ୪ ଜଣ ଲେଖାଏଁ ପ୍ରାର୍ଥୀଙ୍କ ନାଁରେ ବିଭିନ୍ନ ଅପରାଧୀକ ମାମଲା ରହିଛି। ୬ ଜଣ ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧୀକ ଷଡ଼ଯନ୍ତ୍ର, ହତ୍ୟା, ହତ୍ୟା ଉଦ୍ୟମ, ଠକାମୀ, ମହିଳା ବିରୋଧୀ ଅପରାଧ, ଲାଞ୍ଚ ନେବା ଭଳି ଗୁରୁତର ଅପରାଧ ମାମଲା। ବାକି ୨୫ ଜଣ ପ୍ରାର୍ଥୀଙ୍କ ନାଁରେ କୌଣସି ଅପରାଧୀକ ମାମଲା ନାହିଁ। ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚ୍‌ ଏପରି ରିପୋର୍ଟ ସାମ୍ନାକୁ ଆଣିଛି।

ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚ୍‌ ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି, ୩୭ ଜଣଙ୍କ ମଧ୍ୟରୁ ୧୭ ଜଣ ଲୋକସଭା ପ୍ରାର୍ଥୀ କୋଟିପତି। ମୋଟ ୪୧ କୋଟି ୮୯ ଲକ୍ଷ ଟଙ୍କାର ସମ୍ପତ୍ତି ସହ BJPର କଳାହାଣ୍ଡି ଲୋକସଭା ମାଳବିକା ଦେବୀ ପ୍ରଥମ ପର୍ଯ୍ୟାୟର ସବୁଠୁ ଧନୀ ଲୋକସଭା ପ୍ରାର୍ଥୀ ହୋଇଛନ୍ତି। ୨୦ ହଜାର ୬୨୫ ଟଙ୍କାର ସମ୍ପତ୍ତି ସହ କୋରାପୁଟର SUCI ପ୍ରାର୍ଥୀ ପ୍ରମିଳା ପୂଜାରୀ ସବୁଠୁ ଗରିବ ଲୋକସଭା ପ୍ରାର୍ଥୀ ହୋଇଛନ୍ତି।

Advertisment

ରିପୋର୍ଟରେ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଚମକାଇ ଦେଲା ଭଳି ତଥ୍ୟ ରହିଛି। ୩ ଜଣ ପ୍ରାର୍ଥୀ ଦଶମ ପାସ କରି ନାହାନ୍ତି। ସେମାନଙ୍କ ମଧ୍ୟରୁ ଜଣେ ସ୍କୁଲ ମାଡ଼ି ନାହାନ୍ତି। ୭ ଜଣ ଦଶମ ପାସ କରିଥିବା ବେଳେ ୫ ଜଣ ଦ୍ଵାଦଶ, ୧୦ ଜଣ ସ୍ନାତକ, ୨ ଜଣ ଡକ୍ଟରେଟ୍ ଉପାଦ୍ଧି ପାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ୧୯% ବା ୭ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ୨୫ରୁ ୫୦ ବର୍ଷ ବୟସ ବର୍ଗରେ ୨୪ ଜଣ ପ୍ରାର୍ଥୀ ରହିଛନ୍ତି।

2024 Election 2024 General Election