Advertisment

ଭୋଟ୍ ଲଢ଼େଇ ଆରମ୍ଭରୁ ହଙ୍ଗାମା

୪ଟି ଲୋକସଭା ଆସନ ଓ ୨୮ଟି ବିଧାନସଭା ଆସନ ପାଇଁ ଆଜି ମତଦାନ ହୋଇଛି।

Vote

Vote

Advertisment

ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଆସନ ଏବଂ ଏହିସବୁ ଆସନ ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଇଛି। ତେବେ ଆଜି ମତଦାନ ସମୟରେ କିଛି ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଗଞ୍ଜାମର ଚିକିଟି, ବ୍ରହ୍ମପୁର ଓ ଗୋପାଳପୁର ଏବଂ ନବରଙ୍ଗପୁରର ଝରିଗାଁର ବିଭିନ୍ନ ବୁଥରେ ମୁହାଁମୁହିଁ ହୋଇ ଏବଂ ହାତାହାତି ହୋଇଛନ୍ତି ବିଜେଡି ଓ ବିଜେପି କର୍ମୀ। ଏଥିରେ କିଛି ଜଣ ଆହତ ହୋଇଥିବା ବେଳେ, ସ୍ଥିତି ନିୟନ୍ତ୍ରଣ ପାଇଁ କିଛି ସ୍ଥାନରେ ପୁଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଛି।

Advertisment

ଗଞ୍ଜାମ ଜିଲ୍ଲାର ଚିକିଟି କଳାବାଡ଼ ପଞ୍ଚାୟତର ୧୪୬ ନମ୍ବର ବୁଥରେ ସକାଳୁ ସକାଳୁ ଉତ୍ତେଜନା ଦେଖା ଦେଇଥିଲା। ବିଜେପି ଏଜେଣ୍ଟଙ୍କୁ ବୁଥ୍‌ରେ ପୂରାଇ ନଦେବା ଅଭିଯୋଗରେ ଉପୁଜିଥିଲା ଗଣ୍ଡଗୋଳ। ପରେ ତଦନ୍ତ ପାଇଁ ସେଠାରେ ପହଞ୍ଚିଥିଲେ ନିର୍ବାଚନ ଅଧିକାରୀଙ୍କ ସ୍ୱତନ୍ତ୍ର ଟିମ୍। ପାତ୍ରପୁର ବ୍ଲକ ପଦାଦିଗି ଓ କନିରିଡ଼ାରେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ। କେ.ନୂଆଗାଁର ୫୪ ନମ୍ବର ବୁଥରେ ନିର୍ଦ୍ଦିଷ୍ଟ ଦଳ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ପୁଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ବିଜେଡିର ୨ କର୍ମୀଙ୍କ ଉପରେ ଆକ୍ରମଣ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରିଛି ଦଳ। ବିଜେପିର ଚିକିଟି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାୟ ଏହି ହିଂସାକାଣ୍ଡ ଘଟାଇଥିବା ବିଜେଡି ଅଭିଯୋଗ କରିଥିବା ବେଳେ ଏହାକୁ ମିଛ ବୋଲି କହିଛନ୍ତି ମନୋରଞ୍ଜନ। ଏଥିସହ ୧୩ରୁ ୧୪ଟି ବୁଥରେ ବିଜେପି ଏଜେଣ୍ଟଙ୍କୁ ବିଜେଡି କର୍ମୀ ପିଟିଥିଲେ ବି ସେମାନଙ୍କ ବିରୋଧରେ କୌଣସି ଆକ୍ସନ ହେଉନି ବୋଲି ସେ ଅଭିଯୋଗ କରିଛନ୍ତି।

ବ୍ରହ୍ମପୁରର ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖ ୮୦ ନମ୍ବର ବୁଥ୍‌ରେ ବିଜେପି ଏଜେଣ୍ଟଙ୍କୁ ଆକ୍ରମଣ ପରେ ମୁହାଁମୁହିଁ ହୋଇଥିଲେ ବିଜେଡି ଓ ବିଜେପି କର୍ମୀ। ଏହାପରେ ପୁଲିସ୍ ସହ ବି ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ୍‌କୁ ମୃଦୁ ଲାଠି ଚାଳନା କରିବାକୁ ପଡ଼ିଥିଲା। ଆଙ୍କୁଲି ହାଇସ୍କୁଲ ଛକରେ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ମୃଦୁ ଲାଠି ଚାଳନା କରିଥିଲା ପୁଲିସ। ଲାଞ୍ଜିପଲି ୬୮ ନମ୍ବର ବୁଥ୍ ଓ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରାରେ ବିଜେପି ଏବଂ ବିଜେଡି କର୍ମୀ ସଂଘର୍ଷରେ ୨ ଜଣ ଲେଖାଏଁ ଆହତ ହୋଇଛନ୍ତି।

Advertisment

ନବରଙ୍ଗପୁର ଜିଲ୍ଲା ଝରିଗାଁରେ ବି ଉପୁଜିଥିଲା ତୁମୁଳ କାଣ୍ଡ। ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ଦେଉଳକୋନା ଗାଁ ବୁଥ୍ ନଂ-୨୦୪ରେ କିଛି ବିଜେଡି କର୍ମୀ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

2024 General Election Loka Sabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe